News

ନିର୍ଦ୍ଧାରିତ ସମୟ ପୂର୍ବରୁ ପେଟ୍ରୋଲରେ 10% ଇଥାନଲ ମିଶ୍ରଣ ଲକ୍ଷ ପୂରଣ କଲା ଭାରତ

୨୦୩୦ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି । ତେବେ ଊର୍ଜା ନିରାପତ୍ତା କ୍ଷେତ୍ରରେ କେନ୍ଦ୍ର ସରକାର ୨୦୧୪ରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରୁ ଏହାର ଉତ୍ସାହଜନକ ଫଳାଫଳ ମିଳୁଛି । ସରକାରଙ୍କ ବିଭିନ୍ନ କାମ ଓ ହସ୍ତକ୍ଷେପ ଏ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି ।

06 June, 2022 9:48 AM IST By: Shuvanshu Kar

ଭାରତ ସରକାର ପେଟ୍ରୋଲରେ ଇଥାନଲ(Ethanol) ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ଉର୍ଜା ନିରାପତ୍ତା ହାସଲ, ଇନ୍ଧନର ଆମଦାନୀ ହ୍ରାସ କରିବା, ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବା, ପରିବେଶ ସୁରକ୍ଷା ଏବଂ ସର୍ବୋପରି ଘରୋଇ କୃଷିକ୍ଷେତ୍ରକୁ ଲାଭବାନ କରିବାକୁ ସରକାର ଏହି ବ୍ଲେଡିଙ୍ଗ ବା ମିଶ୍ରଣ ନୀତିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି ।

ସେଥିପାଇଁ ଏକ ‘ଜାତୀୟ ଜୈବ ଇନ୍ଧନ ନୀତି’(national biofuel policy) ୨୦୧୮ରେ ପ୍ରସ୍ତୁତ କରାଯାଇ ଏ ଦିଗରେ କାର୍ଯ୍ୟ ଚାଲିଛି । ଏହି ନୀତି ଅନୁସାରେ ୨୦୩୦ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି । ତେବେ ଊର୍ଜା ନିରାପତ୍ତା କ୍ଷେତ୍ରରେ କେନ୍ଦ୍ର ସରକାର ୨୦୧୪ରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରୁ ଏହାର ଉତ୍ସାହଜନକ ଫଳାଫଳ ମିଳୁଛି । ସରକାରଙ୍କ ବିଭିନ୍ନ କାମ ଓ ହସ୍ତକ୍ଷେପ ଏ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି । ତାହାକୁ ଦୃଷ୍ଟିରେ ରଖି ସରକାର ଏହି ୨୦% ବ୍ଲେଡିଂ ଲକ୍ଷ୍ୟକୁ ୨୦୩୦ ରୁ ୨୦୨୫-୨୬କୁ ହ୍ରାସ କରିଛନ୍ତି ।

୨୦୨୧ଜୁନ ମାସରେ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ “୨୦୨୦-୨୫” ପାଇଁ ଉଦ୍ଦିଷ୍ଟ ଇଥାନଲ(Ethanol) ମିଶ୍ରଣ ସଂକ୍ରାନ୍ତ ଏକ ଯୋଜନା ଖସଡାକୁ ଉନ୍ମୋଚନ କରିଥିଲେ । ଏଥିରେ ୨୦% ଇଥାନଲ ବ୍ଲେଡିଂ ସମ୍ପର୍କରେ ସବିଶେଷ ନିର୍ଦ୍ଦେଶାବଳୀ ଓ ମାର୍ଗ ରହିଛି । ଏହି ଯୋଜନା ଖସଡାରେ ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ୨୦୨୨ନଭେମ୍ବର ସୁଦ୍ଧା ହାସଲ କରିବାକୁ ଏକ ମଧ୍ୟବର୍ତ୍ତୀକାଳୀନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

କୃଷି ଉପକରଣରେ ଭାରତ ବ୍ୟବହାର କରିବ ଇଥାନଲ

ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ଚିଠି

ତେବେ ସେ ଯା’ ହେଉ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକରେ ସମନ୍ୱିତ ଉଦ୍ୟମ ଯୋଗୁଁ ଏହି ୧୦% ବ୍ଲେଡିଂ ଲକ୍ଷ୍ୟ ଧାର୍ଯ୍ୟ ସମୟରୁ ଯଥେଷ୍ଟ ଆଗରୁ ପୂରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶର ସବୁ ତୈଳ ବିପଣନକାରୀ କମ୍ପାନୀ ପେଟ୍ରୋଲରେ ହାରାହାରୀ ୧୦ଶତାଂଶ ଇଥାନଲ ମିଶ୍ରଣ କରିବାକୁ ସକ୍ଷମ ହୋଇଛନ୍ତି ଏବଂ କରୁଛନ୍ତି ମଧ୍ୟ ।

ବିଗତ ଆଠବର୍ଷର ପ୍ରୟାସଲବ୍ଧ ଏହି ସଫଳତା ଦ୍ୱାରା ଭାରତର ଊର୍ଜା ନିରାପତ୍ତା କେବଳ ବଢିନାହିଁ, ଏହାଫଳରେ ଦେଶ, ୪୧, ୫୦୦କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବାରେ ସଫଳ ହୋଇଛି । ତୈଳ ଆମଦାନୀ ହ୍ରାସ ପାଇବା ସହିତ ଏହି ସମୟରେ ଗ୍ରୀନ ହାଉସ ଗ୍ୟାସର ନିର୍ଗମନ ୨୭ଲକ୍ଷ ମେଟ୍ରିକ ଟନ୍ ହ୍ରାସ ପାଇଛି । ସେହିଭଳି ଆଖୁଚାଷୀମାନଙ୍କୁ ୪୦, ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପ୍ରକାର ପ୍ରୟାସ ଫଳରେ ଇଥାନଲ((Ethanol)) ମିଶ୍ରଣ କାର୍ଯ୍ୟକ୍ରମ ଠିକ୍ ବାଟରେ ଚାଲିଛି । ଏହାଫଳରେ ଧାର୍ଯ୍ୟ ସମୟ ୨୦୨୫-୨୬ ସୁଦ୍ଧା ଭାରତ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଅଚିରେ ପୂରଣ କରିପାରିବ ।

ସୂଚନାଯୋଗ୍ୟ ଯେ, ଆଖୁରସରୁ ପ୍ରସ୍ତୁତ ସୂରାସାର ବା ଇଥାନଲ ଉତ୍ପାଦନକୁ ସରକାର ଏବେ ଉତ୍ସାହିତ କରୁଛନ୍ତି। ତେଣୁ ଚିନିକଳ ମାଲିକମାନେ ଚାଷୀଙ୍କ ଠାରୁ ଆଖୁ କିଣି ଇଥାନଲ ଉତ୍ପାଦନ କାମରେ ଅନବରତ ଲାଗିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)