News

ଆସିଗଲା ଚଳିତ ବର୍ଷ ଲାଗି ବଜେଟ :ଆପଣଙ୍କ ଲାଗି ଲାଗୁ ହେବା ନାହିଁ ଇଂକମ ଟ୍ୟାକ୍ସ

ଆସିଗଲା ଚଳିତ ବର୍ଷ ଲାଗି ବଜେଟ :ଆପଣଙ୍କ ଲାଗି ଲାଗୁ ହେବା ନାହିଁ ଇଂକମ ଟ୍ୟାକ୍ସ

01 February, 2020 3:13 PM IST By: KJ Staff
ପାର୍ଲିଆମେଣ୍ଟ ରେ ଚାଲିଛି ନୂତନ ଭାରତ ଲାଗି ଯୋଜନା ,ଚାଲିଛି ବଜେଟ ୨୦୨୦-୨୧ ର ମହା ସମାରୋହ |ଚଳିତ ବର୍ଷ ସବୁଥର ପରି ଚାଷୀ ଭାଇ ମାନଙ୍କୁ ଦିଆହେଇଛି ଅଧିକ ଗୁରୁତ୍ୱ | ୧୦ ବର୍ଷ ହେଲା ଧୂଳିସାତ ହେଉଥିବା ଭାରତ ର ଅର୍ଥଶାସ୍ତ୍ର କୁ ସୁଦୃଢ କରିବ ର ପ୍ରୟାସ ଜାରି ରଖିଛନ୍ତି ମନ୍ତ୍ରୀ ନିର୍ମଳ ସୀତାରମ |ଗତ ବର୍ଷ ର ଫୀସକାଲ ଡେ଼ଫିସିଟ ୩.୮ ଥିଲା ବେଳେ ଚଳିତ ବର୍ଷ ଏହାକୁ ୩.୫ ରେ ରଖାଯାଇଛି |

ସେହିପରି ଇଂକମ ଟ୍ୟାକ୍ସ ଦେଉଥିବା ସମସ୍ତଙ୍କ ଲାଗି ଆସିଛି ନୂଆ ଖୁସି ଖବର |ବର୍ଷକୁ ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିବା ବ୍ୟକ୍ତିଙ୍କୁ ଦେବାକୁ ପଡିବ ନାହିଁ ଇଂକମ ଟ୍ୟାକ୍ସ |ସେହିପରି ୧୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ବ୍ୟକ୍ତିଙ୍କ ଲାଗି ମଧ୍ୟ ଇଂକମ ଟ୍ୟାକ୍ସ ର ଦର କୁ ହ୍ରାସ କରାଯାଇଛି |
ବଜେଟ ଉପରେ ମହା ସଂଘର୍ଷ ଜାରି ରହିଥିଲା ବେଳେ ଭାରତ କୁ ଆଗାମୀ ୨୦୧୪ ସୁଦ୍ଧା ୫ ଟ୍ରିଲିଅନ ର ଅର୍ଥଶାସ୍ତ୍ର କରାଇବାର ସ୍ବପ୍ନ କୁ ଜାରି ରଖିଛନ୍ତି ବି.ଜେ.ପି ସରକାର |

କିନ୍ତୁ ଏନେଇ ଭିନ୍ନ ମତ ପ୍ରଦାନ କରିଛନ୍ତି କଂଗ୍ରେସ ର କର୍ମୀ ମାନେ |
"ଏହା ଭାରତ ଇତିହାସ ର ସବୁଠାରୁ ଲମ୍ବା ବଜେଟ ଘୋଷଣା ହୋଇଥିଲା ବେଳେ ପ୍ରକୃତରେ ଏହା ଫମ୍ପା ଏବଂ ଏଥିରେ କିଛି ବିଶେଷତା ନାହିଁ ବୋଲି ଉଲ୍ଲେଖ କରିଛନ୍ତି କଂଗ୍ରେସ ର ରାହୁଲ ଗାନ୍ଧୀ |
ସେହିପରି ଏହି ବଜେଟ କୁ ପୁରୁଣା ଯୋଜନା ର ପୂର୍ଣ୍ଣବୃତି ଓ ସଂଯୋଗ ର ନାମ ଦେଇଛନ୍ତି ଅନ୍ୟ କେତେକ କଂଗ୍ରେସ
ବଜେଟ ବିଷୟରେ ଅନ୍ୟ ତଥ୍ୟ ଲାଗି ଆମ ସହ ଯୋଡି ହୁଅନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)