News

Weather Update: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

୨୭ ତାରିଖ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ପ୍ରକାଶ କରିଛି ପାଣିପାଗ ବିଭାଗ ...

26 June, 2024 10:54 AM IST By: Tanushree Mahapatra

ରାଜ୍ୟରେ ମୌସୁମୀ ଆଗମନ ପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଫଳରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି । ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜିଠାରୁ ଅର୍ଥାତ ଜୁନ୍‌ ୨୬ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ଏହାସହ କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗଜପତି, କନ୍ଧମାଳ, ଗଞ୍ଜାମ,ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୭ ତାରିଖ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ପ୍ରକାଶ କରିଛି ପାଣିପାଗ ବିଭାଗ ।

ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ଜୁନ୍‌ ୨୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ ହୋଇଛି । ଚଳିତ ଜୁନ ମାସରେ ନିଅଣ୍ଟିଆ ବର୍ଷା ହୋଇଛି ରାଜ୍ୟରେ । କେନ୍ଦ୍ର ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଜୁଲାଇ ଓ ସେପ୍ଟେମ୍ବର ମାସରେ ଭଲ ବର୍ଷା ହେବା ନେଇ କୁହାଯାଉଛି । ତେବେ ଏ ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, " ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବର୍ଷାକୁ ଅପେକ୍ଷା କରିବା। ସେ ବର୍ଷାରେ ଚାଷ କାମରେ ଦେଖାଯାଇଥିବା ନିଅଣ୍ଟିଆ ବର୍ଷା ଭରଣା ହୋଇଯିବ l

ପାଣିପାଗ ବିଭାଗର ଆକଳନ ଅଣୁଅଜୟୀ ଜୁନ୍‌ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ପବନର ବେଗ ୩୦ ରୁ ୪୦ କି.ମି ରହିବ l  ମୌସୁମୀ ରାଜ୍ୟକୁ ପ୍ରବେଶ କରିବା ସତ୍ତ୍ୱେ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ମୌସୁମୀ ବର୍ଷାର ଏକ ପ୍ରକାର ଅଭାବ ରହିଛି । ୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଅନ୍ୟ ୨୪ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି ।

ଗତକାଲି ୨୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି ।

ଅଧିକ ପଢ଼ନ୍ତୁ

Mango: ଆମ୍ବକୁ ଫ୍ରିଜରେ ରଖିବା ଠିକ୍ କି ଭୁଲ୍ ?

Wheat Stock Limit: ଗହମ ଉପରେ ଷ୍ଟକ୍ ସୀମା ଲାଗୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)