News

ଆଇ.ସି.ଏ.ଆର-ସିଫା ରେ ସ୍ୱଚ୍ଛଭାରତ ପକ୍ଷ ଉଦଯାପିତ

କୌଶଲ୍ୟାଗଙ୍ଗ ସ୍ଥିତ ଆଇ.ସି.ଏ.ଆର-କେନ୍ଦ୍ରୀୟ ମଧୁର ଜଳ କୃଷି ଗବେଷଣା ପ୍ରତିଷ୍ଠାନ (ସିଫା) ରେ ଗତ ୧୫ ତାରିଖ ରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷ ଆଜି ଉଦ୍‌ଯାପିତ ହୋଇଯାଇଛି । କୋଭିଡ଼ ଗାଇଡ଼୍ ଲାଇନ୍ ଅନୁସରଣ ପୂର୍ବକ ଏଥି ନିମନ୍ତେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ଦ୍ୱୈତ ନଗରୀର ସ୍ୱଚ୍ଛଭାରତ ବ୍ରାଣ୍ଡ ଆମ୍ବାସାଡ଼ାର ଶ୍ରୀ ଅରିନ୍ଦମ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କହିଥିଲେ ଯେ, କେବଳ ସ୍ୱଚ୍ଛତା ସଫା ସୁତରା କୁ ବୁଝାଏ ନାହିଁ ଏହା ମଣିଷର ହୃଦୟରୁ ଆସିଥାଏ । ପରିବାରର କୁନିକୁନି ପିଲାମାନଙ୍କୁ ସ୍ୱଚ୍ଛତାର ସଂସ୍କାର ଶିଖାଇଲେ ହିଁ ଆଗାମୀ ଅଳ୍ପଦିନ ମଧ୍ୟରେ ସଂପୂର୍ଣ୍ଣ ଭାରତ ସ୍ୱଚ୍ଛ ହୋଇପାରିବ ଓ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସଫଳ ହୋଇପାରିବ ।

31 December, 2020 6:08 PM IST By: KJ Staff

ଭୁବନେଶ୍ୱର: କୌଶଲ୍ୟାଗଙ୍ଗ ସ୍ଥିତ ଆଇ.ସି.ଏ.ଆର-କେନ୍ଦ୍ରୀୟ ମଧୁର ଜଳ କୃଷି ଗବେଷଣା ପ୍ରତିଷ୍ଠାନ (ସିଫା) ରେ ଗତ ୧୫ ତାରିଖ ରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷ ଆଜି ଉଦ୍‌ଯାପିତ ହୋଇଯାଇଛି । କୋଭିଡ଼ ଗାଇଡ଼୍ ଲାଇନ୍ ଅନୁସରଣ ପୂର୍ବକ ଏଥି ନିମନ୍ତେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ଦ୍ୱୈତ ନଗରୀର ସ୍ୱଚ୍ଛଭାରତ ବ୍ରାଣ୍ଡ ଆମ୍ବାସାଡ଼ାର ଶ୍ରୀ ଅରିନ୍ଦମ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କହିଥିଲେ ଯେ, କେବଳ ସ୍ୱଚ୍ଛତା ସଫା ସୁତରା କୁ ବୁଝାଏ ନାହିଁ ଏହା ମଣିଷର ହୃଦୟରୁ ଆସିଥାଏ । ପରିବାରର କୁନିକୁନି ପିଲାମାନଙ୍କୁ ସ୍ୱଚ୍ଛତାର ସଂସ୍କାର ଶିଖାଇଲେ ହିଁ ଆଗାମୀ ଅଳ୍ପଦିନ ମଧ୍ୟରେ ସଂପୂର୍ଣ୍ଣ ଭାରତ ସ୍ୱଚ୍ଛ ହୋଇପାରିବ ଓ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସଫଳ ହୋଇପାରିବ । ରାଜନୈତିକ ବ୍ୟକ୍ତି ବିଶେଷ କିମ୍ବା ପ୍ରଶାସନିକ କଳ ଚାହିଁଲେ ଭାରତ ସ୍ୱଚ୍ଛ ହେବ ନାହିଁ ବରଂ ସାଧାରଣ ଜନତାଙ୍କ ମାନସିକତାର ପରିବର୍ତନ ହେଲେ ହିଁ ଭାରତ ସ୍ୱଚ୍ଛ ହେବ ଆମେ ଜାପାନବାସୀଙ୍କ ସହ ଭଳି ସ୍ୱଚ୍ଛ ହୋଇପାରିବା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଫେସନ୍‌ଡ଼ିଜାଇନର ସଂଧ୍ୟା ପଟ୍ଟନାୟକ ପରିବାର ରୁ ସ୍ୱଚ୍ଛତା ଶିକ୍ଷା ଦିଆଯିବା ଉଚିତ୍ ବୋଲି କହିଥିଲେ । ଏହି ଉତ୍ସବରେ ଅଧ୍ୟକ୍ଷତା କରି ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ୨୦୧୪ ମସିହା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ କିଭଳି ସିଫାରେ ସଫଳତାର ସହ ପାଳନ କରାଯାଉଛି ତାର ବିଶଦ ବିବରଣୀ ଦେବା ସହିତ ଚଳନ୍ତି ସ୍ୱଚ୍ଛତା ପକ୍ଷରେ ସିଫା ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମ ଗୁଡ଼ିକ ସଂପର୍କରେ ବର୍ଣ୍ଣନା କରିଥିଲେ । ସିଫା ତରଫରୁ ସ୍ଥାନୀୟ ଅଂଚଳରେ ବିଶେଷକରି ପର୍ଯ୍ୟଟନକ୍ଷେତ୍ର ଧବଳଗିରି, ଖଣ୍ଡଗିରି, ଚଉଷଠୀଯୋଗୀନି ମନ୍ଦିର, ଅନାଥାଶ୍ରମ, ସୈନିକ ସ୍କୁଲ, ବାଲି ।ଟଣା, ବାଲିଅନ୍ତା ଓ ଖୋର୍ଦ୍ଧାର ବିଭିନ୍ନ ଅଂଚଳରେ ସଫେଇ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ପ୍ରକାଶ କରିବା ସହ ସିଫାକୁ ପ୍ଲାଷ୍ଟିକ ମୁକ୍ତ କରାଯାଇଥିବା କହିଥିଲେ । ସ୍ୱଚ୍ଛତା ପକ୍ଷରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା ପ୍ରଭିଭାଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେଫ ସିଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଇ.ବି.କୁମାର କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ଓ ସଂଯୋଜନା କରିଥିବାବେଳେ ସ୍ୱଚ୍ଛ ଭାରତ ର ସଂଯୋଜକ ଡ଼ଃ ନିତିଶ୍ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)