News

ଗର୍ଜୁଛି ବାଦଲ, ଅଧା ଭାରତରେ ଜଳପ୍ରଳୟ

ରବିବାର ରାତିରେ ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେତୁ ଅନେକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ କାରଣରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

11 July, 2022 10:14 AM IST By: Shuvanshu Kar

ଗୁଜୁରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଲଗାଣ ବର୍ଷା(Heavy rainfall) ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ହୋଇଛି। ଗୁଜୁରାଟର ଅନେକ ଅଞ୍ଚଳ ବର୍ଷା ଜଳରେ ଉବୁଟୁବୁ ହେଉଛି । ସେହିପରି ଉତ୍ତରାଖଣ୍ଡର ଅନେକ ସ୍ଥାନରୁ ଭୂସ୍ଖଳନ ଖବର ସାମ୍ନାକୁ ଆସୁଛି । ତଳିଆ ଅଞ୍ଚଳରୁ ପାହାଡ଼ିଆ ଅଞ୍ଚଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ପ୍ରବାହିତ ନଦୀଗୁଡ଼ିକରେ ଜଳସ୍ତର ବଢୁଥିବା କାରଣରୁ ଗାଁଠାରୁ ସହର ପର୍ଯ୍ୟନ୍ତ ବନ୍ୟା(flood) ପରିସ୍ଥିତି ସୃଷ୍ଟି ହୋଇଛି ।

ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି।

ଗୁଜୁରାଟରେ ବର୍ଷା ପ୍ରଭାବିତ ଅଞ୍ଚଳରେ 13ଟି NDRF ଟିମ, 16ଟି SDRF ଟିମ୍ ମୁତୟନ କରାଯାଇଛି । ଦକ୍ଷିଣ ଗୁଜୁରାଟ ଏବଂ ମଧ୍ୟ ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ ସଡକକୁ ମିଶାଇ 388ଟି ରାସ୍ତା ବନ୍ଦ ରହିଛି।

ରବିବାର ରାତିରେ ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେତୁ ଅନେକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ କାରଣରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହ ଆଜି ମହାରାଷ୍ଟ୍ରର ଗଡଚିରୋଲିରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଅହମ୍ମଦାବାଦ, ଗୁଜୁରାଟର ନଭସାରୀ ଏବଂ ଭଲସାଦ ଓ ମଧ୍ୟପ୍ରଦେଶରରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ବୁଡିଯାଇଛି ହୋଇଯାଇଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଗୁଜୁରାଟର ନଭସାରୀରେ ପ୍ରବଳ ବର୍ଷା ହେତୁ ଏକ ଡଙ୍ଗା ନଦୀରେ ବୁଡ଼ି ଯାଇଥିବାବେଳେ ଭଲସାଦରେ ନଦୀ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଅଞ୍ଚଳ ବୁଡ଼ିବା ଆରମ୍ଭ କରିଛି। ନଦୀର ଜଳ ସ୍ତର ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ NDRF ଟିମ୍ ଅପରେସନ ଆରମ୍ଭ କରିଛନ୍ତି ।

ଏପଟେ ଆସାମରେ ଧିରେ ଧିରେ ସୁଧୁରୁଛି ବନ୍ୟାସ୍ଥିତି(Assam floods) । ହେଲେ ବର୍ତ୍ତମାନସୁଦ୍ଧା ରାଜ୍ୟରେ 22 ଜିଲ୍ଲାର 20 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ( flood affected) ହୋଇଛନ୍ତି । ମୃତ୍ୟୁ ସଂଖ୍ୟା 192 ଛୁଇଁଛି ।

ଆସାମ ବନ୍ୟା ବିପତ୍ତି : 22 ଜିଲ୍ଲାର 21 ଲକ୍ଷ ପ୍ରଭାବିତ

ଆସାମରେ ବନ୍ୟା ବନ୍ୟା ବିତ୍ପାତ, ପାଣିରେ ଘେରରେ 40 ହଜାର ହେକ୍ଟର ଚାଷ ଜମି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)