News

ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିଃ. ୫ ନିୟୁତ ୟୁନିଟ୍ ଉତ୍ପାଦ ବିକ୍ରି ଲକ୍ଷ୍ୟ ହାସଲ କଲା

ଭାରତର ଅଗ୍ରଣୀ ପାୱାର ପ୍ରଡକ୍ଟ ନିର୍ମାତା ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍‌(ହିପୋ) ଇତିମଧ୍ୟରେ ଦେଶରେ ସଫଳତାର ୩୫ ବର୍ଷ ପୂରଣ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ ଦେଶ ତଥା ବିଦେଶର ୫ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଣରେ ସଫଳ ରହିଛି । କମ୍ପାନୀ ଜେନେରେଟର, କୃଷି ସରଞ୍ଜାମ ଏବଂ ବିଭିନ୍ନ ଯନ୍ତ୍ରାଶଂ ପାଇଁ ଇଞ୍ଜିନ୍ ପ୍ରସ୍ତୁତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କମ୍ପାନୀ ଭାରତରେ ଏହାର ପ୍ରଥମ ପୋର୍ଟେବୁଲ୍ ଜେନେରେଟର ମଡେଲ ଇଏମ୍‌-୬୫୦ର ବଜାର ପ୍ରବେଶ କରାଇଥିଲା । ସମ୍ପ୍ରତି କମ୍ପାନୀ ଏହାର ୧୦୦ ଡିଲରଶିପ୍ ଏବଂ ୬୦୦ରୁ ଅଧିକ ଚ୍ୟାନେଲ ଅଂଶୀଦାରଙ୍କ ସହାୟତାରେ ପୋର୍ଟେବୁଲ୍ ୱାଟର ପମ୍ପ୍‌, ଜେନେରାଲ ପ୍ରପୋଜ୍ ଇଞ୍ଜିନ୍‌, ପାୱାର ଟିଲର, ବ୍ରୁସ୍ କଟର, ଏବଂ ଲନ୍ ମାୱର ଆଦି ପାୱାର ପ୍ରଡକ୍ଟ ଉପଲବ୍ଧ କରାଇଥାଏ ।

18 December, 2020 5:19 PM IST By: KJ Staff

ଭୁବନେଶ୍ୱର : ଭାରତର ଅଗ୍ରଣୀ ପାୱାର ପ୍ରଡକ୍ଟ ନିର୍ମାତା ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍‌(ହିପୋ) ଇତିମଧ୍ୟରେ ଦେଶରେ ସଫଳତାର ୩୫ ବର୍ଷ ପୂରଣ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ ଦେଶ ତଥା ବିଦେଶର ୫ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଣରେ ସଫଳ ରହିଛି । କମ୍ପାନୀ ଜେନେରେଟର, କୃଷି ସରଞ୍ଜାମ ଏବଂ ବିଭିନ୍ନ ଯନ୍ତ୍ରାଶଂ ପାଇଁ ଇଞ୍ଜିନ୍ ପ୍ରସ୍ତୁତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
କମ୍ପାନୀ ଭାରତରେ ଏହାର ପ୍ରଥମ ପୋର୍ଟେବୁଲ୍ ଜେନେରେଟର ମଡେଲ ଇଏମ୍‌-୬୫୦ର ବଜାର ପ୍ରବେଶ କରାଇଥିଲା । ସମ୍ପ୍ରତି କମ୍ପାନୀ ଏହାର ୧୦୦ ଡିଲରଶିପ୍ ଏବଂ ୬୦୦ରୁ ଅଧିକ ଚ୍ୟାନେଲ ଅଂଶୀଦାରଙ୍କ ସହାୟତାରେ ପୋର୍ଟେବୁଲ୍ ୱାଟର ପମ୍ପ୍‌, ଜେନେରାଲ ପ୍ରପୋଜ୍ ଇଞ୍ଜିନ୍‌, ପାୱାର ଟିଲର, ବ୍ରୁସ୍ କଟର, ଏବଂ ଲନ୍ ମାୱର ଆଦି ପାୱାର ପ୍ରଡକ୍ଟ ଉପଲବ୍ଧ କରାଇଥାଏ । ୨୦୦୩ରେ କମ୍ପାନୀର ଉତ୍ପାଦ ବିକ୍ରି ସଂଖ୍ୟା ୧ ନିୟୁତ ୟୁନିଟ୍‌ରେ ପହଂଚିଥିଲା । ୨୦୧୭ରେ ଏହା ୪ ନିୟୁତ ୟୁନିଟ୍ ହୋଇଥିବାବେଳେ ଏବେ ୨୦୨୦ରେ ଏହି ସଂଖ୍ୟା ୫ ନିୟୁତ ୟୁନିଟ୍ ଛୁଇଁଛି । ଗତ ୩ ବର୍ଷର ସ୍ୱଳ୍ପ ସମୟସୀମା ମଧ୍ୟରେ କମ୍ପାନୀ ଏହି ସଫଳତା ହାସଲ କରିପାରିଛି । ଦେଶର ଘରୋଇ ବଜାର ସହିତ କମ୍ପାନୀର ଉତ୍ପାଦ ବିଦେଶର ୫୦ଟି ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ କରାଯାଉଛି । ସେଥିମଧ୍ୟରେ ଆମେରିକା, ୟୁରୋପ ଏବଂ ଜାପାନ ଆଦି ବିକଶିତ ବଜାର ରହିଛି ।

ଏହି ଅବସରରେ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍‌ର ସିଏମ୍ ଡ଼ି, ସଭାପତି ତଥା ସିଇଓ ତାକାହିରୋ ୟୁଦା କହିଲେ, ଆମେ ୫ ନିୟୁତ ୟୁନିଟ୍ ଉତ୍ପାଦ ବିକ୍ରି ଲକ୍ଷ୍ୟ ହାସଲ କରିବା ସହିତ ସଫଳତା ଏବଂ ପ୍ରତିଶ୍ରୁତିବଦ୍ଧତାର ୩୫ ବର୍ଷ ପୂରଣ କରିବାକୁ ସକ୍ଷମ ହୋଇଛୁ । ଏହି ସମୟ ମଧ୍ୟରେ ଆମେ ଗ୍ରାହକଙ୍କ ବିଶ୍ୱାସନୀୟତା ହାସଲ କରିପାରିଛୁ । ନିରନ୍ତର ଆମେ ଆମ ଉତ୍ପାଦର ଗୁଣବତା ବୃଦ୍ଧି କରିବା ସହିତ ନବୀନତମ ଜ୍ଞାନକୌଶଳର ଉପଯୋଗ ଜାରି ରଖିଛୁ । ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ ୧୯୮୫ରେ ଭାରତୀୟ ବଜାରରେ କାରବାର ଆରମ୍ଭ କରିଥିଲା । ଏହା ଭାରତ ଏବଂ ଜାପାନର ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିଥିଲା । କମ୍ପାନୀର ଫ୍ୟାକ୍ଟ୍ରି ଗ୍ରେଟର ନୋଏଡ଼ାରେ ରହିଛି । କମ୍ପାନୀ ନିୟମିତ ଭାବେ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟ ଦେଶର ବିଭିନ୍ନ ପ୍ରାନ୍ତରେ ଉପଲବ୍ଧ କରାଇଥାଏ । ସମ୍ପ୍ରତି କୋଭିଡ୍‌-୧୯ ମହାମାରୀ ସଙ୍କଟ ସମୟରେ କମ୍ପାନୀ ଏହାର ସହାୟତା ପ୍ରଦାନ ଜାରି ରଖିଛି ।
ସୂଚନାଯୋଗ୍ୟ, ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ ୧୯୮୫ ସେପ୍ଟେମ୍ବର ୧୯ରେ କାରବାର ଆରମ୍ଭ କରିଥିଲା । ଏହା ଗୁଣବତାଯୁକ୍ତ ପାୱାର ପ୍ରଡକ୍ଟସ୍ ନିର୍ମାଣ କରିଥାଏ । ଏହା ପୋର୍ଟେବୁଲ୍ ଜେନେରେଟର, ୱାଟର ପମ୍ପ୍‌, ଟିଲର, ଲନ୍ ମାୱର, ବ୍ରୁଶ୍ କଟର, ଲଙ୍ଗ ଟେଲ୍ ଆଉଟ୍‌ବୋର୍ଡ ଇଞ୍ଜିନ୍ ଆଦି ନିର୍ମାଣ କରିଥାଏ । ଏହାର ନିର୍ମାଣ ୟୁନିଟ୍ ଗ୍ରେଟର ନୋଏଡ଼ାରେ ରହିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)