News

କେବେ ଏବଂ କାହିଁକି ଚିନି ରପ୍ତାନୀକୁ ବ୍ୟାନ କରିବେ ସରକାର ?

ଗତ କିଛିଦିନ ତଳେ ଚାଉଳ ଏବଂ ଗହମ ରପ୍ତାନି ଉପରେ ଭାରତ ସରକାର ରୋକ ଲଗାଇଥିଲେ l ସେହିପରି ଭାରତ ସରକାର ଆଗାମୀ ସିଜନରେ ଚିନିର ମହଜୁଦ ପରିମାଣକୁ ନଜରରେ ରଖି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ବୋଲି କୁହାଯାଉଛି । ତବେ ଆଗାମୀ ମାସ ୧ ଅକ୍ଟୋବରରୁ ଚିନି ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗଇବେ ବୋଲ ଶୁଣିବାକୁ ମିଳୁଛି ।

29 September, 2023 3:18 PM IST By: Tanushree Mahapatra

ଗତ କିଛିଦିନ ତଳେ ଚାଉଳ ଏବଂ ଗହମ ରପ୍ତାନି ଉପରେ ଭାରତ ସରକାର ରୋକ ଲଗାଇଥିଲେ l ସେହିପରି ଭାରତ ସରକାର ଆଗାମୀ ସିଜନରେ ଚିନିର ମହଜୁଦ ପରିମାଣକୁ ନଜରରେ ରଖି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ବୋଲି କୁହାଯାଉଛି । ତବେ ଆଗାମୀ ମାସ ୧ ଅକ୍ଟୋବରରୁ ଚିନି ରପ୍ତାନୀ ଉପରେ କେନ୍ଦ୍ର ସରକାର  ପ୍ରତିବନ୍ଧକ ଲଗଇବେ ବୋଲ ଶୁଣିବାକୁ ମିଳୁଛି । ସେହିପରି ଦେଶରେ ଚିନି ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି  ଏବଂ ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପ୍ରଥମ ସପ୍ତାହରେ ଚିନି ରପ୍ତାନୀ ଉପରେ ଭାରତ ସରକାର ନିଷେଧାଦେଶ ଜାରି କରିବେ ବୋଲି ଆଶା କରାଯାଉଛି । 

ତେବେ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସ ୨୮ ରେ ଜଣେ ଅଧିକାରୀ ଆର୍ଥିକ ପୋର୍ଟାଲକୁ ଏହି ସୂଚନା ଦେଇଥିବା କୁହାଯାଉଛି । ଚିନି ଋତୁ ଏହି ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ମାସରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ସେପ୍ଟେମ୍ବର ମାସ ଶେଷରେ ଶେଷ ହେବ ।

ତେବେ ଆର୍ଥିକ ବର୍ଷ ୨୦୨୧-୨୨ ବର୍ଷରେ ୧୧ ମିଲିୟନ ଟନ୍ ଚିନି ବିକ୍ରି କରାଯାଇଥିଲା l ଅନ୍ୟପଟେ ଆର୍ଥିକ ବର୍ଷ   ୨୦୨୨-୨୩ ଭାରତରେ ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଯାହା ଦ୍ୱାରା ଦେଶର ଘରୋଇ ବଜାରରେ ଚିନି ଯୋଗାଣ ନିରବଚ୍ଛିନ୍ନ ରହିବ l ଚିନି ମୂଲ୍ୟ ନିୟନ୍ତ୍ରିତ ହେବା ପାଇଁ ଏହା ଲାଗୁ କରାଗଲା ।  ୨୦୨୨-୨୩ ର୍ଥିକ ବର୍ଷ ଆରମ୍ଭରେ , ଭାରତ ସରକାର ପ୍ରାୟ ୬ ନିୟୁତ ଟନ୍ ଚିନି ନିୟନ୍ତ୍ରିତ ଉପରେ ପ୍ରତିବନ୍ଧକ ଲଗାଇଥିବା ଖବର ରହିଥିଲା । ତେବେ ମନି କଣ୍ଟ୍ରୋଲକୁ ଦିଆଯାଇଥିବା ସୂଚନାରେ ଜଣେ ଅଧିକାରୀ ଏ ନେଇ କହିଛନ୍ତି ଯେ, ଚିନିର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ମୁଖ୍ୟ ପ୍ରାଥମିକତା ଅଟେ l ଚିନି ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ରପ୍ତାନୀ କୋଟାରେ ଅଧିକ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି  ।

ତେବେ ପଶ୍ଚିମ ରାଜ୍ୟ ମହାରାଷ୍ଟ୍ର ଏବଂ ଦକ୍ଷିଣ କର୍ଣ୍ଣାଟକ ରାଜ୍ୟ ପରି ଦେଶର ସର୍ବୋଚ୍ଚ ଆଖୁ ଉତ୍ପାଦନକାରୀ ରାଜ୍ୟରେ ଏଥର ସାଧାରଣ ବର୍ଷା କମ ହୋଇଥିବାରୁ ଚଳିତ ବର୍ଷ ଚିନି କମ୍ ଉତ୍ପାଦନ ହୋଇଥିଲା । ଅଗଷ୍ଟ ମାସ ପର୍ଯ୍ୟନ୍ତ ଚିନି ଉତ୍ପାଦନ ଆକଳନକୁ ଦେଖିବାକୁ ଗଲେ ଚଳିତ ବର୍ଷ ଚିନି ଉତ୍ପାଦନ ତୁଳନାରେ ୫୦ ପ୍ରତିଶତ କମ୍ ଉତ୍ପାଦନ ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ର ସହିତ କର୍ଣ୍ଣାଟକ ଉଭୟ ରାଜ୍ୟ ଭାରତର ଚିନି ଉତ୍ପାଦନର ଅଧାରୁ ଅଧିକ ଉତ୍ପାଦନ କରୁଛନ୍ତି । କିନ୍ତୁ ଚଳିତ ବର୍ଷ ଉତ୍ପାଦନ କମ ରହିଥିବାବେଳେ ସରକାର ଏହି ନିଷ୍ପତି ନେବାକୁ ଯାଉଛନ୍ତି ବୋଲି କୁହାଯାଉଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)