News

ଭୁବନେଶ୍ୱରରେ ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ NCW ଅଧ୍ୟକ୍ଷ ରେଖା ଶର୍ମା

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା 'ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ' ଆୟୋଜିତ | ଯୋଗଦେଲେ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧକ୍ଷା ରେଖା ଶର୍ମା |

09 July, 2022 9:47 AM IST By: Shuvanshu Kar

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର(ICAR-Central Institute for Women in Agriculture) ଦ୍ୱାରା ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ତା: ୮.୭.୨୦୨୨ ରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ହିତାଧିକାରୀଙ୍କୁ ପୋଷଣ ସୁରକ୍ଷାର ବିଭିନ୍ନ ଉପାୟ ଦ୍ୱାରା ପରିବାରର ଖାଦ୍ୟ ଏବଂ ପୋଷଣକୁ ସୁରକ୍ଷିତ କରିବାପାଇଁ ସଚେତନ କରାଯାଇଥିଲା | ସଂସ୍ଥାନର ନିର୍ଦେଶକ ଡ଼ଃ. ଅନୀଲ କୁମାର ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ସେ ତାଙ୍କ ସ୍ୱାଗତ ଭାଷଣରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଏବଂ ବିଭିନ୍ନ ମହିଳା ଅଭିମୁଖୀ ବୈଷୟିକ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଥିଲେ । କୃଷିର ଉନ୍ନତିରେ ମହିଳାଙ୍କ ଭୂମିକା ମହାନ ବୋଲି ସେ କହିଥିଲେ | ପୋଷଣ ସମ୍ବେଦନ କୃଷିଦ୍ୱାରା ମହିଳା ଓ ଶିଶୁ ମାନଙ୍କର କୁପୋଷଣ ଦୂରୀଭୂତ କରିବାର ଉପାୟମାନ ମଧ୍ୟ ସେ ଉପସ୍ଥାପନ କରିଥିଲେ | ମହିଳା ମାନଙ୍କର ଶ୍ରମ ଲାଘବ ପାଇଁ ଅଧିକ ମାତ୍ରାରେ ମହିଳା ଉପଯୋଗୀ ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ କହିଥିଲେ |

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା ଡ଼ଃ. ମିନତୀ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ | ତାଙ୍କ ଅଭିଭାଷଣରେ ସଚେତନତା ଏବଂ ଉପଯୁକ୍ତ ପଦକ୍ଷେପ ଦ୍ୱାରା ମହିଳାମାଙ୍କର ସ୍ୱାସ୍ଥ୍ୟ, ପୋଷଣ ଏବଂ ଜୀବନ ଜୀବିକାର ଉନ୍ନତି କରିବା ଉପରେ ଆଲୋକପାତ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି, ହିମାଚଳ ପ୍ରଦେଶ ମହିଳା ଆୟୋଗର ଅଧକ୍ଷା, ଡ଼ଃ. ଡେ଼ଜ଼ୀ ଠାକୁର ତାଙ୍କ ବକ୍ତବ୍ୟରେ ଆଇ.ସି.ଏ.ର.- ଶିବା ପୁଷ୍ଟି ସମ୍ବେଦନ କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ ଓ ମହିଳାମାନେ ନିଜର ସ୍ୱାସ୍ଥ୍ୟ ଏବଂ ପୋଷଣର ଯତ୍ନ ନେବା ସଂଗେସଂଗେ ଅସୁବିଧା ସମୟରେ କମିଶନର ସାହାଯ୍ୟ ନେବାକୁ କହିଥିଲେ |

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରାଷ୍ଟ୍ରୀୟ ମହିଳା ଆୟୋଗ, ନୂଆଦିଲ୍ଲୀର ଅଧକ୍ଷା, ଶ୍ରୀମତୀ ରେଖା ଶର୍ମା(Smt Rekha Sharma, Chairperson, NCW) ଯୋଗଦାନ ଦେଇଥିଲେ | ସେ କୃଷିରତ ମହିଳା ସଂସ୍ଥାନ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସଂସ୍ଥାନ ଏବଂ ଉପସ୍ଥିତ ଥିବା ମହିଳାମାନଙ୍କୁ କୃତଜ୍ଞତା ଜଣାଇଥିଲେ | କୃଷି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ମହିଳା ଅଭିମୁଖୀ ଯୋଜନା ଏବଂ କାର୍ଯ୍ୟକ୍ରମରେ ବହୁଳଭାବରେ ଭାଗନେବା ପାଇଁ ସେ ଆହ୍ଵାନ ଦେଇଥିଲେ | କୃଷି ମହିଳାମାନଙ୍କୁ ଜମି ଅଧିକାର ବିଷୟରେ ସଚେତନ କରିଥିଲେ ଏବଂ ସେମାନଙ୍କର ଉଦ୍ୟୋଗ ବିକାଶ ପାଇଁ ଆଇ.ସି.ଏ.ର.- ଶିବା କୁ ବିକ୍ରିବଟା ରେ ସାହାଯ୍ୟ କରିବାକୁ ଉପଦେଶ ଦେଇଥିଲେ|

ଏହି ପରିପେକ୍ଷୀରେ ଏକ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା | ଏହି ଆଲୋଚନା ଚକ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା | ଏଥିରେ ସଂସ୍ଥାନର ୧୩ ଟି ପୋଷ୍ୟଗ୍ରାମରୁ ୩୦୦ କୃଷିମହିଳା ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଏକ ପୋଷଣ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା | ସମଗ୍ର କାର୍ଯ୍ୟକ୍ରମକୁ ଡ଼ଃ. ତନୁଜା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ |

୭୧% ଭାରତୀୟ ଖାଉନାହାନ୍ତି ପୁଷ୍ଟିକର ଖାଦ୍ୟ !

NFSA Ranking: ୧ ନମ୍ବର ସ୍ଥାନରେ ଓଡ଼ିଶା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)