News

ଫାର୍ମର ଫାଷ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ମୃତିକା ଓ ଜଳ ସଂରକ୍ଷଣ ଭିତ୍ତିକ ଜାତୀୟ କର୍ମଶାଳା

ଡେରାଡୁନସ୍ଥିତ ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ସଂଘ ଏବଂ କୋରାପୁଟସ୍ଥିତ ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନ (ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧିନସ୍ଥ) ଙ୍କ ମିଳିତ ସହଯୋଗରେ ସୁନାବେଢାର ହାଲ ଠାରେ ମୃତିକା ଓ ଜଳ ସଂରକ୍ଷଣ ଭିତ୍ତିକ ଜାତୀୟ କର୍ମଶାଳା ଏକ ଆୟୋଜିତ ହୋଇଯାଇଛି ö ଫେବୃଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତିନି ଦିନିଆ କର୍ମଶାଳା ର ଉଦ୍ଘାଟନ ଉତ୍ସବରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝି, ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ, ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଥିବା ବୈଜ୍ଞାନିକ, କୃଷକ ଓ ବୈଷୟିକ ଅଧିକାରୀ ମାନଙ୍କୁ ସମ୍ମାନିତ କରିଥିଲେ ö ଏହି ପରିପେକ୍ଷୀରେ ମନ୍ତ୍ରୀ ଶ୍ରୀଯୁକ୍ତ ମାଝି କେତେକ ବୈଷୟିକ ପୁସ୍ତିକା ଉନ୍ମୋଚନ କରିବା ସହିତ ମୃତିକା ଓ ଜଳ ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେବାକୁ ନିଜର ପରାମର୍ଶ ବାର୍ତ୍ତା ମଧ୍ୟ ରଖିଥିଲେ ö

15 February, 2019 7:50 PM IST By: KJ Staff
ଡେରାଡୁନସ୍ଥିତ ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ସଂଘ ଏବଂ କୋରାପୁଟସ୍ଥିତ ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନ (ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧିନସ୍ଥ) ଙ୍କ ମିଳିତ ସହଯୋଗରେ ସୁନାବେଢାର ହାଲ ଠାରେ ମୃତିକା ଓ ଜଳ ସଂରକ୍ଷଣ ଭିତ୍ତିକ ଜାତୀୟ କର୍ମଶାଳା ଏକ ଆୟୋଜିତ ହୋଇଯାଇଛି ö ଫେବୃଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତିନି ଦିନିଆ କର୍ମଶାଳା ର ଉଦ୍ଘାଟନ ଉତ୍ସବରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝି, ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ, ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଥିବା ବୈଜ୍ଞାନିକ, କୃଷକ ଓ ବୈଷୟିକ ଅଧିକାରୀ ମାନଙ୍କୁ ସମ୍ମାନିତ କରିଥିଲେ ö ଏହି ପରିପେକ୍ଷୀରେ ମନ୍ତ୍ରୀ ଶ୍ରୀଯୁକ୍ତ ମାଝି କେତେକ ବୈଷୟିକ ପୁସ୍ତିକା ଉନ୍ମୋଚନ କରିବା ସହିତ ମୃତିକା ଓ ଜଳ ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେବାକୁ ନିଜର ପରାମର୍ଶ ବାର୍ତ୍ତା ମଧ୍ୟ ରଖିଥିଲେ ö ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାଙ୍ଗି, ମାନ୍ୟବର ବିଧାୟକ, ପଟାଙ୍ଗୀ, ମୃତ୍ତିକା ଓ ଜଳ ସଂରକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ö ଅନ୍ୟତମ ସମ୍ମାନିତ ଅତିଥି ଭାବରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ପ୍ରାକୃତିକ ସମ୍ବଳର ସଂରକ୍ଷଣ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉଦ୍ୟମ କରିଥିବାରୁ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇବାସହ ଜୈବିକ ଓ ସମନ୍ବିତ କୌଶଳ ମାଧ୍ୟମରେ କୃଷିକୁ ଅଧିକ ସ୍ୱାବଲମ୍ବୀ କରିବାକୁ ପରାମର୍ଶ ଦେଇଥିଲେ ö ପରେ ପରେ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ ଆଦି ରାଜ୍ୟରୁ ନିମନ୍ତ୍ରିତ ବହୁ ବୈଜ୍ଞାନିକ କୃଷକର ଖର୍ଚ୍ଚ ହ୍ରାସ, ଜଳଛାୟା ବ୍ୟବସ୍ଥା, ଉତ୍ପାଦକତା ବୃଦ୍ଧି ଓ ଜଳବାୟୁ ପରିବର୍ତନ ସଂକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ ö ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନର ମୁଖ୍ୟ ଡଃ. ଏମ. ମଧୁ ଧନ୍ୟବାଦ ଅର୍ପଣ କରିଥିଲେ ö

କର୍ମଶାଳା ୨ୟ ଦିନରେ ବୈଜ୍ଞାନିକ ବକ୍ତାମାନେ ଇନ-ଶୀତୁ ମୃତ୍ତିକା ସଂରକ୍ଷଣ ଶ୍ରୀ ପଦ୍ଧତି ଆଧାରିତ ଗବେଷଣା ଅନୁସନ୍ଧାନ ତଥ୍ୟମାନ ପ୍ରଦର୍ଶନ କରାଇଥିଲେ | ସେହିପରି କାର୍ଯ୍ୟକ୍ରମର ୩ୟ ଦିନରେ ଭାରତର ଜଳପୂରୁଷ ଭାବରେ ପରିଚିତ ଡଃ ରାଜେନ୍ଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଦୀ ସଂଯୋଗୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବାସହ ପ୍ରାକୃତିକ ସମ୍ବଳର ସୁରକ୍ଷା ସଂରକ୍ଷଣ ପାଇଁ କୃଷକଙ୍କ ପାରମ୍ପରିକ ଜ୍ଞାନ କୌଶଳକୁ ମଧ୍ୟ ପ୍ରାଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଡେରାଡୁନସ୍ଥିତ ଭାରତୀୟ ମୃତିକା ଜଳ ସଂରକ୍ଷଣ ସଂଘ ସଭାପତି ଡଃ ପି.କେ.ମିଶ୍ର କୃଷକଙ୍କ ଆୟବୃଦ୍ଧି   ଆବଶ୍ୟକୀୟ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ  | ତିନିଦିନର ଏହି କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩୦୦ କୃଷକ ଯୋଗଦେଇଥିଲେ ୨୫ କକ୍ଷ ବିଶିଷ୍ଟ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)