News

ହୋଣ୍ଡା ଇଣ୍ଡିଆ ପାୱାର୍ ପ୍ରଡକ୍ଟସ କୃଷକଙ୍କ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ

ଭୁବନେଶ୍ୱର : ଭାରତର ବିଦ୍ୟୁତ୍ ଉତ୍ପାଦର ଅଗ୍ରଣୀ ଉତ୍ପାଦନକାରୀ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ କୃଷକମାନଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ ଲାଗି ୨-ଇଂଚ ଏବଂ ୩-ଇଂଚ ବର୍ଗର ସେଲ୍ଫ-ପ୍ରିମିଙ୍ଗ ଗ୍ୟାସୋଲିନ୍‌(ପେଟ୍ରୋଲ) ଚାଳିତ ଜଳସେଚନ ପମ୍ପର ବଜାର ପ୍ରବେଶ କରାଇଛି । ଏହା ଦ୍ୱାରା ଚାଷୀ ହାଲ୍‌କା ପମ୍ପ୍ ଦ୍ୱାରା ଚାଷ ଜମିରେ ସହଜରେ ଜଳସେଚନ କରିପାରିବେ । ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ ପେଟ୍ରୋଲ ଚାଳିତ ପମ୍ପ୍ ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

02 June, 2021 11:38 PM IST By: Gyanadutta Behra

ଭୁବନେଶ୍ୱର : ଭାରତର ବିଦ୍ୟୁତ୍ ଉତ୍ପାଦର ଅଗ୍ରଣୀ ଉତ୍ପାଦନକାରୀ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ କୃଷକମାନଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ ଲାଗି ୨-ଇଂଚ ଏବଂ ୩-ଇଂଚ ବର୍ଗର ସେଲ୍ଫ-ପ୍ରିମିଙ୍ଗ ଗ୍ୟାସୋଲିନ୍‌(ପେଟ୍ରୋଲ) ଚାଳିତ ଜଳସେଚନ ପମ୍ପର ବଜାର ପ୍ରବେଶ କରାଇଛି । ଏହା ଦ୍ୱାରା ଚାଷୀ ହାଲ୍‌କା ପମ୍ପ୍ ଦ୍ୱାରା ଚାଷ ଜମିରେ ସହଜରେ ଜଳସେଚନ କରିପାରିବେ । ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ ପେଟ୍ରୋଲ ଚାଳିତ ପମ୍ପ୍ ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଗତ ୩୫ ବର୍ଷ ଧରି କମ୍ପାନୀ ୨ରୁ ୫ ଏଚ୍‌ପି ପମ୍ପ୍ ଉତ୍ପାଦନ ଜାରି ରଖିଛି । କମ୍ପାନୀର ଲାଟେଷ୍ଟ୍ ମଡେଲ୍ ଡବ୍ଲ୍ୟୁବି-୨୦-ଏକ୍ସଡି ଏବଂ ଡବ୍ଲ୍ୟୁବି-୩୦-ଏକ୍ସଡି ପାହାଡ଼ିଆ ଏବଂ ସମତଳ ଅଂଚଳରେ ଜଳସେଚନ ପାଇଁ କୃଷକଙ୍କ ଲାଗି ବେଶ୍ ସହାୟକ ହୋଇ ପାରିବ ।

ଡବ୍ଲ୍ୟୁବି-୨୦-ଏକ୍ସଡିର ୨ ଇଂଚ ପମ୍ପ୍ ୩୨ ମିଟର ଉଚ୍ଚା ପର୍ଯ୍ୟନ୍ତ ମିନିଟ୍ ପିଛା ୬୭୦ ଲିଟର ଜଳ ସେଚନ କରାଇପାରିବ । ଏହାର ଓଜନ ୨୪ କିଲୋଗ୍ରାମ୍ ରହିଛି । ସେହିପରି ଡବ୍ଲ୍ୟୁବି-୩୦-ଏକ୍ସଡିର ୩ ଇଂଚ ପମ୍ପ୍ ୨୩ ମିଟର ଉଚ୍ଚ ପର୍ଯ୍ୟନ୍ତ ମିନିଟ୍ ପିଛା ୧,୧୦୦ ଲିଟର ଜଳ ସେଚନ କରିବାକୁ ସକ୍ଷମ ।

ଏହି ଅବସରରେ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡର ବିକ୍ରି, ମାର୍କେଟିଂ ଏବଂ ସର୍ଭିସର ମୁଖ୍ୟ ତଥା ଉପସଭାପତି ଗଗନ ପାଲ କହିଲେ,ଭାରତୀୟ କୃଷକମାନେ କମ୍ପାନୀ ଉପରେ ଥିବା ସେମାନଙ୍କର ବିଶ୍ୱାସକୁ ଜାରି ରଖିଛନ୍ତି ଏବଂ ହୋଣ୍ଡାଗାସୋଲିନ ଚାଳିତ ଜଳ ସେଚନ ପମ୍ପଗୁଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି । ହୋଣ୍ଡାର ପମ୍ପ୍‌ଗୁଡ଼ିକ କମ୍ ଇନ୍ଧନ ଖର୍ଚ୍ଚ କରିଥାଏ ସେହିପରି ଏହାର ପୋର୍ଟେବିଲିଟି, ସହଜ ରକ୍ଷଣାବେକ୍ଷଣ, ଏବଂ ପରିବେଶ ଉପଯୋଗୀ ଗୁଣ କୃଷକଙ୍କୁ ଆକୃଷ୍ଟ କରିଥାଏ । ଦେଶରେ କମ୍ପାନୀର ୬୦୦ରୁ ଅଧିକ ସେଲସ୍ ଏବଂ ସର୍ଭିସ୍ ଡିଲରଶିପ୍ ରହିଛି । ହୋଣ୍ଡାର ଏହି ଦୁଇଟି ୱାଟର ପମ୍ପ୍ କମ୍ପାନୀର ମାର୍କେଟ ସେୟାରକୁ ବୃଦ୍ଧି କରିବାରେ ସହାୟକ ହେବ । ଯୋଗାଯୋଗ ପାଇଁ କମ୍ପାନୀ ସହିତ ନିଶୁଳ୍କ ନମ୍ବର ୧୮୦୦-୧୧-୨୩୨୩ରେ କଲ୍ କରାଯାଇପାରେ ଅବା www.hondaindiapower.com ଏବଂ ଫେସବୁକ୍ ପେଜ୍ hondapowerproductsindia ବ୍ରାଉଜିଂ କରାଯାଇ ପାରିବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)