News

BIG UPDATE: ଧାନର MSP ପ୍ରାୟ ୧୦୦୦ଟଙ୍କା ବୃଦ୍ଧି

ଏଥିପାଇଁ ଆଗାମୀ ୧୦୦ ଦିନ ମଧ୍ୟରେ ଏହି ନୂଆ ନୀତି କାର୍ଯ୍ୟକାରୀ କରାଯିବ।

14 June, 2024 12:36 PM IST By: Tanushree Mahapatra

ଗତକାଲି ରାଜ୍ୟର କୃଷକମାନଙ୍କ ସଶକ୍ତୀକରଣ ନିମନ୍ତେ ଓଡ଼ିଶା ରାଜ୍ୟସରକାର ଏକ ‘ସମୃଦ୍ଧ କୃଷକ ନୀତି ଆସିବା ନେଇ ମତ ପ୍ରକାଶ କରିଛନ୍ତି ଗଣମାଧ୍ୟମ ସମ୍ମୁଖରେ l ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଗତକାଲି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି । ଏ ନେଇ ବୁଧବାର ଦିନ କ୍ୟାବିନେଟ୍‌ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ଏଥିପାଇଁ ଆଗାମୀ ୧୦୦ ଦିନ ମଧ୍ୟରେ ଏହି ନୂଆ ନୀତି କାର୍ଯ୍ୟକାରୀ କରାଯିବ।

ସୂଚନା ଥାଉ କି, ୨୦୨୩ ମସିହା ଜୁନ୍‌ ମାସରେ କେନ୍ଦ୍ର ସରକାର ଧାନର msp କୁଇଣ୍ଟାଲ ପିଛା ୨ହଜାର ୪୦ଟଙ୍କାରୁ ୨୧୮୩କୁ ବୃଦ୍ଧି କରିଥିଲେ । ଯାହା ଏ-ଗ୍ରେଡ୍‌ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩ ଟଙ୍କାକୁ ବୃଦ୍ଧି ହୋଇଥିବାର ସୂଚନା ରହିଛି । ଏହା ପୂର୍ବରୁ ଓଡ଼ିଶାରେ କାର୍ଯ୍ୟ କରୁଥିବା ବିଜେଡି ସରକାର ଧାନର msp ୨୯୩୦ ଟଙ୍କା କରିବାକୁ ଦାବି କରି ଆସୁଥିଲେ ଯାହା ଲାଗୁ ହୋଇପାରି ନ ଥିଲା । କିନ୍ତୁ, ବର୍ତ୍ତମାନ ନୂଆ ସରକାର ଗଠନ ହେବାର ଗୋଟିଏ ଦିନ ମଧ୍ୟରେ ହିଁ ଧାନର msp ପ୍ରାୟ ୧୦୦୦ଟଙ୍କା କୁ ବୃଦ୍ଧି ନେଇ କରାଯାଇଥିବା ଘୋଷଣା ଖବର ପ୍ରକାଶ ହେବାପରେ କୃଷକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସରକାରଙ୍କ ତରଫରୁ ସବ୍‌ସିଡିରେ ମାଧ୍ୟମରେ ବିହନ, କୃଷି କାର୍ଯ୍ୟ ପାଇଁ ବ୍ୟବହୃତ ସାର, ଋଣ, ସମବାୟ ବ୍ୟାଙ୍କ ବ୍ୟବସ୍ଥା ଓ ସମୟକ୍ରମେ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ ଏକ କମିଟି ଗଠନ, ପ୍ରତିବର୍ଷ ନୂତନ ସହାୟକ ମୂଲ୍ୟ ଘୋଷଣା କରିବା ଏବଂ ଫସଲ କ୍ରୟ ପାଇଁ ମଣ୍ଡି ବ୍ୟବସ୍ଥା ଆଦି ପ୍ରତି ସରକାର ଗୁରୁତ୍ୱ ଦେବେ ବୋଲି ଗତକାଲି ଆଲୋଚନା ହୋଇଛି ।

ଏମ୍‌ଏସ୍‌ପି ବୃଦ୍ଧି ନ ହେବା ଦ୍ୱାରା ଚାଷୀମାନେ ବାଧ୍ୟହୋଇ ଖୁବ କମ୍‌ ଦରରେ ଅମଳ ହୋଇଥିବା ଧାନ ବିକ୍ରି କରୁଥିଲେ l ଫଳରେ ସେମାନେ ନିଜ ଚାଷର ଅମଳରେ ଲାଭବାନ ହୋଇପାରନ୍ତି ନାହିଁ । ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ହିଁ ପ୍ରଭାବ ପକାଇଥାଏ। ଏମ୍‌ଏସ୍‌ପି ବୃଦ୍ଧି ରାଜ୍ୟ ଅର୍ଥନୀତି ପାଇଁ ମଧ୍ୟ ଏକ ଶୁଭ ସଂକେତ ହୋଇପାରେ l ଏହାସହ ଅନ୍ୟାନ୍ୟ ଦିଗ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଆଲୋଚନା ହୋଇଛି l ମଣ୍ଡିରୁ ଧାନ ଉଠିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିବା ସହିତ ସରକାର ଓ ଚାଷୀଙ୍କ ମଝିରେ ଯେପରି ଦଲାଲଙ୍କ ହସ୍ତକ୍ଷେପ ନ ରୁହେ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ରହିଛି । ରାଜ୍ୟରେ ଚାଷୀଙ୍କ ଅମଳ ଖାଦ୍ୟ ଶସ୍ୟକୁ ନଜରରେ ରଖି ଆବଶ୍ୟକ ସଂଖ୍ୟାରେ ଶୀତଳ ଭଣ୍ଡାର ପ୍ରସ୍ତୁତ ରଖିବା ପାଇଁ ସଠିକ ଆୟୋଜନ କରାଯିବ ।

ମାତ୍ର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏଥିପାଇଁ ୧୦୦ ଦିନ ମାଗିଛନ୍ତି । ଅନେକ ବର୍ଷରୁ ଦାବି ହୋଇ ଆସୁଥିବା ଆଜି ପୂରଣ ହେବାକୁ ଯାଉଛି ଯାହା ୧୦୦ ଦିନ ମଧ୍ୟରେ ଲାଗୁ ହେବ । ନୂଆ ସମୃଦ୍ଧ କୃଷକ ନୀତିରେ କୃଷକଙ୍କ ହିତକୁ ନଜରରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଆଶା ।

ଅଧିକ ପଢ଼ନ୍ତୁ

Free Gas Connection: ମିଳିବ ମାଗଣା ଗ୍ୟାସ୍‌ ସିଲିଣ୍ଡର !

କ'ଣ ଏହି ଶିଶୁ ମୁଦ୍ରା ଲୋନ ? କିପରି କରିବେ ଆବେଦନ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)