News

୧୮ ରୁ ପ୍ରବଳ ବର୍ଷା!

୧୮ ରୁ ପ୍ରବଳ ବର୍ଷା!

15 July, 2019 1:55 PM IST By: KJ Staff

ଆସନ୍ତା ୧୮ ତାରିଖ ରୁ ବର୍ଷା ଆରମ୍ଭ ହେବ |୨ ଦିନ ପର୍ଯ୍ୟନ୍ତ ଉତ୍ତର ଦକ୍ଷିଣ ଓଡିଶା ରେ ଅଧିକ ବର୍ଷା ର ସମ୍ଭାବନା ରହିଛି |ତେବେ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଗୁଳୁଗୁଳି ଓ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି| କିଛି ଦିନ ହେଲା ବର୍ଷା ପରିମାଣ ହ୍ରାସ ପାଇଛି| ବିଭିନ୍ନ ଜିଲ୍ଲାରେ ମୌସୁମୀ ଜନିତ ବର୍ଷାର ପରିମାଣ କମ ରହିଛି |

 

 

ତେବେ ବର୍ତମାନ ପାଗ ଶୁଖିଲା ରହିଲା ବେଳେ ମଝିରେ ମଝିରେ ଘଡଘଡି ସହ ବର୍ଷା ଦେଖିବାକୁ ମିଳୁଛି |ଆସନ୍ତା କାଲି ବଲାଙ୍ଗୀର ,ସୋନପୁର ,ଅନୁଗୁଳ ,ଢେଙ୍କାନାଳ ,ଯାଜପୁର ,ଭଦ୍ରକ ,ମୟୁରଭଞ୍ଜ ,ଖୋର୍ଦ୍ଧା ,ପୁରୀ ଓ କେନ୍ଦୁଝର ରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି |୧୮ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ |ତେବେ ଏହି ଦିନ ଉତ୍ତର ଓ ଦକ୍ଷିଣ ଓଡିଶା ରେ ପ୍ରବଳ ବର୍ଷା ହେବ |
୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ର ସମ୍ଭାବନ ରହିଛି ବୋଲି ପାଣିପାଗ ବିଭାଗ ରୁ ସୂଚନା ମିଳିଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)