News

ଭାରତର କୃଷି ଉପରେ ନ୍ୟୁଜଲାଣ୍ଡର ନଜର, ଦୁଗ୍ଧ ବ୍ୟବସାୟରେ ଚାହୁଁଛି ସହଭାଗିତା

ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଏବଂ ଦୁଗ୍ଧ ଏବଂ କୃଷି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଚାହୁଁଛି ନ୍ୟୁଜଲ୍ୟାଣ୍ଡ ।

06 October, 2022 5:35 PM IST By: Shuvanshu Kar

ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଏବଂ ଦୁଗ୍ଧ ଏବଂ କୃଷି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଚାହୁଁଛି ନ୍ୟୁଜଲ୍ୟାଣ୍ଡ । ସେଠାକାର ବାଣିଜ୍ୟ ମନ୍ତ୍ରୀ 20 ଜଣିଆ ପ୍ରତିନିଧୀ ଦଳ ସହିତ ଭାରତରେ ଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରର ବ୍ୟବସାୟୀମାନେ ସାମିଲ ହୋଇଥିଲେ।

ସମ୍ଭାବ୍ୟ ସହଭାଗିତାକୁ ଦୃଷ୍ଟିରେ ରଖି ଭାରତର ବ୍ୟବସାୟୀମାନଙ୍କ ସହିତ ନ୍ୟୁଜଲାଣ୍ଡ । ମହାମାରୀ ଆରମ୍ଭ ପୂର୍ବରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ 2.64 ବିଲିୟନ ଡ଼ଲାରରେ ପହଞ୍ଚିଥିଲା । ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ ପର୍ଯ୍ୟଟନରେ ବିସ୍ତାରର ଆହୁରି ପରିସର ଥିବା ଦେଶର ବାଣିଜ୍ୟ ମନ୍ତ୍ରୀ Damien O’Connor ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି ।

ପ୍ରମୁଖ କ୍ଷେତ୍ର ଯଥା ଦୁଗ୍ଧ, କୃଷି ଏବଂ ପଶୁପାଳନରେ ଅନୁସନ୍ଧାନ ଉପରେ ବୈଷୟିକ ଜ୍ଞାନ ପ୍ରଦାନ କରିପାରିବା ଦିଗରେ ଦୃଷ୍ଟି ଦିଆଯିବ । ଭାରତରେ ସର୍ବାଧିକ ପଶୁ ସମ୍ପଦ ରହିଛି, ତେଣୁ ଏ ଦିଗରେ ସହଭାଗିତା ଉପରେ ଜୋର ଦେଇଛନ୍ତି କନୋର କହିଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ଭାରତ-ପ୍ରଶାନ୍ତ ମହାସାଗରରେ ମୁକ୍ତ ଏବଂ ନିରପେକ୍ଷ ବାଣିଜ୍ୟ ଉପରେ ଦୃଷ୍ଟି ରଖିଛି ଏବଂ ଭାରତ ହେଉଛି ଏକ ଦେଶ ଯେଉଁଥିରେ ସେମାନେ ସହଭାଗିତା ବଢାଇବାକୁ ଚାହୁଁଛନ୍ତି।

ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କର ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କୁ ଗୁରୁବାର ଭେଟିବେ । ନ୍ୟୁଜିଲ୍ୟାଣ୍ଡରେ ଆଜାଦି କା ଅମୃତ ମହୋତ୍ସବକୁ ସ୍ମରଣୀୟ ରଖିବା ପାଇଁ ଏକ ଡାକ ଷ୍ଟାମ୍ପ ପ୍ରକାଶ ପାଇବ।

ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷକୁ ବ୍ୟାପକ ସ୍ତରରେ ପହଞ୍ଚାଇାକୁ MoU ସ୍ବାକ୍ଷର କଲେ କୃଷିମନ୍ତ୍ରଣାଳୟ ଓ NAFED

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)