News

ସର୍ଜିକାଲ ଷ୍ଟ୍ରାଇକ ୨ ..ଫୁଲୱାମା ଆତଙ୍କ ର ଭାରତ ଦେଲା ଜବାବ

ସର୍ଗିକାଲ ଷ୍ଟ୍ରାଇକ ୨ ..ଫୁଲୱାନା ଆତଙ୍କ ର ଭାରତ ଦେଲା ଜବାବ

26 February, 2019 11:40 AM IST By: KJ Staff

ଆକସ୍ମିତ ଭାବେ ଭାରତ ବାୟୁ ସେନା ଜେଏସ-ଇ-ମହମଦ ର ଶିବିର ରେ ହାରାହାରି ୧୦୦୦ କି.ଗ୍ରା ର ବୋମା ମାଡ କରିଛି | ଘଟଣା ଟି ରାତ୍ରି ର ୩.୩୦ ରେ ହୋଇଥିଲା ବେଳେ ଆଚମ୍ବିତ ହୋଇ ରହିଯାଇଛନ୍ତି ପାକିସ୍ତାନୀ ସରକାର |

ଏହି ଆତଙ୍କ  ର ଶିବିର ଭାରତ ର ସୀମା ରେଖା ପରିଶେଷରେ (ଏଲ.ଓ.ସି )ମୁଜାଫରାବାଦ ରେ ଥିବା ର ଜଣାପଡିବା ପରେ ଭାରତ ପାଞ୍ଚିଥିଲା ଏହି ପରି ଜବାବ !ସର୍ଜିକାଲ ଷ୍ଟ୍ରାଇକ ୨ |ଏନେଇ ପାକିସ୍ତାନୀ ସେନା ର ମେଜର ଜେନେରାଲ ଆସିଫ ଗାଫୁର ଭାରତ ସୀମା ର ଉଲ୍ଲଙ୍ଘନ କରିଛି ବୋଲି ଟ୍ୱିଟ କରିଥିଲେ

ଏଏନଆଇ ରିପୋର୍ଟ ଅନୁଯାୟୀ ଭାରତ ବାୟୁ ସେନା ମଙ୍ଗଳବାର ରାତି ୩.୩୦ ରେ ୧୨ ଟି ମିରେଜ ୨୦୦୦ ଫାଇଟର ଜେଟ ଦ୍ୱାରା ୧୦୦୦ କି.ଗ୍ରା ବୋମା ମାଡକରି ଆତଙ୍କବାଦୀ ର ସମ୍ପୂର୍ଣ ଶିବିର କୁ ନଷ୍ଟ କରିଛି |ବୋମା ମାଡ ରେ ହାରାହାରି ୨୦୦-୩୦୦ ଆତଙ୍କବାଦୀ ଙ୍କ ମୃତ୍ୟୁ ହେବାର ସୂଚନା ରହିଛି |

 

ଏହା ପରେ ଭାରତ ସରକାର ବାୟୁ ସେନା କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସାଲୁଟ କରିଛନ୍ତି |ସତେ ଯେପରି ହିନ୍ଦୀ ସିନେମା "ଉରୀ " ର ଡାଇଲଗ "ଏହା ନୂତନ ଭାରତ !ଏହା ଘରେ ପଶିବା ମଧ୍ୟ ଏବଂ ପଶିକି ମାରିବା ମଧ୍ୟ "ସତ ହୋଇଛି |

 


ଘଟଣା ଟି ଫୁଲୱାମା ଆତଙ୍କ ର ୧୨ ଦିନ ପରେ ହୋଇଛି ଏବଂ ଏବେ ମଧ୍ୟ ଭାରତ ବର୍ଡ଼ର ରେ ସେନା ବାହିନୀ ଖୁବ ସଚେତନ ହୋଇ ପାକିସ୍ତାନ ର ସମସ୍ତ ଗତିବିଧି ଉପରେ ନଜର ରଖିଛି |ସୀମା ରେ ସେନା ର ସୁରକ୍ଷା ଆହୁରି କଡାକଡି କରାଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)