News

ରଙ୍ଗ ରଙ୍ଗେଲି ହୋଲି !!

ରଙ୍ଗ ରଙ୍ଗେଲି ହୋଲି !!

20 March, 2019 12:17 PM IST By: KJ Staff

କେମିତି ପାଳନ କରିବେ ଆଧୁନିକ ଯୁଗ ର ହୋଲି

ସମୟାନୁକ୍ରମେ ପରିବର୍ତ୍ତନ ହୋଇଛି ହୋଲି ର ଢାଞ୍ଚା |ଲୋକେ ପୂର୍ବ ପରି ଅଭିର ରେ ହୋଲି ନ ଖେଳି ଏବେ ସମ୍ପୂର୍ଣ କୁତ୍ରିମ ରଙ୍ଗ ରେ ଖେଳିବା ରେ ରୁଚି ରଖୁଛନ୍ତି |ଫଗୁ ପୁର୍ଣିମା ଏବେ ଭରିଯାଇଛି କୁତ୍ରିମତା ର ବାୟୁମଣ୍ଡଳ ମଧ୍ୟରେ |


ତେବେ ଏହି ସବୁ ମଧ୍ୟରେ ହୋଲି ର ରଙ୍ଗ ରେ ରଙ୍ଗି ହୋଇ ବିଭିନ୍ନ ପ୍ରକାର ର ମିଠା, ପିଠା ଏବଂ ସାଜ ଶଯ୍ୟା ରେ ଭରି ଉଠି ସମାରୋହ |ଏହି ହୋଲି ରେ କରିପାରିବେ ଏହିପରି କିଛି ନୂତନ ଢାଞ୍ଚା ର ପ୍ରୟୋଗ -

୧)ମ୍ୟାଜିକ ବେଲୁନ:ଭାବିଲେ କେତେ କଷ୍ଟ ହୁଏ ବେଲୁନ ରେ ପାଣି ପୁରାଇ ଗଣ୍ଠି ବାନ୍ଧିବା |ତେବେ ଏହି ନୂତନ ଉପକରଣ ସାହାଯ୍ୟ ରେ ବେଲୁନ ରେ ରଙ୍ଗ ଭରିଲା ପରେ ଗଣ୍ଠି ବାନ୍ଧି ହେଇଯାଏ |ଏହା ଦ୍ୱାରା ଆପଣଙ୍କ ପିଲାମାନେ ମଧ୍ୟ ବହୁତ ପ୍ରକାର ରଙ୍ଗ ପାଣି ରେ ବେଲୁନ ଭର୍ତି କରି ହୋଲି ର ମଜା ଉଠାଇପାରିବେ |

୨)ଜୈବିକ ରଙ୍ଗ :ହର୍ବାଲ ରଙ୍ଗ ତିଆରି କରୁଥିବା କମ୍ପାନୀ ମାନେ ଜୈବିକ ରଙ୍ଗ ତିଆରି କରି ଭଲ ଭାବେ ପରୀକ୍ଷା କଲା ପରେ ବଜାରକୁ ଛଡ଼ାଯାଏ |ଏହା ଦ୍ୱାରା ଆପଣଙ୍କ ତ୍ୱଚା ଉପରେ କୌଣସି ପ୍ରଭାବ ପଡିବ ନାହିଁ |

୩)ହୋଲି ଟୁଲ କୀଟ :ଏଥିରେ ରହିଥାଏ ତେଲ ,ସନସ୍କ୍ରୀନ,ଏବଂ ଅନ୍ୟାନ୍ୟ ତ୍ୱଚା ଲାଗି ହିତକାରୀ ସଂରଞ୍ଜାମ |

୪)ବିନା ପାଣି ରେ ରଙ୍ଗ :ପାଣି ନଷ୍ଟ ନ କରି ବରଂ ବିନା ପାଣି ରେ ଖେଳିବା ର ପ୍ରୟାସ କରନ୍ତୁ |ଯଥା ସମ୍ଭବ ଜଳ ସଂରକ୍ଷଣ ର ଚେଷ୍ଟା କରନ୍ତୁ|

୫) ମତ ର ସମ୍ମାନ !:ହୋଲି ର ରଙ୍ଗ ଠାରୁ ବହୁ ଲୋକେ ଦୁରେଇ ରହିବା କୁ ଭଲ ପାଆନ୍ତି|ତାଙ୍କ ମତ ର ସମ୍ମାନ ଏବଂ ତାଙ୍କ ଇଚ୍ଛା କୁ ଗୁରୁତ୍ୱ ଦିଅନ୍ତୁ |

 

କୃଷି ଜାଗରଣ ପରିବାର ତରଫରୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର କୁ ଫଗୁ ପୁର୍ଣିମା ର ଅଭିନନ୍ଦନ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)