News

ଚାଷୀ ଜୀବନରେ ଓ ଚାଷରେ ଆସିଛି ବୈପ୍ଲବିକ ପରିବର୍ତ୍ତନ: ୟୋଗେନ୍ଦ୍ର କୁମାର

କୃଷି ଜାଗରଣ କେଜେ ଚୌପାଲରେ ଇଫ୍କୋର ମାର୍କେଟିଙ୍ଗ ଡ଼ାଇରେକ୍ଟର ୟୋଗେନ୍ଦ୍ର କୁମାର ସାମିଲ

31 July, 2024 12:56 PM IST By: Tanushree Mahapatra

କୃଷି ଜାଗରଣ, ଆଜିକୁ ୨୮ ବର୍ଷ ହେବ ଚାଷୀ ଓ ଚାଷୀଙ୍କ ମଧ୍ୟରେ ନିରନ୍ତର ସେବା ପ୍ରଦାନ ଜାରି ରଖିଛି l ଚାଷୀଙ୍କ ହିତରେ ବିଭିନ୍ନ ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରି ଚାଷୀଙ୍କ ମଧ୍ୟରେ ପରିଚୟ ଲାଭ କରିଛି l କେବଳ ଚାଷୀ ନୁହେଁ ରାଜ୍ୟ ତଥା ଦେଶ ଏବଂ ବିଦେଶରେ ମଧ୍ୟ କୃଷି ଜାଗରଣ ନିଜ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି l

ତେବେ ଏହି ଗଣମାଧ୍ୟମ ସଂସ୍ଥା ନିଜ ମୁଖ୍ୟ କାର୍ଯ୍ୟାଳୟରେ କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରିଥାଏ । ମୁଖ୍ୟ କାର୍ଯ୍ୟାଳୟରେ କେଜେ ଚୌପାଲ ନାମକ ହଲରେ ନିମନ୍ତ୍ରଣ କରାଯାଇଥିବା ଅତିଥିଙ୍କ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥାଏ l ଏହି ଆଲୋଚନା ଚକ୍ରରେ ଅତିଥି କୃଷି ବିଷୟରେ ନୂତନ ଜ୍ଞାନ ପ୍ରଦାନ କରିଥାନ୍ତି ଉପସ୍ଥିତ ଥିବା କର୍ମଚାରୀଙ୍କୁ ଯାହା ନୂତନ କୃଷି ଜ୍ଞାନ ଜାଣିବାରେ ସହାୟତା ପ୍ରଦାନ କରିଥାଏ l

ତେବେ ଏହି କ୍ରମରେ ଆଜି କୃଷି ଜାଗରଣ କେଜେ ଚୌପାଲରେ ଇଫ୍କୋର ମାର୍କେଟିଙ୍ଗ ଡ଼ାଇରେକ୍ଟର ୟୋଗେନ୍ଦ୍ର କୁମାର ସାମିଲ ହୋଇଥିଲେ l ୟୋଗେନ୍ଦ୍ର କୁମାରଙ୍କୁ କୃଷି ଜାଗରଣର ଉପସ୍ଥିତ କର୍ମଚାରୀ ସ୍ୱାଗତ ଜଣାଇଥିଲେ l ସମସ୍ତ ଅଫିସ ପରିସର ବୁଲି ଦେଖିଥିଲେ ଏବଂ ଖୁବ ପ୍ରଶଂସା ମଧ୍ୟ କରିଥିଲେ l ପରେ କେଜେ ଚୌପାଲରେ ଆୟୋଜିତ ହୋଇଥିବା କେଜେ ଚୌପାଲ ସେସନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏବଂ ଫାଉଣ୍ଡର ଏମ ସି ଡୋମିନିକ ଶ୍ରୀଯୁକ୍ତ ୟୋଗେନ୍ଦ୍ର କୁମାରଙ୍କୁ ସ୍ୱାଗତ ଭାଷଣ ଦେଇ ସମ୍ମାନିତ କରିଥିଲେ l

ଶ୍ରୀଯୁକ୍ତ ୟୋଗେନ୍ଦ୍ର କୁମାର କହିଥିଲେ ଚାଷରେ କିପରି ଇଫ୍କୋ ଫର୍ଟିଲାଇଜର ପ୍ରସ୍ତୁତ ନାନୋ ୟୁରିଆ ଏବଂ ନାନୋ ଡିଏପି ପରିବର୍ତ୍ତନ କରିଛି l ଉତ୍ପାଦନ ଠାରୁ ଗୁଣବତ୍ତା ପର୍ଯ୍ୟନ୍ତ ସବୁଠି କରିଛି ନୂତନ ପରିବର୍ତ୍ତନ l ଚାଷୀଙ୍କ ମଧ୍ୟରେ ଆଣିଛି ବିଶ୍ଵାସ ଓ ଭରସା l ଏହା ଚାଷୀ ବ୍ୟବହାର କରିବା ପରେ ଚାଷ ଏବଂ ଚାଷ କରୁଥିବା ଜମିରେ କୌଣସି କ୍ଷତି ହୋଇନଥାଏ l ତେବେ ସଠିକ ବ୍ୟବହାର କରୁଥିବା ଚାଷୀ ଏହାର ଲାଭ ପାଇଛନ୍ତି l କୃଷିରେ ଡ୍ରୋନ ବ୍ୟବହାର ଚାଷୀଙ୍କର କିପରି ସହାୟତ ପ୍ରଦାନ କରୁଛି ତାହା ଉପରେ ମଧ୍ୟ ଆଲୋକପାତ କରିଥିଲେ l ବ୍ରାଜିଲ ଭଳି ଦେଶରେ ଏହାର ବ୍ୟବହାର ଆରମ୍ଭ ହୋଇଛି ଯାହା ସଫଳ ହୋଇଛି ମଧ୍ୟ l ୫ କୋଟି ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଇଫ୍କୋ ଫର୍ଟିଲାଇଜର ଲିମିଟେଡ଼ ଆଜି ଚାଷୀଙ୍କ ଚାଷରେ ଉପକୃତ ସାଧନ କରିବାରେ ସଫଳ ହୋଇଛି l

IFFCO ହେଉଛି ଭାରତୀୟ କୃଷକ ସାର କୋଅପରେଟିଭ୍ ଲିମିଟେଡ୍, ଏକ ବହୁ-ରାଜ୍ୟ ସମବାୟ ସମିତି ଯାହାକି ବହୁ ପରିମାଣରେ ସାର ଉତ୍ପାଦନ ଏବଂ ବିକ୍ରୟ କରିଥାଏ ପ୍ରତିବର୍ଷ l IFFCO ଭାରତର ସବୁଠାରୁ ବଡ ସାର ଉତ୍ପାଦକମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ବିଶ୍ୱ ସାର ବଜାରରେ ଏହାର ମହତ୍ତ୍ୱପୂର୍ଣ୍ଣ ଉପସ୍ଥିତି ରହିଛି l ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍, ଯାହା IFFCO ଭାବରେ ମଧ୍ୟ ଜଣାଶୁଣା l ସାର ଉତ୍ପାଦନ ଏବଂ ମାର୍କେଟିଂରେ ନିୟୋଜିତ ଏକ ବହୁ-ରାଜ୍ୟ ସମବାୟ ସମିତି IFFCO ର ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ l ଏହି ସଂସ୍ଥାର ମାର୍କେଟିଙ୍ଗ ଡ଼ାଇରେକ୍ଟର ୟୋଗେନ୍ଦ୍ର କୁମାରଙ୍କୁ କୃଷି ଜାଗରଣ କର୍ମକର୍ତ୍ତା ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ସେ ଅତି ସରଳ ଭାଷାରେ ଉପସ୍ଥାପନ କରିଥିଲେ l ତାଙ୍କ ଭଳି ଜଣେ କୃଷି ଅଭିଜ୍ଞ ବ୍ୟକ୍ତିତ୍ୱର ଉପସ୍ଥିତି କୃଷି ଜାଗରଣ କର୍ମକର୍ତ୍ତାଙ୍କୁ ଅନେକ କିଛି ନୂଆ ଜାଣିବାରେ ସହାୟକ ହୋଇଛି l

ଅଧିକ ପଢ଼ନ୍ତୁ

ଯୋଧପୁରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ସୋନପୁରରେ ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)