News

ଆସୁଛି 2ଟି ଲଘୁଚାପ:ଗୋଟିଏ ସେପ୍ଟେମ୍ବର 6 ରେ...

ଆସୁଛି 2ଟି ଲଘୁଚାପ । ଗୋଟିଏ ସେପ୍ଟେମ୍ବର 6 ତାରିଖ ବେଳକୁ ଅନ୍ୟଟି ସେପ୍ଟେମ୍ବର 13 ତାରିଖ ବେଳକୁ ଆସିବା ସମ୍ଭାବନା ରହିଛି ।

02 September, 2022 3:33 PM IST By: Sudesna Nayak

ଆସୁଛି 2ଟି ଲଘୁଚାପ (Thunderstorm)। ଗୋଟିଏ ସେପ୍ଟେମ୍ବର 6 ତାରିଖ ବେଳକୁ ଅନ୍ୟଟି ସେପ୍ଟେମ୍ବର 13 ତାରିଖ ବେଳକୁ ଆସିବା ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର 5 ତାରିଖ ପରେ ଆଉ ଏକ ଲଘୁଚାପ (Thunderstorm)କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ବର୍ଷା (Rain)ର ପରିମାଣ ବଢ଼ିବା ନେଇ ସୂଚନା ରହିଛି । ସେହିପରି ସେପ୍ଟେମ୍ବର 13 ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ (Thunderstorm) ହୋଇପାରେ ।

ଯାହାର ପ୍ରଭାବରେ ପ୍ରବଳ ବର୍ଷା (Rain)ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ 4 ତାରିଖରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ରହିଛି । ଚଳିତ ମାସରେ ବର୍ଷା (Rain)ର ପରିମାଣ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 3 ତାରିଖରେ 10ଟି ଜିଲ୍ଲା ଓ ସେପ୍ଟେମ୍ବର 4 ତାରିଖରେ 17 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି ।

2ଦିନ ଛେଚିବ ବର୍ଷା

Rain in Odisha:ବୁଧବାର ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)