News

୨୭ତମ ଆଇସିଏଆର ଆଞ୍ଚଳିକ ବୈଠକ ଆୟୋଜିତ

୨୩ ଅଗଷ୍ଟ ୨୦୨୪ରେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଠାରେ ଆଇସିଏଆର ଆଞ୍ଚଳିକ କମିଟି-୨ ର ୨୭ତମ ବୈଠକ ଆୟୋଜନ କରୁଛି।

22 August, 2024 11:51 AM IST By: Tanushree Mahapatra

ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଘଟଣାବଳୀ ଏବଂ ଅନ୍ୟାନ ପ୍ରତିକୂଳ ପରିବେଶ ପୃଷ୍ଠଭୂମିରେ ପଶ୍ଚିମବଙ୍ଗ, ଓଡିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜ୍ୟଗୁଡିକରେ କୃଷି, ଉଦ୍ୟାନ କୃଷି, ପଶୁପାଳନ ଏବଂ ମତ୍ସ୍ୟ କ୍ଷେତ୍ର ସହିତ ଜଡିତ ତଥା ଉଦୀୟମାନ ସମସ୍ୟା ବିଷୟରେ ଆଲୋଚନା କରିବା ଏବଂ ଅନୁସନ୍ଧାନ ପ୍ରଣାଳୀ ଦ୍ବାରା ଉତ୍କୃଷ୍ଟ ସମାଧାନ ଦେବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ୨୩ ଅଗଷ୍ଟ ୨୦୨୪ରେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଠାରେ ଆଇସିଏଆର ଆଞ୍ଚଳିକ କମିଟି-୨ ର ୨୭ତମ ବୈଠକ ଆୟୋଜନ କରୁଛି।

ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଏହି ସଭାକୁ ଉଦ୍ଘାଟନ କରିବେ ତଥା ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଭାଗୀରଥ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ|ମାନ୍ୟବର ମନ୍ତ୍ରୀମାନେ ଅନୁଷ୍ଠାନରେ ବିଭିନ୍ନ ସୁବିଧା ଗୁଡିକର ଉଦ୍ଘାଟନ କରିବେ ଏବଂ ସ୍ମାର୍ଟ ଗବେଷଣାଗାର ଏବଂ ପରୀକ୍ଷାମୂଳକ କ୍ଷେତ୍ର ମଧ୍ୟ ପରିଦର୍ଶନ କରିବେ। ଭାରତୀୟ କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦେଶକ ଡକ୍ଟର ହିମାଂଶୁ ପାଠକ ଏହି ବୈଠକର ସଭାପତିତ୍ୱ କରିବେ l

ଆଇସିଏଆର ପରିଚାଳନା କମିଟିର ସଦସ୍ୟ ତଥା ଆଇସିଏଆର ର ସମସ୍ତ ଉପ ମହାନିର୍ଦେଶକ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି, ଆଇସିଏଆର ର ସହାୟକ ମହାନିର୍ଦେଶକ, ବିଭିନ୍ନ ଆଇସିଏଆରର ଅନୁଷ୍ଠାନର ନିର୍ଦ୍ଦେଶକ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ଏବଂ ସମ୍ପ୍ରସାରଣର ଡିନ୍ ଏବଂ ନିର୍ଦ୍ଦେଶକ ଏବଂ ପାଞ୍ଚଟି ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଅଂଶଗ୍ରହଣ କରିବେ|

ଏହି ଦିନିକିଆ କାର୍ଯ୍ୟକ୍ରମରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଉପସ୍ଥାପନା, ବିଭିନ୍ନ ରାଜ୍ୟ ସରକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଚାର-ବିନିମୟର ଆଦାନ-ପ୍ରଦାନ ଅଧିବେଶନ ଏବଂ କୃଷି ପ୍ରଯୁକ୍ତିବିଦ୍ୟା ମୂଲ୍ୟାଙ୍କନ, ବିଶୋଧନ ଏବଂ ସମ୍ପ୍ରସାରଣ ସମ୍ବନ୍ଧୀୟ ଏହି ପାଞ୍ଚଟି ରାଜ୍ୟ ପାଇଁ ଏକ ବିସ୍ତୃତ ଅନୁସନ୍ଧାନ ଏଜେଣ୍ଡାକୁ ସର୍ବଦଳୀୟ ଅଧିବେଶନ ମାଧ୍ୟମରେ ବିଚାର କରାଯିବ। ଏହି ଅବସରରେ ମୁଖ୍ୟ ଅତିଥି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଅନେକ ପ୍ରକାଶନ ବିମୋଚନ ପାଇବ। ଏହି ରାଜ୍ୟଗୁଡିକରେ କୃଷି କ୍ଷେତ୍ରର ବହୁମୁଖୀ ଅଭିବୃଦ୍ଧି ପାଇଁ ଏକ ରୋଡମ୍ୟାପ୍ ନିର୍ଣ୍ଣୟ କରିବାକୁ ଏହି ବୈଠକରେ ଧାର୍ଯ୍ୟ କରାଯାଇଛି l

ଅଧିକ ପଢ଼ନ୍ତୁ

Rain Alert: ରାଜ୍ୟରେ କାଳବୈଶାଖୀ ପ୍ରଭାବ!

ବିହାର ବେଗୁସରାଈରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)