ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ (low pressure) ଅବପାତର ରୂପ ନେଇଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ସୋମବାର (Monday)ସକାଳ ଯାଏଁ ଭୀଷଣ ବର୍ଷା ଜାରି ରହିବ ।
ସୂଚନା ଅନୁଯାୟୀ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ,ସୋମବାର (Monday)ସକାଳ ଯାଏଁ ଭୀଷଣ ବର୍ଷା ଜାରି ରହିବ । ଏଥିପାଇଁ ୧୨ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ (Red Warning)ଜାରି କରାଯାଇଛି । ସୋମବାର (Monday)ଠାରୁ ରାଜ୍ୟରେ ବର୍ଷା କମିବ । କେବଳ ପଶ୍ଚିମ ଓଡ଼ିଶା (Odisha)ର ୪ ଜିଲ୍ଲାରେ ଅଧିକ ବର୍ଷା (Rain)ହୋଇପାରେ ।
ଶନିବାର (Saturday)ଦିନତମାମ ବର୍ଷା (Rain)ଲାଗି ରହିଥିବା ବେଳେ ରବିବାର (Sunday)ସକାଳୁ ଉପକୂଳ ଓଡ଼ିଶା (Odisha)ରେ ବର୍ଷା (Rain)ର ପରିମାଣ ବଢ଼ିଥିଲା ।
ପ୍ରକାଶ ଥାଉ ଯେ, ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ବରଗଡ଼ ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାରେ ଅଧିକ ବର୍ଷା (Rain) ହୋଇପାରେ ।