News

ଏ ଏନ-୩୨ ର ବ୍ଲାକ ବକ୍ସ ଠାବ !

ଏ ଏନ-୩୨ ର ବ୍ଲାକ ବକ୍ସ ଠାବ !

14 June, 2019 7:22 AM IST By: KJ Staff

ଶୋକରେ ସାରା ଭାରତ
ହେଲିକପ୍ଟର ରେ ମୃତ ଦେହ ଉଦ୍ଧାର ର ପ୍ରୟାସ
ଓଡ଼ିଆ ପାଇଲଟ ଙ୍କ ସମେତ ୧୩ ମୃତ
ଶୋକରେ ବୁଡ଼ିଲା ବିଳିଆପାଲ୍ଲୀ

ଜୁନ -୩ ରେ ନିଖୋଜ ହୋଇଥିବା ଭାରତୀୟ ବିମାନ ଏଏନ -୩୨ ର ମିଳିଛି ସନ୍ଧାନ |ନିଖୋଜ ଏଏନ-୩୨ ବିମାନର ପାଇଲଟ ସମେତ ୧୩ ଜଣ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି | ୮ ଦିନ ଧରି ସନ୍ଧାନ କାର୍ଯ୍ୟ ଜାରି ରହିଥିଲା ବେଳେ ଗତ ଗୁରୁବାର ଦିନ ଭାରତୀୟ ବାୟୁସେନା ପକ୍ଷରୁ ଏହି ଘୋଷଣା କରାଯାଇଛି |ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର ପରେ ଘଟଣା ର ସମୀକ୍ଷା କରାଯାଇଛି |ଉଦ୍ଧାରକାରୀମାନେ ମୃତ ଦେହକୁ ହେଲିକପ୍ଟର ଜରିଆରେ ଆଣିବାର ଉଦ୍ୟମ କରୁଛନ୍ତି |

ବିମାନ ଟି ପାହାଡ଼ରେ ପିଟି ହୋଇ ଦୁର୍ଘଟଣା ର ଶିକାର ହୋଇଥିବାର ଅନୁମାନ କରାଯାଉଛି ତେବେ ବ୍ଲାକ ବକ୍ସ ର ଯାଞ୍ଚ କଲା ପରେ ହିଁ ଘଟଣା ଟି ସ୍ପଷ୍ଟ ଜଣାଯାଇପାରିବ |ସୂଚନା ଯୋଗ୍ୟ ଯେ ଏହି ବିମାନ ଟି ୧୨ ଟା ୩୦ ରେ ଆସାମ ର ଜୋରହାଟ ଠାରୁ ଅରୁଣାଚଳ ମେଚୁକା ଆଡ଼ଭାନ୍ସଡ଼ ଲ୍ୟଣ୍ଡିଙ୍ଗ ଗ୍ରୋଉଣ୍ଡ ଅଭିମୁଖେ ଯାତ୍ରା କରିଥିଲା |ଦିନ ୧ ରେ ଗ୍ରାଉଣ୍ଡ ଷ୍ଟାଫ ଙ୍କ ସହ ଏହାର ଯୋଜଯୋଗୀ ବିଛିନ୍ନ ହୋଇଥିଲା ପରେ ;ବିମାନ ର ଅକସ୍ମାତ ନିଖୋଜ ପରେ ଭାରତୀୟ ବାୟୁ ସେନା ଏହାର ସନ୍ଧାନର ରେ ଲାଗି ପଡିଥିଲା |

୮ ଦିନ ପରେ ଜୁନ ୧୧ ରେ ବିମାନର ଧ୍ବଂସବିଶେଷ ସମୁଦ୍ରପତ୍ତନ ଠାରୁ ୧୨ ହଜାର ଫୁଟ ଊର୍ଧ୍ୱରେ ଅରୁଣାଚଳ ପ୍ରଦେଶ ର ଉତ୍ତର -ପୂର୍ବ ଟାଟୋ ରେ ଅନ୍ତର୍ଗତ ଲିପୋର ଉତ୍ତରରେ ୧୬ କି.ମି ଦୂରରେ ଠାବ କରାଯାଇଛି |

ଅନ୍ୟପକ୍ଷେ ବିମାନ ର ପାଇଲଟ ସୁନିତ ମହାନ୍ତି ମୃତ ଘୋଷିତ ହେଲା ପରେ ତାଙ୍କର ପୈତୃକ ଗ୍ରାମ ବଳିଆପାଲ୍ଲୀ ରେ ଏବେ ଶୋକ ର ଛାୟା ଖେଳି ଯାଇଛି |ଜଣେ ଗର୍ବିତ ଚେହରା କୁ ଆମେ ହରାଇଚୁ ବୋଲି କହିଛନ୍ତି ସୁନିତ ଙ୍କ ବାପା ପଣ୍ଡିତ ବଲ୍ଲଭ ମହାନ୍ତି |