News

Weather Update: ଦାନା ବାନ୍ଧୁଛି ଲଘୁଚାପ

ମେ ୨୧ ତାରିଖରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ

16 May, 2024 10:26 AM IST By: Tanushree Mahapatra

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ମେ ୧୭ ତାରିଖରୁ ୨୩ ତାରିଖ ମଧ୍ୟରେ ଗଭୀର ଆବପାତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରି ସୂଚନା ପ୍ରଦାନ କରିଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମେ ୨୧ ତାରିଖରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଯାହା ୨୨ ତାରିଖରେ ଲଘୁଚାପ ଏବଂ ପରେ ଏହା ଗଭୀର ଅବପାତରେ ପରିଣତ ହେବ ।

ପ୍ରାୟ ୩ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଆଣ୍ଡାମାନ ଆସିବ ଏ ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ଆଣ୍ଡାମାନକୁ ପୂର୍ବ ଦିଗରୁ ଆସୁଥିବା ବାୟୁ ଦୁର୍ବଳ ହେବାରେ ଲାଗିଛି ।

ପଶ୍ଚିମା ବାୟୁ ପ୍ରବାହ ମଧ୍ୟ ଧୀରେ ଧୀରେ ବଢୁଛି । ଯାହା ଶୀଘ୍ର ମୌସୁମି ଆଗମନରେ ସହାୟକ ହେବ ବୋଲି କୁହାଯାଉଛି । ତେବେ ଆଣ୍ଡାମାନ ପରେ ଏହା ଆସିବା ପରେ କେରଳକୁ ଜୁନ ପହିଲାରେ ପହଞ୍ଚିଥାଏ । ପରେ ପ୍ରତିବର୍ଷ ଭଳି ଜୁନ ୧୦ ସୁଦ୍ଧା ଓଡ଼ିଶାରେ ପହଞ୍ଚେ ମୌସୁମି ବାୟୁ ।

ଗତବର୍ଷ ଠିକ ଏହି ସମୟରେ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଅଗ୍ରସର ହୋଇଥିଲା । କିନ୍ତୁ ଏହା କେରଳ ଉପକୂଳରେ ପହଞ୍ଚିବା ବିଳମ୍ବ ହୋଇଥିଲା । ସେହିପରି ମୌସୁମୀ ବାୟୁ ଓଡିଶାକୁ ପାଖାପାଖି ୧୦ ଦିନ ବିଳମ୍ବରେ ପହଞ୍ଚିଥିଲା । ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଏ ନେଇ କହିଛନ୍ତି ଯେ, ୪ ଦିନ ପରେ ବର୍ଷାର ପରିମାଣ କମିବା ସହ ପାଗ ଶୁଖିଲା ରହିବ ରାଜ୍ୟରେ । ଏହି ସମୟରେ ତାତିର ପ୍ରକୋପ ମଧ୍ୟ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି ।

ଅଧିକ ପଢ଼ନ୍ତୁ

Farming: ଚାଷ ପାଇଁ ବିହନ ର ଗୁରୁତ୍ତ୍ଵ !

Goat Farming: କିପରି କରିବେ ଉନ୍ନତ ପ୍ରଜାତି ଛେଳି ଚାଷ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)