ଆଜି ସୋମବାର (MONDAY)ଭୁବନେଶ୍ବର (BHUBANESWAR)ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଅପରାହ୍ନ ଆଡ଼କୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା (rain) ହେବ । ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ୨୩ ଡିଗ୍ରି ମଧ୍ୟରେ ରହିବ ।
ସୂଚନା ଅନୁଯାୟୀ, ଆଜି ସୋମବାର (MONDAY) ଠାରୁ ରାଜ୍ୟର ପାଗ ଶୁଖିଲା ରହିବ । ଖରା ଟାଣ ହେବ ଓ ତାପମାତ୍ରା ଧୀରେଧୀରେ ବଢ଼ିବାରେ ଲାଗିବ । ଅପରାହ୍ନ ଆଡ଼କୁ କାଳବୈଶାଖୀ (thunderstorm) ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଆଗକୁ ତାପମାତ୍ରା ଧୀରେ ଧୀରେ ବଢିବ । କାରଣ ଆଗକୁ ପଶ୍ଟିମା ଝଡର କୌଣସି ପ୍ରଭାବ ନାହିଁ ବେଲି ଆଞ୍ଚଳିକ ପାଣିପାଗ ବିଭାଗ (IMD)ଅନୁମାନ କରିଛି ।
ନିକଟରେ, ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶା (ODISHA) ର ଅନେକ ଜିଲ୍ଲାରେ ବର୍ଷା (rain) ଜାରି ରହିଥିଲା । ଓଡ଼ିଶା ସମେତ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା (heavy rain) ହୋଇଥିଲା ।
ପ୍ରକାଶ ଥାଉ ଯେ, ରବିବାର ଦିନ (SUNDAY)ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା (rain) ହୋଇଯାଇଛି ।