News

ଭିଜାଇବ କାଳବୈଶାଖୀ ବର୍ଷା,କେଉଁ ଜିଲ୍ଲାରେ ବର୍ଷିବ?

ବିଳମ୍ବିତ ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ପବନ ସହିତ ଝିପଝିପ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ରାତି ୩ ଟା ସମୟରେ ରାଜଧାନୀରେ ପବନ ସହିତ ବିଜୁଳି ମାରିବା ଆରମ୍ଭ କରିଥିଲା । ପରେ ବର୍ଷା ହୋଇଛି ।

24 May, 2022 10:46 AM IST By: Sudesna Nayak

ବିଳମ୍ବିତ ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା (Heavy Rainfall) । ପବନ ସହିତ ଝିପଝିପ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ରାତି ୩ ଟା ସମୟରେ ରାଜଧାନୀରେ ପବନ ସହିତ ବିଜୁଳି ମାରିବା ଆରମ୍ଭ କରିଥିଲା । ପରେ ବର୍ଷା (Rain) ହୋଇଛି ।

ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର (Tuesday) ଓ ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିଛି । ହେଲେ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ କମିନି ।

ଆଜି ମଙ୍ଗଳବାର (Tuesday) ଉତ୍ତର ଉପକୂଳ ଓଡ଼ିଶା (Odisha) ସମେତ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଅନୁଗୁଳ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲା ଆଦି ଜିଲ୍ଲାରେ ୪୦ ରୁ ୫୦କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା (Rain) ହେବ ।

ସେହିଭଳି ୨୫ ତାରିଖ ଦିନ ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା ଓ କୋରାପୁଟ ଜିଲ୍ଲା ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଣୁ ପାଣିପାଗ କେନ୍ଦ୍ର ଏହି ଦୁଇ ଜିଲ୍ଲା ପାଣି ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ।

ସେପଟେ, ଦିଲ୍ଲୀରେ ପ୍ରବଳ ବର୍ଷା (Rain) ସହିତ ଘଡଘଡି । ଗତକାଲି ସକାଳ ଏପରି ହେବାପରେ ସଂଧ୍ୟାରେ ମଧ୍ୟ ବିଜୁଳି ମାରିବା ସହିତ ବର୍ଷା (Rain)ଏବଂ ପବନ ହୋଇଛି । ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ପବନ ବୋହିଥିଲା । ତେଣୁ ବିମାନ ସେବା ବ୍ୟାହାତ ରହିଛି । ଅଘଟଣକୁ ଏଡାଇବା ପାଇଁ ବିମାନ ଉଡାଣ ଓ ଅବତରଣ ସମୟରେ ପରିବର୍ତ୍ତନ ହୋଇଥିଲା ।

ପ୍ରକାଶ ଥାଉ ଯେ, ଗତକାଲି ସକାଳେ ୧୯ଟି ବିମାନ ଅବତରଣ କରିପାରିନଥିଲା । ଏହାପରେ ବିମାନ ଗୁଡିକୁ ଜୟପୁର, ଲକ୍ଷ୍ନୌ, ଇନ୍ଦୋର, ଅହମଦାବାଦ, ଅମୃତସର ଆଜି ବିମାନ ବନ୍ଦରକୁ ପଠାଇ ଦିଆଯାଇଥିଲା । ଏହିପରି ଭାବେ ମୋଟ୍ ୬୦ଟି ବିମାନର ଅବତରଣ ଏବଂ ଉଡାଣ ନିୟମରେ ପରିବର୍ତନ ହୋଇଥିଲା ।

୨୪ ତାରିଖରେ ବର୍ଷା

ବଢିଲା ପାରଦ, କଲବଲ କରୁଛି ଖରା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)