News

ମାଗଣା ରାସନ ପାଉନାହାଁନ୍ତି କି? ଏଠାରେ କରନ୍ତୁ ଆପ୍ଲାଏ

ରାସନ କାର୍ଡ ପାଇଁ ଏକ ଅଫିସିଆଲ୍ ୱେବସାଇଟ୍ ରିଲିଜ୍ କରାଯାଇଛି l ଯେଉଁଠାରେ ଆପଣ ରାସନ କାର୍ଡ ବିଷୟରେ ସୂଚନା ପାଇପାରିବେ l ଆବେଦନ ପ୍ରକ୍ରିୟା ମଧ୍ୟ ସଂପୂର୍ଣ୍ଣ କରିପାରିବେ ନିଜ ଆବଶ୍ୟକ ଅନୁଯାୟୀ ।

12 September, 2024 5:36 PM IST By: Tanushree Mahapatra

ଦେଶରେ ବିଭିନ୍ନ ସରକାରୀ ଯୋଜନା ପ୍ରଚଳିତ ରହିଛି l ଯାହା ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରୁଛି l ମାଗଣାରେ ବିଭିନ୍ନ କାର୍ଯ୍ୟ ହୋଇପାରୁଛି କିମ୍ବା ଖୁବ ଅଳ୍ପ ଟଙ୍କାରେ ବିଭିନ୍ନ କାର୍ଯ୍ୟ ହୋଇପାରୁଛି l ଅନଲାଇନ୍ ରାସନ୍ କାର୍ଡ ଆବେଦନ କରିବାକୁ ସରକାର ଆଦେଶ ଦେଇଥିଲେ l ନୂତନ କାର୍ଡ ପାଇଁ ସମସ୍ତେ ଆବେଦନ କରିବା ସହିତ E-kyc କୁ ବାଧ୍ୟତାମୂଳକ କରାଯାଇଛି l କାରଣ ଏପରି ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନେ ମାଗଣା ରାସନ କାର୍ଡର ଅପବ୍ୟବହାର କରୁଛନ୍ତି l ଏ ସମସ୍ତ ବିଷୟ ଉପରେ ରୋକ ଲଗାଇବାକୁ ଯାଇ ସରକାର E-kyc କୁ ବାଧ୍ୟତାମୂଳକ କରିଛନ୍ତି l ରାସନ କାର୍ଡ ସହିତ ଜଡିତ କିଛି ଜରୁରୀ ସୂଚନା ମଧ୍ୟ ଜାଣିବା ଉଚିତ ଆବେଦନ କରିବା ପୂର୍ବରୁ l ଯାହା ଦ୍ୱାରା ଆପଣ ଆବେଦନ କରିବା ସମୟରେ କୌଣସି ସମସ୍ୟାରେ ଯେପରି ନ ପଡ଼ନ୍ତି l

ରାସନ କାର୍ଡ ପାଇଁ ଏକ ଅଫିସିଆଲ୍ ୱେବସାଇଟ୍ ରିଲିଜ୍ କରାଯାଇଛି l ଯେଉଁଠାରେ ଆପଣ ରାସନ କାର୍ଡ ବିଷୟରେ ସୂଚନା ପାଇପାରିବେ l ଆବେଦନ ପ୍ରକ୍ରିୟା ମଧ୍ୟ ସଂପୂର୍ଣ୍ଣ କରିପାରିବେ ନିଜ ଆବଶ୍ୟକ ଅନୁଯାୟୀ । ଥରେ ଆବେଦନକାରୀ ରାସନ କାର୍ଡ କଲେ, ସେମାନେ ରାସନ ପାଇପାରିବେ l ସରକାରୀ ଯୋଜନାର ଲାଭ ପାଇବା ପାଇଁ ରାସନ କାର୍ଡ ବ୍ୟବହାର କରିପାରିବେ । ଆବେଦନ କରିବା ସମୟରେ ସଠିକ ତଥ୍ୟ ପ୍ରଦାନ କରି ଆବେଦନ କରିବାକୁ ହେବ ନଚେତ ଅଯୋଗ୍ୟ ହୋଇଥିଲେ କଡ଼ା ଦଣ୍ଡ ମଧ୍ୟ ମିଳିବାର ଆଶଙ୍କା ରହିଛି l

ଜଣେ କେତେ ଦିନରେ ରାସନ କାର୍ଡ଼ ପାଇପାରିବେ ? ତାହା ସେହି ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ ।  ଓଡିଶାରେ ରାସନ କାର୍ଡ଼ ମିଳିବାକୁ ୧୫ ଦିନ ସମୟ ଲାଗେ । ସରକାର ଏ ନେଇ ଆଦେଶ ମଧ୍ୟ ଦେଇଛନ୍ତି କୌଣସି ଦସ୍ତାବିଜ ପାଇଁ ନିଜ ରାଜ୍ୟକୁ ଆସିବା ଆବଶ୍ୟକ ନାହିଁ l ବାହାର ରାଜ୍ୟରେ ଥାଇ ମଧ୍ୟ ଆପଣ ଏଥିପାଇଁ ଆବେଦନ କରି ପାରିବେ l ଅଫଲାଇନରେ ଆପ୍ଲାଏ କଲେ ୩୦ ଦିନ ବି ହୋଇପାରେ । ବିପିଏଲ ରାସନ କାର୍ଡଧାରୀମାନେ PM Awas Yojana ଭଳି ଲାଭ ମଧ୍ୟ ପାଇପାରିବେ । ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଆପଣ ରାସନ କାର୍ଡ ବ୍ୟବହାର କରିପାରିବେ ।

ରାସନ କାର୍ଡ ଆବେଦନ କରିବାକୁ ଆପଣ ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ବିଭାଗର ଅଫିସିଆଲ୍ ୱେବସାଇଟକୁ ଖୋଲନ୍ତୁ l ପୋର୍ଟାଲକୁ ଆପଣ ପ୍ରଥମେ ଲଗ୍ଇନ୍ କରନ୍ତୁ l ରେସନ୍ କାର୍ଡ ଆବେଦନ ଫର୍ମରେ ନିଜର ସମସ୍ତ ତଥ୍ୟ ପୁରଣ କରନ୍ତୁ । ଆଇଡି ପ୍ରୁଫ୍, ଜମିବାଡ଼ି ପ୍ରୁଫ୍ ଇତ୍ୟାଦି ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ଆବେଦନ କରାଯାଇଥିବା ଶୁଳ୍କ ପ୍ରଦାନ କରନ୍ତୁ । ଏହାପରେ ନିଜ ଆବେଦନ ଫର୍ମ ଦାଖଲ କରନ୍ତୁ । ପରେ ଅଧିକାରୀଙ୍କ ଦ୍ୱାରା ଆପଣଙ୍କର ସମସ୍ତ ବିବରଣୀ ଯାଞ୍ଚ କରାଯିବ l ସମସ୍ତ ଯାଞ୍ଚ ପରେ ଆପଣଙ୍କ ରାସନ କାର୍ଡ ପ୍ରଦାନ କରାଯିବ ।

ଅଧିକ ପଢ଼ନ୍ତୁ

ମାର୍କେଟକୁ ଆସିଲାଣି ଚାଇନିଜ୍ ରସୁଣ, ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ !

Ayushman Yojana: ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପାଇବେ,ଆୟୁଷ୍ମାନ ଯୋଜନା ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)