News

CA Result 2022 : ଜାଣନ୍ତୁ କିଏ ଟପ୍ପର ?

CA ମେ 2022 ସେସନ ପରୀକ୍ଷାର ଫାଇନାଲ ରେଜଲ୍ଟ । ଶୁକ୍ରବାର ଏହି ଫଳାଫଳ ଘୋଷଣା କରାଯାଇଛି ।

16 July, 2022 5:30 PM IST By: Shuvanshu Kar


ଘୋଷଣା ହୋଇସାରିଛି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାଡ ​​ଆକାଉଣ୍ଟାଣ୍ଟସ ଅଫ୍ ଇଣ୍ଡିଆ (ICAI)ର CA ମେ 2022 ସେସନ ପରୀକ୍ଷାର ଫାଇନାଲ ରେଜଲ୍ଟ (Result)। ଶୁକ୍ରବାର ଏହି ଫଳାଫଳ ଘୋଷଣା କରାଯାଇଛି । ଛାତ୍ରମାନେ କେବଳ ଅନଲାଇନ୍ ମୋଡ୍ ମାଧ୍ୟମରେ ନିଜ ରେଜଲ୍ଟ ଦେଖିପାରିବେ ।

ICAI ମଧ୍ୟ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛି । ଏଇଠି ଜାଣନ୍ତୁ କିଭଳି କରିବେ ରେଜଲ୍ଟ ଚେକ...

ICAI ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ CA ମେ ସେସନ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାରେ ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଅଫିସିଆଲ୍ ୱେବସାଇଟ୍ icai.nic.in ଯାଇ ସେଠାରେ ସେମାନଙ୍କର ରେଜଲ୍ଟ ଚେକ ଏବଂ ଡାଉନଲୋଡ୍ କରିପାରିବେ ।

ପ୍ରଥମେ ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ icaiexam.icai.org କିମ୍ବା caresults.icai.org ଲଗଇନ କରନ୍ତୁ ।

  • ଏହା ପରେ ହୋମ ପେଜରେ ଥିବା CA ଫାଇନାଲ୍ ମେ 2022 ଫଳାଫଳର ଲିଙ୍କରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ଆପଣ ଏକ ନୂତନ ପେଜକୁ ଆସିବେ
  • ମଗାଯାଇଥିବା ସମସ୍ତ ସୂଚନା ଏଣ୍ଟ୍ରି କରି ଏଠାରେ ଲଗ୍ଇନ୍ କରନ୍ତୁ
  • ବର୍ତ୍ତମାନ ଆପଣଙ୍କର ସ୍କୋରକାର୍ଡ ସ୍କ୍ରିନକୁ ଆସିବେ
  • ଏହାକୁ ଚେକ କରନ୍ତୁ ଏବଂ ଡାଉନଲୋଡ୍ କରନ୍ତୁ ଏବଂ ପରବର୍ତ୍ତୀ ଆବଶ୍ୟକତା ପାଇଁ ଏଥିରୁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ

କିଏ ହୋଇଛନ୍ତି ଟପର ?

CA ମେ ସେସନ ପରୀକ୍ଷା ପାଇଁ ପ୍ରକାଶିତ ରେଜଲ୍ଟରେ ମୁମ୍ବାଇର ମୀତ ଅନିଲ ଶାହ ପ୍ରଥମ ସ୍ଥାନ (AIR-1) ହାସଲ କରିଛନ୍ତି | 642 ମାର୍କ ରଖି ସେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ 639 ମାର୍କ ସହ ଜୟପୁରର ଅକ୍ଷତ ଗୋୟଲ ଏବଂ ସୁରଟର ସୃଷ୍ଟି କେ ସାଙ୍ଗଭୀ 611 ମାର୍କ ସହ ତୃତୀୟ ସ୍ଥାନରେ ଅଛନ୍ତି।

ଏହି ପରୀକ୍ଷା ମେ 14 ରୁ ମେ 30 ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ । ଏହି ପରୀକ୍ଷା ବର୍ଷକୁ ଦୁଇଥର ମେ ଏବଂ ନଭେମ୍ବର ମାସରେ କରାଯାଏ । ପରୀକ୍ଷାରେ ସଫଳ ହେବା ପାଇଁ ପରୀକ୍ଷାର୍ଥୀଙ୍କୁ ସମୁଦାୟ 50% ମାର୍କ ଏବଂ ପ୍ରତ୍ୟେକ ବିଷୟ ଉପରେ ସର୍ବନିମ୍ନ 40% ମାର୍କ ରଖିବାକୁପଡିଥାଏ ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏମିତି ଚେକ କରନ୍ତୁ ମାର୍କ...

ଆସନ୍ତାକାଲିଠୁ OJEE ,ପରୀକ୍ଷା ଦେବେ 58 ହଜାର ପରୀକ୍ଷାର୍ଥୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)