କଖାରୁ ଏକ ପରିବା । ଓଡ଼ିଆ ରାନ୍ଧଣାରେ ଏହାକୁ ଡାଲମା, ଭଜା ଓ ଖଟା ତିଆରି କରିବାରେ ବ୍ୟବହାର କରାଯାଏ । ଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା । ଏଥିରେ ଜାଂଥିନ ଓ ଜେକସେନ୍ଥିନ ସମେତ ଭିଟାମିନ୍ ଏ ପ୍ରଚୁର ପରିମାଣରେ ରହିଛି । ଯାହା କରୋନାରେ ଇମ୍ୟୁନିଟି ବୃଦ୍ଧିରେ ବେଶ ସହାୟକ ହୋଇପାରେ ।
ଆମ ଓଡ଼ିଶାର ଜଳବାୟୁ ଓ ପାଣିପାଗ , ମୃତ୍ତିକା ସବୁ ଦୃଷ୍ଟି କୋଣରୁ କଖାରୁ ଚାଷ ବେଶ ଉପଯୋଗୀ । ଓଡ଼ିଶାର ପ୍ରତିଟି ହାଣ୍ଡିଶାଳରେ କଖାରୁ ବା ବୋଇତାଳୁ ଭାବେ ପରିଚିତ ଏହି ପରିବା ସମସ୍ତଙ୍କର ଭାରି ପ୍ରିୟ । କେବଳ ଯେ ବୋଇତାଳୁ ପ୍ରିୟ ତାହା ନୁହଁ ବରଂ କଖାରୁ ଫୁଲ , କଖାରୁ ଶାଗ , କଖାରୁ ଖଡା ମଧ୍ୟ ସମସ୍ତଙ୍କର ବେଶ ପସନ୍ଦ ।
ଛତୁ, ପରିବା କଟା, ଚୁନା ମାଛ ଓ ଛୋଟ ଚିଙ୍ଗୁଡି ଆଦି ପୋଡି ପତ୍ରପୋଡା କରିବାରେ କଖାରୁ ପତ୍ରର ବ୍ୟବହାର ହୁଏ । । କଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା । ଏଥିରେ ଜାଂଥିନ ଓ ଜେକସେନ୍ଥିନ ସମେତ ଭିଟାମିନ୍ ଏ ପ୍ରଚୁର ପରିମାଣରେ ରହିଛି । ଯାହା କରୋନାରେ ଇମ୍ୟୁନିଟି ବୃଦ୍ଧିରେ ବେଶ ସହାୟକ ହୋଇପାରେ ।
ଜଳବାୟୁ ଏବଂ ମୃତ୍ତିକା
କଖାରୁ ସାଧାରଣତଃ ଉଷ୍ମ ଓ ଆଦ୍ର ଜଳବାୟୁର ଫସଲ । କିନ୍ତୁ ଓଡ଼ିଶାର ବିଭିନ୍ନ ଜଳବାୟୁରେ ଏହାର ଚାଷ ହେଉଛି । ତେଣୁ ଗ୍ରୀଷ୍ମ , ବର୍ଷା , ଶୀତ ଋତୁରେ ଅର୍ଥାତ ବର୍ଷକ ବାରମାସରେ ଏହାର ଚାଷ ହେଉଛି । କଖାରୁ ବର୍ଷାଦିନିଆ ପାଇଁ ଜୁନ୍-ଜୁଲାଇ ମାସରେ ଏବଂ ଖରାଦିନିଆ ପାଇଁ ଫେବୃୟାରୀ-ମାର୍ଚ୍ଚରେ ଲଗାଯାଏ । ସବୁ ପ୍ରକାର ମାଟିରେ କଖାରୁ ଚାଷ ସମ୍ଭବ ହୁଏ । କିନ୍ତୁ ନିଗିଡ଼ା , ଉର୍ବର , ଦୋରସା ମାଟିରେ ଉତ୍ପାଦନ ଅଧିକ ହୁଏ । ମଞ୍ଜି ଲଗାଇବା ସମୟରେ ଏକର ପ୍ରତି ୧୦ କି.ଗ୍ରା. , ଯବକ୍ଷାରଜାନ ସାର , ୧୨ କି.ଗ୍ରା. ଫସଫରସ୍ ସାର ଓ ୩୦ କି.ଗ୍ରା. ପଟାସିୟମ୍ ସାର ମୂଳ ସାର ହିସାବରେ ଦିଆଯାଏ । କିସମ ଅନୁସାରେ ଲଗାଇବାର ୭୫-୧୨୦ ଦିନରେ ଫଳ ପାକଳ ହୁଏ । କଖାରୁ କରୁଥିବା ଜାଗାରେ ମହୁଚାଷ କଲେ , କଖାରୁରୁ ଏବଂ ମହୁରୁ ବେଶୀ ଲାଭ ମିଳେ ।
ବୟସ ବୃଦ୍ଧି ଅନୁସାରେ ଖାଦ୍ୟରେ କଖାରୁ ସାମିଲ କରାଗଲେ ଏହା ଦୃଷ୍ଟି ଶକ୍ତି ଜନିତ ସମସ୍ୟା ନିରାକରଣରେ ସହାୟକ ହେବ ବୋଲି କୁହାଯାଏ। ଏହି ପରିବାରେ ଭିଟାମିନ୍ ପ୍ରଚୁର ମାତ୍ରାରେ ଥିବା ସହ ଫାଇବର ମଧ୍ୟ ଥାଏ । ଏହା ଛଡା ଏଥିରେ ଫ୍ୟାଟସ୍ ନଥାଏ । ଫାଇବର ଯୋଗୁ କ୍ଷୁଧା ନିୟନ୍ତ୍ରିତ ହେଉଥିବା ବେଳେ ଶରୀରର ଓଜନ ହ୍ରାସ ପାଇଥାଏ । କ୍ୟାଲୋରୀ ମାତ୍ରା କମ ରହୁଥିବାରୁ ଏହା ମେଦବୃଦ୍ଧି ହ୍ରାସରେ ସହାୟକ ହୋଇଥାଏ । କଖାରୁରେ ପ୍ରଚୁର ଆଇରନ ମଧ୍ୟ ଥାଏ । ଏଣୁ ଖାଦ୍ୟରେ କଖାରୁ ଖାଇଲେ ଏନର୍ଜୀମାତ୍ରା ବଢିଥାଏ ।