News

ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଗବେଷଣା କରିବେ ଜାପାନ-ଭାରତ

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ଆଗରେ ଏକ ଚ୍ୟାଲେଞ୍ଜ ପାଲଟିଛି । ଏହାରି ମଧ୍ୟ ବିଭିନ୍ନ ଦେଶ ଏହା ଉପରେ ଗବେଷଣା କରୁଛନ୍ତି । ଏହି କ୍ରମରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟରେ ବୁଧବାର ଅନୁମୋଦନ ଦିଆଯାଇଛି ।

11 June, 2022 4:06 PM IST By: Shuvanshu Kar

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ଆଗରେ ଏକ ଚ୍ୟାଲେଞ୍ଜ ପାଲଟିଛି । ଏହାରି ମଧ୍ୟ ବିଭିନ୍ନ ଦେଶ ଏହା ଉପରେ ଗବେଷଣା କରୁଛନ୍ତି । ଏହି କ୍ରମରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର((MoU))କୁ କେନ୍ଦ୍ର କ୍ୟାବିନେଟରେ ବୁଧବାର ଅନୁମୋଦନ ଦିଆଯାଇଛି ।

ଏହି ବୁଝାମଣାପତ୍ର(MoU)ରେ ଜାପାନର ଜାତୀୟ ପରିବେଶ ଅଧ୍ୟୟନ ସଂସ୍ଥା (ଏନଆଇଇ) ଏବଂ ନୈନତାଲସ୍ଥିତ ଭାରତର ଆର୍ଯ୍ୟଭଟ୍ଟ ପର୍ଯ୍ୟବେକ୍ଷଣ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ARIES) ସ୍ୱାକ୍ଷର କରିଛନ୍ତି । ଏଆର୍‌ଆଇଏଏସ ଏକ ପେସାଦାର ସଂଗଠନ । ଏହି ଦୁଇ ସଂସ୍ଥା ମିଶି ବାୟୁର ମାନ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଗବେଷଣା କରିବେ । ପ୍ରଧାନମନ୍ତ୍ରୀ ଏହି ବୁଝାମଣାପତ୍ରର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହେବା ପରେ କ୍ୟାବିନେଟ ଏହାକୁ ଅନୁମୋଦନ କରିଛି । ବିଦେଶୀ ସଂସ୍ଥା ସହିତ ମିଳିତ ଗବେଷଣା କରିବାରେ ନୈନିତାଲ ଏଆରଆଇଇଏସର ଏହା ପ୍ରଥମ ପଦକ୍ଷେପ ।

ପ୍ରତିଷ୍ଠା ହେବ ବାଉଁଶ ଗବେଷଣା କେନ୍ଦ୍ର

ଗତ ଆଠ ବର୍ଷରେ ୮ ଗୁଣ ବୃଦ୍ଧି ପାଇଛି ଭାରତୀୟ ବାୟୋ-ଅର୍ଥନୀତି

ବୁଝାମଣାପତ୍ର ଅନୁସାରେ ଦୁଇପକ୍ଷ ଯେଉଁ ସବୁ କାମ କରିବେ ତାହାର ସମ୍ଭାବ୍ୟ ରୂପରେଖ ତଳେ ଦିଆଯାଇଛି।

କ) ବୈଜ୍ଞାନିକ ଉପକରଣର ମିଳିତ ବ୍ୟବହାର ଓ ପରିଚାଳନା ।

ଖ) ପର୍ଯ୍ୟବେକ୍ଷଣ ପ୍ରଣାଳୀ ସମ୍ପର୍କରେ ବୈଜ୍ଞାନିକ ଓ ବୈଷୟିକ ତଥ୍ୟର ଆଦାନପ୍ରଦାନ ।

ଗ)ପର୍ଯ୍ୟବେକ୍ଷଣ ଗତ ତଥ୍ୟର ମିଳିତ ଅନୁଶୀଳନ କରି ବିଜ୍ଞାନଭତ୍ତିକ ରିପୋର୍ଟ ପ୍ରସ୍ତୁତି ।

ଘ) ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ ।

ଙ) ଭିଜିଟିଂ ସ୍କଲାରଙ୍କ ଆଦାନପ୍ରଦାନ । ଗବେଷଣାକାରୀ (ପିଏଚ୍‌ଡି) ଛାତ୍ରଛାତ୍ରୀଙ୍କୁ ଅଧିକ ଗବେଷଣାର ସୁଯୋଗ ଦେବା ପାଇଁ ଉଭୟ ପକ୍ଷ ଆବଶ୍ୟକ ସୁବିଧା ଯୋଗାଇବେ ।

ଚ) ମିଳିତ ବୈଜ୍ଞାନିକ କର୍ମଶାଳା ଓ ଆଲୋଚନାଚକ୍ରମାନ ଆୟୋଜିତ ହେବ ।

ଏଆରଆଇଇଏସ ସମ୍ପର୍କରେ

ପର୍ଯ୍ୟବେକ୍ଷଣ ବିଜ୍ଞାନ ଆର୍ଯ୍ୟଭଟ୍ଟ ଗବେଷଣା ପ୍ରତିଷ୍ଠାନ (ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ ଅବଜରଭେସନାଲ ସାଇନସେସ୍ (ଏଆରଆଇଇଏସ) ଏକ ସ୍ୱୟଂ ଶାସିତ ପ୍ରତିଷ୍ଠାନ । ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଏହା ପ୍ରତିଷ୍ଠା ହୋଇଛି । ଏହି ସଂସ୍ଥା ଆଷ୍ଟ୍ରୋନୋମି, ଆଷ୍ଟ୍ରୋଫିଜିକ୍ସ, ଓ ଆଟମସ୍‌ଫିଅରିକ ସାଇନ୍ସର ଏକ ଉତ୍କର୍ଷ ଗବେଷଣା କେନ୍ଦ୍ରଭାବେ କାର୍ଯ୍ୟ କରୁଛି । ଏହା ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ସୂର୍ଯ୍ୟ, ନକ୍ଷତ୍ର, ତାରାମଣ୍ଡଳ ଆଦିର ଗଠନ ଓ ବିବର୍ତ୍ତନ ଆଦି କ୍ଷେତ୍ରରେ ଗବେଷଣାର ସୁଯୋଗ ଯୋଗାଉଛି । ଏଥିରେ ବହୁ ଗବେଷକ, ବୈଜ୍ଞାନିକ, ବିଦ୍ୱାନ କାର୍ଯ୍ୟରତ । ଏଠାକାର ଗବେଷକ ମଧ୍ୟ ବିଭିନ୍ନ ପ୍ରକାର ଉନ୍ନତ ବୈଜ୍ଞାନିକ ଉପକରଣ ବିକଶିତ କରୁଛନ୍ତି । ସେମାନଙ୍କୁ ସାହାଯ୍ୟ କରିବାକୁ ଇଞ୍ଜିନିୟର ଓ ଟେକନିକାଲ ବିଶେଷଜ୍ଞ ଦଳ ରହିଛି । ଏହି ପ୍ରତିଷ୍ଠାନର ଦୁଇଟି କ୍ୟାମ୍ପସ ଉତ୍ତରାଖଣ୍ଡର ନୈନିତାଲରେ ରହିଛି । ଗୋଟିଏ କ୍ୟାମ୍ପସ ମନେରା ପିକ୍‌ରେ ଥିବାବେଳେ ଅନ୍ୟଟି ଦେବସ୍ଥଳରେ କାର୍ଯ୍ୟ କରୁଛି ।

ଏନଆଇଇଏଏସ ସମ୍ପର୍କରେ

ଜାପାନରେ ଜାତୀୟ ପରିବେଶ ଅଧ୍ୟୟନ ପ୍ରତିଷ୍ଠାନ (ଏନ୍‌ଆଇଇଏସ) ସେ ଦେଶର ଏକମାତ୍ର ସଂସ୍ଥା ଯାହା ପରିବେଶର ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନ ର ସୁଯୋଗ ଯୋଗାଉଛି । ସବୁ ଗବେଷଣା ଓ ଅଧ୍ୟୟନ କାର୍ଯ୍ୟ ଆନ୍ତଃବିଷୟକ ଏବଂ ପୂର୍ଣ୍ଣାଙ୍ଗ । ପରିବେଶରେ ସୁରକ୍ଷା ପାଇଁ ପ୍ରତିକାର ଅବସ୍ଥା ବାହାର କରିବାକୁ ଏହି ସଂସ୍ଥା ସ୍ୱତନ୍ତ୍ର ଭାବେ କାମ କରୁଛି । ଏହା ମଧ୍ୟ ତାହାର ବିଭିନ୍ନ ଅଧ୍ୟୟନ ରିପୋର୍ଟ ଓ ଗବେଷଣାଲବ୍ଧ ତଥ୍ୟ ବିଭିନ୍ନ ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ଯୋଗାଉଛି । ବୈଜ୍ଞାନିକ ସମୁଦାୟ ଓ ସମାଜ ମଧ୍ୟରେ ଏକ ସେତୁଭାବେ ଏହା କାର୍ଯ୍ୟ କରୁଛି । ଜାପାନ ସମେତ ଅନ୍ୟ କେତେକ ଦେଶରେ ପରିବେଶଗତ ନୀତିର ବିକାଶ ଏବଂ ଏହାର କାର୍ଯ୍ୟ କାରିତାରେ ଏହି ସଂସ୍ଥା ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛି । ଏହା ପରିବେଶ ଗବେଷଣା କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ ତଥା ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)