News

ଇଫକୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

ନୂଆଦିଲ୍ଲୀ : ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ (ଇଫକୋ) ପକ୍ଷରୁ ବିଶ୍ୱବ୍ୟାପୀ କୃଷକଙ୍କ ପାଇଁ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳ ପ୍ରଚଳନ କରାଯାଇଛି । ଭାରତରେ ଇଫ୍‍କୋର ଅନ୍‍ଲାଇନ ଏବଂ ଅଫ୍‍ଲାଇନ ପଦ୍ଧତିରେ ଅନୁଷ୍ଠିତ ୫୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆରଜିବି ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନାନୋ ୟୁରିଆ ତରଳ ପ୍ରଚଳନର ଶୁଭାରମ୍ଭ କରାଯାଇଛି । ମୃତ୍ତିକାରେ ୟୁରିଆ ବ୍ୟବହାର ପରିମାଣ ହ୍ରାସ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନରୁ ପ୍ରେରଣା ଲାଭ କରି ଏହି ଉତ୍ପାଦ ବିକଶିତ କରାଯାଇଛି ।

02 June, 2021 11:46 PM IST By: Gyanadutta Behra

ନୂଆଦିଲ୍ଲୀ : ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ (ଇଫକୋ) ପକ୍ଷରୁ ବିଶ୍ୱବ୍ୟାପୀ କୃଷକଙ୍କ ପାଇଁ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳ ପ୍ରଚଳନ କରାଯାଇଛି । ଭାରତରେ ଇଫ୍‍କୋର ଅନ୍‍ଲାଇନ ଏବଂ ଅଫ୍‍ଲାଇନ ପଦ୍ଧତିରେ ଅନୁଷ୍ଠିତ ୫୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆରଜିବି ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନାନୋ ୟୁରିଆ ତରଳ ପ୍ରଚଳନର ଶୁଭାରମ୍ଭ କରାଯାଇଛି । ମୃତ୍ତିକାରେ ୟୁରିଆ ବ୍ୟବହାର ପରିମାଣ ହ୍ରାସ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନରୁ ପ୍ରେରଣା ଲାଭ କରି ଏହି ଉତ୍ପାଦ ବିକଶିତ କରାଯାଇଛି । ‘ଆତ୍ମନିର୍ଭର ଭାରତ’ ଏବଂ ‘ଆତ୍ମନିର୍ଭର କୃଷି’ ଅଭିଯାନ ଆଧାରରେ ଇଫ୍‍କୋର ଗୁଜରାଟର କାଲୋଲଠାରେ ଥିବା ନାନୋ ବାୟୋଟେକ୍‍ନୋଲୋଜି ରିସର୍ଚ୍ଚ ସେଣ୍ଟରଠାରେ ଏହାର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ଦ୍ୱାରା ବହୁବର୍ଷର ଉତ୍ସର୍ଗୀକୃତ ଏବଂ ଏକନିଷ୍ଠ ଗବେଷଣା ପରେ ସଂପୂର୍ଣ୍ଣ ଅଧିକାର ଥିବା ପ୍ରଯୁକ୍ତି ଜରିଆରେ ଏହି ନାନୋ ୟୁରିଆ ତରଳର ବିକାଶ କରାଯାଇଛି । ଇଫ୍‍କୋ ନାନୋ ୟୁରିଆ ତରଳ ଉଦ୍ଭିଦର ପୁଷ୍ଟିସାଧନ ପାଇଁ ପ୍ରଭାବୀ ଓ ଫଳପ୍ରଦ ପରିଲକ୍ଷିତ ହୋଇଛି । ଏହା ପୁଷ୍ଟିଗତ ମାନରେ ଉନ୍ନତି ସାଧନ ସହିତ ଉତ୍ପାଦନ ପରିମାଣରେ ବୃଦ୍ଧି ଘଟାଉଛି । ଏହାମଧ୍ୟ ଭୂତଳ ଜଳ ମାନ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ତାହାସହିତ ବିଶ୍ୱ ତାପାୟନରେ ଉଲ୍ଲେଖନୀୟ ହ୍ରାସ ସହିତ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ନାନୋ ୟୁରିଆ ତରଳକୁ କୃଷକଙ୍କ ବ୍ୟବହାର ନିମନ୍ତେ ଯୋଗାଇ ଦିଆଯିବା ଦ୍ୱାରା ତାହା ମୃତ୍ତିକାରେ ୟୁରିଆର ମାତ୍ରାଧିକ ପ୍ରୟୋଗକୁ ହ୍ରାସକରି ଏକ ସମତୁଲ ପୁଷ୍ଟିସାଧନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ । ମାତ୍ରାଧିକ ୟୁରିଆ ବ୍ୟବହାର ପରିବେଶ ପ୍ରଦୂଷଣ ସୃଷ୍ଟି କରିବା ସହିତ, ଶସ୍ୟ ପାକଳ ହେବା ପ୍ରକ୍ରିୟା ବିଳମ୍ବିତ ହେବା ଏବଂ ଉତ୍ପାଦନଜନିତ କ୍ଷତିର କାରଣ ହେଉଛି । ନାନୋ ୟୁରିଆ ତରଳ ଶସ୍ୟକୁ ମଜଭୁତ, ସୁସ୍ଥ କରିବା ସହିତ ତାହାକୁ ପ୍ରତିକୂଳ ପରିସ୍ଥିତିରେ ସୁରକ୍ଷା ପ୍ରଦାନ କରୁଛି ।
ଇଫ୍‍କୋର ନାନୋ ୟୁରିଆ ତରଳ କୃଷକଙ୍କ ପକେଟରେ ରଖିବା ଭଳି ହୋଇଛି ଏବଂ ଏହା କୃଷକଙ୍କ ଆୟ ବୃଦ୍ଧି ଦିଗରେ ବେଶ୍‍ ପ୍ରଭାବଶାଳୀ ହୋଇପାରିବ । ଇଫ୍‍କୋ ନାନୋ ୟୁରିଆ ତରଳର ୫୦୦ ମିଲିଲିଟର ବୋତଲ ଅନ୍ୟୁନ ଏକବସ୍ତା ପାରମ୍ପରିକ ୟୁରିଆର ସ୍ଥାନ ନେଇପାରିବ । ତେଣୁ ଏହା କୃଷକଙ୍କର କୃଷି କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ପରିମାଣ ହ୍ରାସ କରିବ । ନାନୋ ୟୁରିଆ ତରଳର ଆକାର କ୍ଷୁଦ୍ର ହୋଇଥିବାରୁ ଏହାର ବୋତଲକୁ ପକେଟରେ ରଖାଯାଇପାରିବ ଏବଂ ଏହା ଲଜିଷ୍ଟିକ୍ସ ଏବଂ ଗୋଦାମରେ ଗଛିତ ରଖିବା ଖର୍ଚ୍ଚ ମଧ୍ୟ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ ।

ଜାତୀୟ କୃଷି ଗବେଷଣା ବ୍ୟବସ୍ଥା (ଏନଏଆରଏସ) ଅଧୀନରେ ୨୦ଟି ଆଇସିଏଆର ଗବେଷଣା ପ୍ରତିଷ୍ଠାନ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କେଭିକେ ଆଦିରେ ୪୩ଟି ଶସ୍ୟ କ୍ଷେତ୍ରରେ ପରୀକ୍ଷାମୂଳକ ପ୍ରୟୋଗ କରାଯିବାପରେ ତାହାର ଫଳାଫଳ ଆଧାରରେ ଇଫ୍‍କୋ ନାନୋ ୟୁରିଆ ତରଳକୁ ସଂପ୍ରତି ଫର୍ଟିଲାଇଜର କଂଟ୍ରୋଲ ଅର୍ଡର (ଏଫସିଓ,୧୯୮୫)ରେ ସାମିଲ କରାଯାଇଛି । ଏହାର ପ୍ରଭାବୀ ଗୁଣ ପରୀକ୍ଷା କରିବାକୁ ଭାରତର ବିଭିନ୍ନ ସ୍ଥାନରେ ୯୪ରୁ ଅଧିକ ଫସଲ କ୍ଷେତ୍ରରେ ପ୍ରାୟ ୧୧,୦୦୦ କୃଷକ ଏହାର କ୍ଷେତ୍ରସ୍ତରୀୟ ପରୀକ୍ଷଣ କରିଛନ୍ତି । ୯୪ଟି ଫସଲ କ୍ଷେତ୍ରରେ ନିକଟରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷାମୂଳକ ବ୍ୟବହାର ସମୟରେ ଫସଲ ଅମଳ ହାରାହାରି ୮% ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି । ପାରମ୍ପରିକ ୟୁରିଆ ବଦଳରେ ବ୍ୟବହାର କରାଯିବା ପାଇଁ ଇଫ୍‍କୋ ନାନୋ ୟୁରିଆ ତରଳ ବିକଶିତ କରାଯାଇଛି ଏବଂ ଏହା ତାହାର ଆବଶ୍ୟକତାକୁ ଅତି କମ୍‍ରେ ୫୦% ହ୍ରାସ କରିବ । ୫୦୦ ମିଲିଲିଟର ବୋତଲରେ ଏଥିରେ ୪୦,୦୦୦ ପି ିଏମ୍‍ ଯବକ୍ଷାରଜାନ ରହିଛି, ଯାହା ପାରମ୍ପରିକ ୟୁରିଆର ଏକବସ୍ତା ଯୋଗାଇ ଦେଉଥିବା ଯବକ୍ଷାରଜାନ ପୋଷକର ପ୍ରଭାବ ସହିତ ସମାନ । ଇଫ୍‍କୋ ନାନା ୟୁରିଆ ତରଳ ଉତ୍ପାଦନ ୨୦୨୧ ଜୁନ୍‍ ମାସରେ ଆରମ୍ଭ ହେବ । ତାହାପରେ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରାଯିବ । ଇଫ୍‍କୋ ପକ୍ଷରୁ ୫୦୦ ମିଲିଲିଟର ବୋତଲ ପିଛା ନାନୋ ୟୁରିଆ ତରଳ ମୂଲ୍ୟ ୨୪୦ ଟଙ୍କା ରଖାଯାଇଛି, ଯାହା ଏକବସ୍ତା ପାରମ୍ପରିକ ୟୁରିଆ ମୂଲ୍ୟ ତୁଳନାରେ ୧୦% ଶସ୍ତା । ଏହାର ପ୍ରଦର୍ଶନ ସହିତ ଏହାର ବ୍ୟବହାର ଏବଂ ପ୍ରୟୋଗ ସମ୍ପର୍କରେ କୃଷକମାନଙ୍କୁ ତାଲିମ ପ୍ରଦାନ କରିବାକୁ ଏହି ସମବାୟ ସଂସ୍ଥା ଦେଶବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଛି । ଏହା ମୂଳତଃ କୃଷକମାନଙ୍କ ପାଇଁ ଏହାର ସମବାୟଭିତ୍ତିକ ବିକ୍ରି ଏବଂ ବି ଣନ ମାଧ୍ୟମ ସମେତ ଇଫ୍‍କୋର ଇ-କମର୍ସ ପ୍ଲାଟଫର୍ମ ଙ୍ଗଙ୍ଗଙ୍ଗ.ସଲଲମକ୍ଟଭବଚ୍ଛବକ୍ସ.ସଦ୍ଭ. ଜରିଆରେ ଉପଲବ୍ଧ ହେବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)