News

ଖାଦ୍ୟଶସ୍ୟ ଉତ୍ପାଦନରେ ରେକର୍ଡ ହାସଲ: କୃଷି ମନ୍ତ୍ରଣାଳୟ

ଚଳିତ ବର୍ଷରେ କରୋନା ଭୂତାଣୁ ସଂକ୍ରମଣ ପରି ମହାମାରୀ ହୋଇଛି ଏବଂ କୃଷକମାନଙ୍କ ତରଫରୁ ଆନ୍ଦୋଳନ ଚାଲିଛି l ଏ ସବୁ ସତ୍ତ୍ୱେ କୃଷି ଉତ୍ପାଦନରେ କୌଣସି ଫରକ ପଡ଼ିନାହିଁ l ଅନ୍ୟ ବର୍ଷ ଅପେକ୍ଷା ଏହି ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି କୃଷି ମନ୍ତ୍ରଣାଳୟ ତରଫରୁ ଜଣାପଡ଼ିଛି l

30 April, 2021 10:04 PM IST By: Sugyan Kumar Nayak

ଚଳିତ ବର୍ଷରେ କରୋନା ଭୂତାଣୁ ସଂକ୍ରମଣ ପରି ମହାମାରୀ ହୋଇଛି ଏବଂ କୃଷକମାନଙ୍କ ତରଫରୁ ଆନ୍ଦୋଳନ ଚାଲିଛି  l ଏ ସବୁ ସତ୍ତ୍ୱେ କୃଷି ଉତ୍ପାଦନରେ କୌଣସି ଫରକ ପଡ଼ିନାହିଁ l ଅନ୍ୟ ବର୍ଷ ଅପେକ୍ଷା ଏହି ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି କୃଷି ମନ୍ତ୍ରଣାଳୟ ତରଫରୁ ଜଣାପଡ଼ିଛି l

କୃଷି ଆନ୍ଦୋଳନର କେନ୍ଦ୍ର ହୋଇଥିବା ପଞ୍ଜାବରେ ଚଳିତ ବର୍ଷ ୧୩.୫୮ ମିଲିଅନ ଟନ ଚାଉଳ ସଂଗ୍ରହ ହୋଇଛି ଯାହା ଗତ ବର୍ଷ ଠାରୁ  ୨୪% ଅଧିକ ଅଟେ l କୃଷି ମନ୍ତ୍ରଣାଳୟ ପ୍ରକାଶ କରିଛି ଏହା ସମ୍ଭବ ହୋଇପାରିଛି କେବଳ, କୃଷକମାନଙ୍କର ଅକ୍ଲାନ୍ତ ପରିଶ୍ରମ, କୃଷି ବୈଜ୍ଞାନିକମାନଙ୍କର ପ୍ରୟାସ, କେନ୍ଦ୍ର ସରକାରଙ୍କର କୃଷି-ଅନୁକୂଳ ଯୋଜନାଗୁଡ଼ିକ ଯୋଗୁଁ l କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ କରାଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ଧାନ, ଗହମ ଡାଲିଜାତୀୟ ଫସଲ, ଏବଂ ମକା ଉତ୍ପାଦନରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି l  ଗହମ ଉତ୍ପାଦନ ପ୍ରାୟ ୧୦୭ ମିଲିଅନ ଟନ ରହିଥିବା ବେଳେ ଧାନ ଉତ୍ପାଦନ ପ୍ରାୟ ୧୧୯ ମିଲିଅନ ଟନ ରହିଛି l ଏହିଭଳି ଅଭିବୃଦ୍ଧି ହେଲେ ଦେଶର ପାଇଁ ଏହା ମଙ୍ଗଳଦାୟକ ହେବ l

କୃଷି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି ଯେ, କରୋନା ମହାମାରୀ ଏବଂ କୃଷକ ଆନ୍ଦୋଳନର କୌଣସି ପ୍ରଭାବ ଦେଶର କୃଷି ଉତ୍ପାଦନ ଉପରେ ପଡ଼ିନାହିଁ l ଚଳିତ ବର୍ଷ ଖାଦ୍ୟଶସ୍ୟ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଘଟିଛି l କରୋନା ମହାମାରୀର ଅନିଶ୍ଚିତତା ଯୋଗୁଁ କେତେଗୁଡ଼ିଏ ଦେଶରେ ଗଚ୍ଛିତ ଥିବା ଖାଦ୍ୟଶସ୍ୟର ପରିମାଣରେ ହଠାତ ହ୍ରାସ ଘଟିଛି, ଯାହା ଫଳରେ ଭାରତରୁ ଚାଉଳ, ଗହମ, ମକା ପରି ଖାଦ୍ୟ ଶସ୍ୟ ଅଧିକ ପରିମାଣରେ ରପ୍ତାନୀ କରାଯାଇଛି l ଖାଦ୍ୟଶସ୍ୟ ରପ୍ତାନୀ କ୍ଷେତ୍ରରେ ୫୨% ଅଭିବୃଦ୍ଧି ଘଟିଛି l ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ନିର୍ଭରଶୀଳ ହୋଇପାରିଛୁ, ବର୍ତ୍ତମାନ ଆମର ବିଶେଷ ଦୃଷ୍ଟି ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା l ଯାହା ଫଳରେ ତୈଳବୀଜ ଆମଦାନୀ ହ୍ରାସ ପାଇବ l ଚଳିତ ବର୍ଷ ତୈଳବୀଜ ଉତ୍ପାଦନ ୩୪ ମିଲିଅନ ଟନ ଅତିକ୍ରମ କରିବାର ସମ୍ଭାବନା ରହିଛି ଏବଂ କ୍ରମଶଃ ଏହାର ଉତ୍ପାଦନ ବୃଦ୍ଧି କରାଯିବ ବୋଲି କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଜଣାଇଛନ୍ତି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)