News

IFFCO odisha recruitment 2022: ଓଡିଶାରେ ଚାକିରି ସୁଯୋଗ, ମାସକୁ ଦରମା ୬୪ ହଜାର ଟଙ୍କା

ଇଫକୋରେ ଚାକିରି ଖୋଜୁଥିବା ଓଡିଶାର ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଫକୋ ଓଡିଶାରେ ଖାଲିପଡିଛି ପଦବୀ ।

09 November, 2022 4:04 PM IST By: Sudesna Nayak

IFFCO (ଇଫକୋ) ରେ ଚାକିରି ଖୋଜୁଥିବା ଓଡିଶାର ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ (GOOD NEWS)। ଇଫକୋ (IFFCO odisha recruitment 2022) ଓଡିଶାରେ ଖାଲିପଡିଛି ପଦବୀ ।

IFFCO odisha recruitment 2022 ଅଧିନରେ ଆସିଷ୍ଟାଣ୍ଟ ଟ୍ରେନି ଅପରେଟର ପଦବୀରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମୋଡରେ ହିଁ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଏହି ସବୁ ଜରୁରୀ ତଥ୍ଯ ଏବଂ ତାରିଖ ବିଷୟରେ ଜାଣନ୍ତୁ...

ଆବେଦନ କରିବାର ଶେଷ ତାରିଖ 13 ନଭେମ୍ବର 2022 ରହିଛି ।

ପଦବୀ ବିବରଣୀ ବିଷୟରେ ଜାଣନ୍ତୁ...

-ଆସିଷ୍ଟାଣ୍ଟ ଟ୍ରେନି(ଅପରେଟର) ହିଁ ଅଛି ।

ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣନ୍ତୁ...

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କେମିକାଲ ଇଂଜିନିୟରିଂ/ଫିଜିକ୍ସ/କେମେଷ୍ଟ୍ରି/ ଗଣିତରେ ବିଏସି କିମ୍ବା ସମକକ୍ଷ ପଢିଥିବା ଜରୁରୀ । ଏହାସହିତ ଅତିକମରେ 60 ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା ଜରୁରୀ ଅଟେ ।

ବୟସ ସୀମା ବିଷୟରେ ଜାଣନ୍ତୁ...

ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ସୀମା 18 ରୁ 27 ବର୍ଷ ହେବା ହିଁ ଜରୁରୀ ଅଟେ ।

କେମିତି ଚୟନ ହେବ ସେ ବିଷୟରେ ଜାଣନ୍ତୁ...

ଏହିସବୁ ପଦବୀରେ ଚୟନ ଅନଲାଇନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ହିଁ ହେବ ।

ଦରମା କେତେ ସେ ବିଷୟରେ ଜାଣନ୍ତୁ...

ଅଫିସିଆଲ ନୋଟିଫିକେସନ ଅନୁଯାୟୀ ମାସିକ ଦରମା 31,000 ଟଙ୍କା ମିଳିବ । ପରେ ଏହା ବଢିବ ।

କେମିତି କରିବେ ଆବେଦନ ସେ ବିଷୟରେ ଜାଣନ୍ତୁ...

ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ ଓ୍ବେବସାଇଟ www.iffco.in/en/corporate କୁ ଯାଇ ୧୩ ନଭେମ୍ବର ପୂର୍ବରୁ ଆବେଦନ କରିପାରିବେ ।

ଆଡଭାଇଟାଇଜମେଣ୍ଟକୁ ଯାଇ ନୋଟିଫିକେସନ ଆଣ୍ଡ ଚେକ୍‌ ଏଲିଜିବିଲିଟ୍‌ କ୍ଲିକ କରନ୍ତୁ ।

ଏହା ପରେ ଆପ୍ଲାଏ ଏବଂ ଫିଲ ଅପ୍‌ ଫର୍ମ ପୂରଣ କରନ୍ତୁ ।

ଏହା ପରେ ଫାଇନାଲ ସବମିଟ୍‌ ବଟନ ଏବଂ ପ୍ରିଣ୍ଟ ଆପ୍ଲିକେସନ ଫର୍ମ ରଖନ୍ତୁ ।

ସରକାରୀ ଚାକିରୀ ପାଇଁ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ଏହି ସବୁ ପଦବୀରେ ନିଯୁକ୍ତି ଦେଉଛି DRDO,ଜଲଦି ହିଁ କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)