News

Heavy Rain Alert: ଏହି ଜିଲ୍ଲାକୁ ଭାରି ବର୍ଷା ଚେତାବନୀ !

୧୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି !

28 August, 2024 8:00 AM IST By: Tanushree Mahapatra

ଦେଶ ତଥା ରାଜ୍ୟରେ ବର୍ଷା ଲାଗି ରହିଛି l ଆଜିଠାରୁ ରାଜ୍ୟରେ ବର୍ଷା ଲାଗି ରହିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି l ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ l ଏଥିପାଇଁ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି l ତଳି ଅଞ୍ଚଳରେ ରହିଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l

ସୂଚନାନୁଯାୟୀ, ଏକା ସାଙ୍ଗରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଅନ୍ୟପଟେ ୨୯ ତାରିଖରୁ ଏହି ବର୍ଷାର ପରିମାଣ ମଧ୍ୟ ବଢିବ ବୋଲି କୁହାଯାଇଛି। ତେବେ ରାଜ୍ୟର କିଛି କିଛି  ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ l ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି । ଏହି ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଛି।

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଯାହା ଗୋଟିଏ ନୁହେଁ ଏଥର ଦୁଇଟି ଲଘୁଚାପ ସୃଷ୍ଟି ହେବ l ବିଭିନ୍ନ ଜିଲ୍ଲାରେ ଏବେ ମଧ୍ୟ ବର୍ଷାର ପରିମାଣ ଥମିବାର ନାଁ ନେଉ ନାହିଁ । ସେପଟେ ବର୍ଷା ହେବା ଯୋଗୁଁ ଫୁଲୁଛି ହୀରାକୁଦ ଡ୍ୟାମ୍‌ । 

ସେହିପରି ରାଜ୍ୟର ୧୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ସେହି ୧୪ ଜିଲ୍ଲାରେ ରହିଛି ସୋନପୁର, ଭଦ୍ରକ, ଯାଜପୁର,ବଲାଙ୍ଗିର , ନୂଆପଡା, ବାଲେଶ୍ୱର, ବରଗଡ଼, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଏବଂ ସମ୍ବଲପୁର ଜିଲ୍ଲା । ଏହି ୧୪ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ l

ଅଧିକ ପଢ଼ନ୍ତୁ

ଜଲୋରରେ ଏକ ଦିବସୀୟ କୃଷି ମେଳା ସଫଳ

ବର୍ଷିରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)