News

କୃଷି ଜାଗରଣ ଚୌପାଲରେ IFAJ ସଭାପତି ଲୀନା ଜନସନ

କୃଷି ଜାଗରଣରେ ଇଣ୍ଟର୍ଣ୍ଣନ୍ୟାସନାଲ ଫେଡେରେସନ ଅଫ ଏଗ୍ରିକଲଚରାଲ ଜର୍ଣ୍ଣାଲିଷ୍ଟ(IFAJ)ର ସଭାପତି ଲୀନା ଜନସନ । ଲୀନାଙ୍କ ସହିତ କୃଷି ଜାଗରଣ ପରିଦର୍ଶନ କରିଛନ୍ତି ଦକ୍ଷିଣ ଆମେରିକା, ଆର୍ଜେଣ୍ଟିନାର ପେରିଓଡିଷ୍ଟା ଫ୍ରିଲାନ୍ସ ଏଲିଡା ଥିଏରୀ ଓ ସହିତ ଦକ୍ଷିଣ ଆଫ୍ରିକାର ସାମ୍ବାଦିକା, ଉପସ୍ଥିପିକା ତଥା କମ୍ୟୁନିକେସନ ସ୍ପେଶାଲିଷ୍ଟି ଲିନ୍ଦି ବୋଥା ।

16 September, 2022 2:28 PM IST By: Shuvanshu Kar

କୃଷି ଜାଗରଣରେ ଇଣ୍ଟର୍ଣ୍ଣନ୍ୟାସନାଲ ଫେଡେରେସନ ଅଫ ଏଗ୍ରିକଲଚରାଲ ଜର୍ଣ୍ଣାଲିଷ୍ଟ(IFAJ)ର ସଭାପତି ଲୀନା ଜନସନ(Lena Johansson) । ଲୀନାଙ୍କ ସହିତ କୃଷି ଜାଗରଣ ପରିଦର୍ଶନ କରିଛନ୍ତି ଦକ୍ଷିଣ ଆମେରିକା, ଆର୍ଜେଣ୍ଟିନାର ପେରିଓଡିଷ୍ଟା ଫ୍ରିଲାନ୍ସ ଏଲିଡା ଥିଏରୀ ଓ ସହିତ ଦକ୍ଷିଣ ଆଫ୍ରିକାର ସାମ୍ବାଦିକା, ଉପସ୍ଥିପିକା ତଥା କମ୍ୟୁନିକେସନ ସ୍ପେଶାଲିଷ୍ଟି ଲିନ୍ଦି ବୋଥା ।

ଲୀନା ଜନସନ, ଏଲିଡା ଥିଏରୀ ଓ ଲିନ୍ଦି ବୋଥା କୃଷି ଜାଗରଣ ଚୌପାଲରେ ଯୋଗ ଦେଇ କୃଷି କ୍ଷେତ୍ରରେ ସାମ୍ବାଦିକତାର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । ଇଣ୍ଟର୍ଣ୍ଣନ୍ୟାସନାଲ ଫେଡେରେସନ ଅଫ ଏଗ୍ରିକଲଚରାଲ ଜର୍ଣ୍ଣାଲିଷ୍ଟର ଯାତ୍ରା ସମ୍ପର୍କରେ ଯୁବ ସାମ୍ବାଦିକମାନଙ୍କୁ ଅବଗତ କରାଇଛନ୍ତି ଲୀନା । ସେହିପରି ଲିନ୍ଦି ବୋଥା ଓ ଏଲିଡା ଥିଏରୀ ମଧ୍ୟ ନିଜର ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ ।

ମୁଖ୍ୟ ସମ୍ପାଦକ ଭାବେ କୃଷି ଶିଳ୍ପରେ କାର୍ଯ୍ୟ କରିବାରେ ଲୀନା ଜନସନଙ୍କର ଅନେକ ଅଭିଜ୍ଞତା ରହିଛି । ଏହାସହିତ ଫଟୋଗ୍ରାଫି, ଖବର ଲିଖନ, କ୍ରାଇସିସ କମ୍ୟୁନିକେସନ, ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ଏଡିଟିଂରେ ବେଶ ପାରଙ୍ଗମ ଲୀନା ।

ଲୀନା ଜନସନ ନିକଟରେ କୃଷି ଜାଗରଣ ପକ୍ଷରୁ ଆରମ୍ଭ ହୋଇଥିବା ଭାରତୀୟ କୃଷି ସାମ୍ବାଦିକ ସଂଘ Agriculture Journalist Association of India (AJAI)ର ଅଫିସିଆଲ ଓ୍ବେବସାଇଟ ଓ ଲୋଗୋ ଉନ୍ମୋଚନ କରିଥିଲେ ।

କୃଷି କ୍ଷେତ୍ରରେ ଐତିହାସିକ ପଦକ୍ଷେପ, AJAI ପୋର୍ଟାଲ ଲୋଗ ଲଞ୍ଚକଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)