News

ଖରିଫ ଋତୁରେ ପନିପରିବା ଚାଷ ପାଇଁ ଉନ୍ନତ ପଦ୍ଧତି

ଖରିଫ ଋତୁରେ ପନିପରିବା ଚାଷ ପାଇଁ ଉନ୍ନତ ପଦ୍ଧତି

27 July, 2019 3:30 PM IST By: KJ Staff

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧିନସ୍ଥ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଠାରେ ୨୭ ଜୁଲାଇ ୨୦୧୯ ଦିନ ଅନ୍ନସ୍ଵଚିତ ଜାତି ଉପଯୋଜନା ଆନୁକୂଲ୍ୟ ରେ ,"ଖରିଫ ଋତୁ ରେ ପନିପରିବା ଚାଷ ପାଇଁ ଉନ୍ନତ ପଦ୍ଧତି "ଉପରେ କୌଶଳ ବର୍ଦ୍ଧନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ କଟକ ଜିଲାର ଚାମରପଡା ଏବଂ ଶବଳପୁର ଗ୍ରାମର ୪୨ ଜଣ ଅନ୍ନସ୍ଵଚିତ ଜାତି ର କୃଷିରତ ମହିଳା ଅଂଶଗ୍ରହଣ କରିଥିଲେ |ଏହି ମହିଳାମାନେ ମୁଖ୍ୟତ କୃଷି ଉପରେ ନିର୍ଭରଶୀଳ ଏବଂ ଚାଷବାସ ଏମାନଙ୍କ ମୁଖ୍ୟ ଜୀବିକା |ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ହୋଇଥିବାରୁ ଭାଗରେ ଜମି ଚାଷ କରନ୍ତି |ଏମାନେ ବହୁ ମତରେ ପନିପରିବା ଚାଷ କରନ୍ତି |ତେଣୁ ପନିପରିବା ଚାଷରେ କୌଶଳ ବର୍ଦ୍ଧନ କାର୍ଯ୍ୟକ୍ରମ ଟି ମହିଳା ମାନଙ୍କର ଜ୍ଞାନ ବର୍ଦ୍ଧନ ରେ ସହାୟକ ହୋଇଥିଲା |

କାର୍ଯ୍ୟକ୍ରମ ର ଅନୁକୂଲ୍ୟ ରେ ସେମାନଙ୍କୁ ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର ରେ ବାରଣାସୀ ଠାରୁ ଅଣାଯାଇଥିବା ୧୦ ପ୍ରକାର ଉନ୍ନତ କିସମ ର ପନିପରିବା ବିହନ ବିତରଣ କରାଯାଇଥିଲା |ଏହା ସହ ସ୍ପ୍ରେୟର ,ହ୍ୟାଣ୍ଡ ସ୍ପ୍ରେ ,ସିକେଚର ,ଉନ୍ନତ ଦା ,ଖୁରପି ହାଣ୍ଡ ସୋଭେଲ ,ଟ୍ରେଞ୍ଚ ହୋ ପରି ୮ ଟି ଛୋଟ ଛୋଟ ଯନ୍ତ୍ରପାତି ଏବଂ ଅନ୍ୟ ପାଞ୍ଚ ଟି ଶାଗ ଓ ପନିପରିବା ବିହନ ର ୪୯ ଟି ପ୍ୟାକେଟ ପ୍ରଦାନ କରାଯାଇଥିଲା |

ଏହି କୌଶଳ ବର୍ଦ୍ଧନ କାର୍ଯ୍ୟକ୍ରମ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର କୁଳପତି ଡଃ ପବନ କୁମାର ଅଗ୍ରୱାଲ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ |ନିଜର ବକ୍ତବ୍ୟ ରେ ମାନନୀୟ କୁଳପତି ମହିଳାମାନଙ୍କର କୃଷିକ୍ଷେତ୍ର ରେ ସଫଳ ଯୋଗଦାନ ଏବଂ ଘର ପରିଚାଳନାରେ ସାଫଲ୍ୟ ଦିଗରେ ଖାଦ୍ୟ ଓ ପୋଷଣ ର ଗୁରୁତ୍ୱପୂର୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ |ଏହା ସହ ଚାଷ ରୁ ଭଲ ରୋଜଗାର ଦ୍ୱାରା ମହିଳାମାନଙ୍କର ଅର୍ଥ ନୈତିକ ସଶକ୍ତିକରଣ ଏବଂ ସାମାଜିକ ସମ୍ମାନ ବୃଦ୍ଧି ର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ |

ନିର୍ଦେଶକ ,ଡଃ ସନ୍ତୋଷ କୁମାର ଶ୍ରୀବାସ୍ତବ ,ସଂସ୍ଥାନ ର କାର୍ଯ୍ୟକଳାପ ବିଷୟରେ ଏବଂ କୃଷିରତ ମହିଳାଙ୍କ ସଶକ୍ତିକରଣ ଦିଗରେ ଏହାର ଭୂମିକା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ |ଅନୁଷ୍ଠାନ ରେ ଗତ ୫ ବର୍ଷ ଧରି ଚାଲିଆସୁଥିବା ମୋ ଗାଁ ମୋ ଗୌରବ,(ଗୋଷ୍ଠୀ-୨)କାର୍ଯ୍ୟକ୍ରମ ମୁଖ୍ୟ ଡଃ ଅନିଲ କୁମାର ,ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ |ଅନ୍ନସ୍ଵଚିତ ଜାତି ଉପଯୋଜନାର ମୁଖ୍ୟ ଡଃ ଚାର୍ଲସ ଜୀଭା ସଂସ୍ଥାନ ଦ୍ୱାରା ହାତକୁ ନେଇଥିବା ଅନ୍ନସ୍ଵଚିତ ଜାତି କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ଆଲୋଚନା କରିଥିଲେ |
ମୁଖ୍ୟ ଅତିଥି ,ଡଃ ଅରୁଣ କୁମାର ପଣ୍ଡାସଂସ୍ଥାନ ର କାର୍ଯ୍ୟକ୍ରମ ପ୍ରକଳ୍ପ ଇତ୍ୟାଦି ଉପରେ ସଭା କୁ ସଂକ୍ଷିପ୍ତ ଧାରଣା ଦେଇଥିଲେ |ଡଃ ସବିତା ମିଶ୍ର ,ଡଃ ଲକ୍ଷ୍ମୀପ୍ରିୟା ସାହୁ ,ଶ୍ରୀ ଦେବେନ୍ଦ୍ର ନାଥ ଷଡ଼ଙ୍ଗୀ ଏବଂ ଶ୍ରୀ ଭିକାରି ଚରଣ ବେହେରା ଚାଷୀ ମହିଳାଙ୍କୁ ଉଦ୍ୟୋଗ ସ୍ଥାପନ ,ପନିପରିବା ଚାଷ ଏବଂ ମହିଳା ଉପଯୋଗୀ ଲଘୁ ଯନ୍ତ୍ରପାତ ଉପରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ସେମାନଙ୍କ ଦ୍ୱାରା ପଚରାଯାଇଥିବା ସମସ୍ୟା ଉଡ଼ିକର ସମାଧାନ ଦେଇଥିଲେ |
ଉଦ୍ଘାଟନ ସମାରୋହ ରେ ସଂସ୍ଥାନ ର ସମସ୍ତ ବୈଜ୍ଞାନିକ ,ଟେକ୍ନିକାଲ ଏବଂ ପ୍ରଶାସନିକ କର୍ମଚାରୀ ମାନେ ଯୋଗଦାନ କରିଥିଲେ |ଡଃ ଅନିଲ କୁମାର ,ଡଃ ସବିତା ମିଶ୍ର ,ଡଃ ଅନନ୍ତ ସରକାର ,ଡଃ ଲକ୍ଷ୍ମୀପ୍ରିୟା ସାହୁ, ଡଃ ଦେବେନ୍ଦ୍ର ନାଥ ଷଡ଼ଙ୍ଗୀ ଏବଂ ଭିକାରି ଚରଣ ବେହେରା ,ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)