News

ବିନା ପରୀକ୍ଷାରେ ସରକାରୀ ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଜେନେରାଲ୍ ମ୍ୟାନେଜର (ଇଞ୍ଜିନିୟରିଂ), ଅତିରିକ୍ତ ଜେନେରାଲ୍ ମ୍ୟାନେଜର (ମାର୍କେଟିଂ), ପ୍ରୋଜେକ୍ଟ ମ୍ୟାନେଜର (ସିଭିଲ୍) ପଦବୀ ପୂରଣ ପାଇଁ NBCC (ଭାରତ) ଲିମିଟେଡ୍ ଆବେଦନ ଜାରି କରିଛି ।

31 May, 2022 12:35 PM IST By: Sudesna Nayak

ଜେନେରାଲ୍ ମ୍ୟାନେଜର (ଇଞ୍ଜିନିୟରିଂ), ଅତିରିକ୍ତ ଜେନେରାଲ୍ ମ୍ୟାନେଜର (ମାର୍କେଟିଂ), ପ୍ରୋଜେକ୍ଟ ମ୍ୟାନେଜର (ସିଭିଲ୍) ପଦବୀ ପୂରଣ ପାଇଁ NBCC (ଭାରତ) ଲିମିଟେଡ୍ ଆବେଦନ ଜାରି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି nbccindia.com ରେ NBCC ର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ । ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.nbccindia.com/index ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ । ଆପଣ ଏହି ଲିଙ୍କ୍ https://www.nbccindia.com/pdfData/jobs/Ad_GM_Engg_AGM_Marketing ମାଧ୍ୟମରେ ବି ଅଫିସିଆଲ୍ ବିଜ୍ଞପ୍ତି ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୩ ଟି ପଦବୀ ପୂରଣ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

ଆବେଦନ କରିବାର ଶେଷ ତାରିଖ: ୮ ଜୁନ୍ ୨୦୨୨

ଖାଲି ପଦବୀ,ଜାଣନ୍ତୁ...

-ମୋଟ ପୋଷ୍ଟ୍‌ ସଂଖ୍ୟା- ୨୩
-ଜେନେରାଲ୍ ମ୍ୟାନେଜର୍ (ଇଞ୍ଜିନିୟରିଂ) - ୬ଟି ପୋଷ୍ଟ୍‌
-ଅତିରିକ୍ତ ଜେନେରାଲ୍ ମ୍ୟାନେଜର୍ (ମାର୍କେଟିଂ) – ୨ଟି ପୋଷ୍ଟ୍‌
-ପ୍ରୋଜେକ୍ଟର୍ ଜେନେରାଲ୍ ମ୍ୟାନେଜର୍ (ସିଭିଲ୍) - ୧୫ଟି ପୋଷ୍ଟ୍‌

ଯୋଗ୍ୟତା,ଜାଣନ୍ତୁ...

ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କର ଡିଗ୍ରୀ, ପିଜି, ଏମ୍‌ବିଏ ଆଦି ଯୋଗ୍ୟତା ଆବଶ୍ୟକ ରହିଛି । ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତିକୁ ଯାଆନ୍ତୁ ।

ବୟସ ସୀମା,ଜାଣନ୍ତୁ...

-ଜେନେରାଲ୍ ମ୍ୟାନେଜର୍ (ଇଞ୍ଜିନିୟରିଂ) - ୪୯ ବର୍ଷ
-ଅତିରିକ୍ତ ଜେନେରାଲ୍ ମ୍ୟାନେଜର୍ (ମାର୍କେଟିଂ) - ୪୫ ବର୍ଷ
-ପ୍ରୋଜେକ୍ଟର ଜେନେରାଲ ମ୍ୟାନେଜର୍ (ସିଭିଲ୍) - ୩୭ ବର୍ଷ

ଦରମା,ଜାଣନ୍ତୁ...

-ଜେନେରାଲ ମ୍ୟାନେଜର୍ (ଇଂଜିନିୟରିଂ) – ପେ’ ସ୍କେଲ୍‌ ୯୦,୦୦୦/- ରୁ ୨,୪୦,୦୦୦/-
-ଅତିରିକ୍ତ ଜେନେରାଲ୍ ମ୍ୟାନେଜର୍ (ମାର୍କେଟିଂ) – ପେ’ ସ୍କେଲ୍ ୮୦,୦୦୦/- ରୁ ୨,୨୦,୦୦୦/-
-ପ୍ରୋଜେକ୍ଟର ଜେନେରାଲ୍ ମ୍ୟାନେଜର (ସିଭିଲ୍) – ପେ’ ସ୍କେଲ୍ ୬୦,୦୦୦/- ରୁ ୧,୮୦,୦୦୦/-

Job Alert! ଡାକ ବିଭାଗରେ ଚାକିରି; ଜାଣନ୍ତୁ କେମିତି କରିବେ ଆବେଦନ

୧୦ମ ପାସ କରିଥିଲେ ଭାରତୀୟ ରେଳବାଇରେ ଚାକିରି,ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)