News

ଚାରିଦିନ ବର୍ଷା !

ଚାରିଦିନ ବର୍ଷା !

05 October, 2019 4:35 PM IST By: KJ Staff

ତାତି ଅସମ୍ଭାଳ ବଢିବା ସହ ଏବେ ଶାରଦୀୟ ଦୁର୍ଗା ପୂଜା ରେ ପୂର୍ବ ପରି ସୀତା ଅନୁଭୂତ ମଧ୍ୟ ହେଉ ନାହିଁ|ତେବେ ଅସମ୍ଭାଳ ତାତି ମଧ୍ୟରେ ଏବେ ପୁଣି ବର୍ଷା ର ସମ୍ଭାବନା ଏବଂ ଏନେଇ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ଭାରତୀୟ ପାଣିପାଗ ବିଭାଗ |
ଝାରଖଣ୍ଡ ଏବଂ ଏହାର ପରିପାର୍ଶ୍ଵ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଏବଂ ରାଜେଶଥାନ ରୁ ପଶ୍ଚିମ ବଙ୍ଗ ଦେଇ ଲମ୍ବି ଥିବା ମୌସୁମୀ ର ଟ୍ରାପ୍ଲାଇନ ପ୍ରଭାବରେ ଉତ୍ତର ଏବଂ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଆସନ୍ତା ୩ ରୁ ୪ ଦିନ ବର୍ଷା ପ୍ରଭାବ ଅନୁଭୂତ ହେବ|

ଓଡ଼ିଶାରେ ଆସନ୍ତା କାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ବର୍ଷା ର ସମ୍ଭାବନା ଥିଲା ବେଳେ ୮ ରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଉଛି |ଗତ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ଅଳ୍ପ ବର୍ଷା ହୋଇଛି |ଦିନ ବେଳ ଉପକୂଳ ଓଡ଼ିଶାରେ ୩୦ ରୁ ୩୫ ଡିଗ୍ରୀ ତାପମାତ୍ରା ରହିଥିଲା ବେଳେ ଓଡିଶା ର କାଶ୍ମୀର ଦାରିଂବାଡ଼ି ରେ ରାତି ରେ ତାପମାତ୍ରା ୧୬ ଡିଗ୍ରୀ ରହିଥିଲା |
ଆସନ୍ତାକାଲି ମୟୁରଭଞ୍ଜ ,କେନ୍ଦୁଝର ,କନ୍ଧମାଳ ,ଗଂଜାମ ,ଖୋର୍ଦ୍ଧା ,କଟକ ,ଢେଙ୍କାନାଳ ,ଯାଜପୁର ,ଭଦ୍ରକ ,କେନ୍ଦ୍ରାପଡା ,ନୟାଗଡ଼ ,ଓ ପୁରୀ ଆଦି ୧୨ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ |ସେହିପରି ଉପକୂଳ ଜିଲ୍ଲା ମାନଙ୍କରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି |

୭ ତାରିଖ ରେ ରାଜ୍ୟର ଅଧିକାଂଶ ସ୍ଥାନ ରେ ବର୍ଷା ସମ୍ଭାବନା ଥିଲା ବେଳେ ସମ୍ବଲପୁର ,ଦେବଗଡ଼,ଅନୁଗୁଳ ,ବରଗଡ଼ ,ରାୟଗଡା ,ଗଜପତି ,କନ୍ଧମାଳ ,ଖୋର୍ଦ୍ଧା , ମୟୁରଭଞ୍ଜ ଓ ବାଲେଶ୍ୱର ରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି |
୮ ତାରିଖରେ ରାଜ୍ୟ ର କିଛି ସ୍ଥାନ ଯଥା କୋରାପୁଟ ,ମାଲକାନଗିରି ,କନ୍ଧମାଳ ,ଗଂଜାମ ଓ ମୟୁରଭଞ୍ଜ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ବର୍ଷା ର ପ୍ରଭାବ କୁ ଆଖି ଆଗରେ ରଖି ୪ ଦିନ ଉପରୁକ୍ତ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଦିଆଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)