News

ବିଶ୍ୱକପ ଲାଗି ଯୁଦ୍ଧ ଏବେ ଶେଷ ପର୍ଯ୍ୟାୟ ରେ !

ବିଶ୍ୱକପ ଲାଗି ଯୁଦ୍ଧ ଏବେ ଶେଷ ପର୍ଯ୍ୟାୟ ରେ !

09 July, 2019 3:05 PM IST By: KJ Staff

ଭାରତ ସହ ନ୍ୟୁଜଲାଣ୍ଡ ଏବଂ ଇଙ୍ଗଲାଣ୍ଡ ସହ ଅଷ୍ଟ୍ରେଲିଆ ମୁହାଁମୁହିଁ ..

ଭାରତ ହାତରେ ବିଶ୍ୱକପ ଦେଖିବା ର ସ୍ବପ୍ନ ଏବେ ଭାରତୀୟ ଙ୍କ ନିଦ ହଜାଇଛି |ଗତ ଶନିବାର ଦିନ ଭାରତ ,ଶ୍ରୀ ଲଙ୍କା କୁ ହରାଇ ସେମି ଫାଇନାଲ ରେ ପାଦ ଦେଇସାରିଛି |ସେହିପରି ଅନ୍ୟ ଏକ ମ୍ୟାଚ ରେ ସାଉଥ ଆଫ୍ରିକା ,ଅଷ୍ଟ୍ରେଲିଆ କୁ ୧୦ ରନ ରେ ପରାସ୍ତ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିଶ୍ୱକପ ଟପ ୪ ତାଲିକା ରେ ଦ୍ଵିତୀୟ ସ୍ଥାନ ରେ ରହିଛି |ଖେଳରେ ନିଜ ସ୍ଥାନ ବଜାୟୀ ରଖି ଭାରତ ସେହି ତାଲିକା ରେ ପ୍ରଥମ ସ୍ଥାନ ରେ ରହି ଦେଶବାସୀ ଙ୍କ ଆଶା କୁ ଅଧିକ ତୀବ୍ର କରିସାରିଛି |ତେବେ ଏହି ତାଲିକା ରେ ଇଙ୍ଗଲାଣ୍ଡ ତୃତୀୟ ରେ ଥିଲା ବେଳେ ନ୍ୟୁଜଲାଣ୍ଡ ଚତୁର୍ଥ ରେ ରହିଛି |

ସେମି ଫାଇନାଲ ମ୍ୟାଚ ର ସମୟ ଏବଂ ସ୍ଥାନ :


ଶନିବାର ମ୍ୟାଚ ପରେ ଟପ ୪ ଦେଶ ନିର୍ଧାରିତ ହୋଇସାରିଛନ୍ତି |ତେବେ ଏହି ଟିମ ମାନେ ଫାଇନାଲ ଲାଗି କେବେ ଓ କେଉଁଠି ମୁହାଁମୁହିଁ ହେବେ ସେ ନେଇ ଉତ୍କଣ୍ଠା ଏବେ ମଧ୍ୟ ଜାରି ରହିଛି |
ପଏଣ୍ଟ ଟେବୁଲ ର ପ୍ରଥମ ସହ ଚତୁର୍ଥ ଏବଂ ଦ୍ଵିତୀୟ ସହ ତୃତୀୟ ସ୍ଥାନ ରେ ଥିବା ଦେଶ ମାନଙ୍କ ମଧ୍ୟରେ ମ୍ୟାଚ ହେବ |


ପ୍ରଥମ ସେମି ଫାଇନାଲ : ଭାରତ ସହ ନ୍ୟୁଜଲାଣ୍ଡ -୯ ଜୁଲାଇ ,ମଞ୍ଚେଷ୍ଟର ,ଅପରାହ୍ନ ୩ଟା(ଭାରତୀୟ ସମୟ )


ଦ୍ଵିତୀୟ ସେମି ଫାଇନାଲ :ଅଷ୍ଟ୍ରେଲିଆ ସହ ଇଙ୍ଗଲାଣ୍ଡ :୧୧ ଜୁଲାଇ ,ବିର୍ମିଙ୍ଗହାମ ;ଅପରାହ୍ନ ୩ ତା (ଭାରତୀୟ ସମୟ )
ବିଶ୍ୱକପର ଅନ୍ତିମ ପର୍ଯ୍ୟାୟର ମ୍ୟାଚ ଜୁଲାଇ ୧୪ତାରିଖ ଦିନ ଅପରାହ୍ନ ୩ଟା ରେ ପ୍ରସିଦ୍ଧ ଲର୍ଡସ ଗ୍ରାଉଣ୍ଡ ରେ ଅନୁଷ୍ଠିତ ହେବ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)