News

ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ କେନ୍ଦ୍ର ହେବ: ଅନୁରାଗ ସିଂହ ଠାକୁର

ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ସୁଦ୍ଧା ଭାରତକୁ ଅତି କମରେ ଏକ ଲକ୍ଷ ଡ୍ରୋନ୍ ପାଇଲଟ୍ ମାନଙ୍କର ଆବଶ୍ୟକତା ପଡିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି । ସେ ଆଜି ଚେନ୍ନାଇ ଠାରେ ‘ଡ୍ରୋନ୍ ଯାତ୍ରା ୨.୦କୁ ଉଦ୍‌ଘାଟନ କରିବା ପରେ ଏହି ସମାବେଶକୁ ସମ୍ବୋଧିତ କରିଥିଲେ ।

07 December, 2022 1:37 PM IST By: Tanushree Mahapatra

ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ସୁଦ୍ଧା ଭାରତକୁ ଅତି କମରେ ଏକ ଲକ୍ଷ ଡ୍ରୋନ୍ ପାଇଲଟ୍ ମାନଙ୍କର ଆବଶ୍ୟକତା ପଡିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି । ସେ ଆଜି ଚେନ୍ନାଇ ଠାରେ ‘ଡ୍ରୋନ୍ ଯାତ୍ରା ୨.୦କୁ ଉଦ୍‌ଘାଟନ କରିବା ପରେ ଏହି ସମାବେଶକୁ ସମ୍ବୋଧିତ କରିଥିଲେ ।

ଟେକ୍ନୋଲୋଜି ପ୍ରକୃତରେ ଦ୍ରୁତ ଗତିରେ ବିଶ୍ୱକୁ ପରିବର୍ତ୍ତନ କରିବାରେ ଲାଗିଛି ଏବଂ ଏହା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ହୋଇ ପଡିଛି, କାରଣ ଏହାର ପ୍ରୟୋଗ ପୃଥିବୀର ଅନେକ ଜଟିଳ ସମସ୍ୟାର ସମାଧାନ କରୁଛି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଥରେ ଭାରତ ନିକଟରେ ଏକ ମିଲିୟନ ସମସ୍ୟାର ଏକ ବିଲିୟନ ସମାଧାନ ରହିଛି ବୋଲି କହିଥିଲେ । ’ଏକ ବିଲିୟନ୍‌ରୁ ଅଧିକ ଲୋକ ବସବାସ କରୁଥିବା ଦେଶ ଭାବରେ , ଭାରତ ଆଗରେ ରହିବା ପାଇଁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ତାର ଲାଭ ଉଠାଉଛି ।”

ଭାରତରେ ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଷୟରେ ବିସ୍ତୃତ ଭାବରେ ସେ ସୂଚନା ଦେଇ କହିଛନ୍ତି ଯେ , ବିଟିଂ ରିଟ୍ରିଟ୍ ସମୟରେ ଆଇଆଇଟିର ପୂର୍ବତନ ଛାତ୍ର ମାନଙ୍କ ନେତୃତ୍ୱରେ ଭାରତୀୟ ଷ୍ଟାର୍ଟ - ଅପ୍ ‘ବୋଟ୍‌ଲ୍ୟାବ୍ ଡାଇନାମିକ୍ସ’ ଦ୍ୱାରା ୧୦୦୦ ଭାରତରେ ପ୍ରସ୍ତୁତ ଡ୍ରୋନର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମଗ୍ର ଦେଶ ଆଶ୍ଚର୍ଯ୍ୟଚକିତ ହୋଇଥିଲା । ସ୍ୱାମିତ୍ୱ ଯୋଜନା (ଗ୍ରାମ ଗୁଡିକର ସର୍ଭେ ଏବଂ ଗ୍ରାମାଂଚଳରେ ଉନ୍ନତତର ଟେକ୍ନୋଲୋଜି ସହିତ ମ୍ୟାପିଂ) ର ଏକ ଅଂଶ ଭାବରେ ଗ୍ରାମ ଗୁଡିକରେ ଡ୍ରୋନ୍ ମାଧ୍ୟମରେ ଜମି ଏବଂ ଘର ଉପରେ ସର୍ଭେ ପ୍ରସ୍ତୁତ କରା ଯାଉଛି ବୋଲି ସେ କହିଛନ୍ତି । ଗ୍ରାମାଂଚଳର ଜମିରେ କୀଟନାଶକ ଏବଂ ନାନୋ ସାର ସିଂଚନ ପାଇଁ ଡ୍ରୋନକୁ ବହୁଳ ଭାବେ ବ୍ୟବହାର କରା ଯାଉଛି ।

ସେ କହିଛନ୍ତି ଯେ, ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମ୍‌ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଭାରତର ୨୦୨୧ର କ୍ରିକେଟ୍ ସିଜନ୍‌ରେ ଆକାଶ ମାର୍ଗରୁ ସିଧାପ୍ରସାରଣ ଲାଗି ସିନେମାଟୋଗ୍ରାଫି ନିମନ୍ତେ ଡ୍ରୋନ ନିୟୋଜନ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) କୁ ସର୍ତ୍ତମୂଳକ ରିହାତି ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିବା "କିଷାନ ଡ୍ରୋନ ଯାତ୍ରା" ର ଏକ ଅଂଶ ଭାବରେ କୀଟନାଶକ ସିଂଚନ କରିବା ପାଇଁ ୧୦୦ଟି କିଷାନ ଡ୍ରୋନ ଦେଶର ବିଭିନ୍ନ ଗ୍ରାମକୁ ପଠା ଯାଇଥିଲା ବୋଲି ସେ କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି କହିଛନ୍ତି ଯେ, “ବର୍ତ୍ତମାନ ଏହି ଦିଗରେ କିଷାନ ଡ୍ରୋନ ଏକ ନୂତନ ଯୁଗର ବିପ୍ଳବର ଶୁଭାରମ୍ଭ” ।

ଭାରତର ବୃହତ୍ତମ ଡ୍ରୋନ୍ ଉତ୍ପାଦନ ସଂସ୍ଥା ଗରୁଡ ଏରୋସ୍ପେସ୍ ଦ୍ୱାରା କରା ଯାଇଥିବା ମହାନ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ଏହି ସଂସ୍ଥା ପରିଦର୍ଶନ କରିବା ସମୟରେ ମନ୍ତ୍ରୀ ଗରୁଡ କିଷାନ ଡ୍ରୋନର ଉନ୍ନତ ଉପକରଣ ଏବଂ ଉତ୍ପାଦନ ପ୍ରକ୍ରିୟାକୁ ମଧ୍ୟ ଦେଖିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚଳିତ ବର୍ଷ ଆରମ୍ଭରେ ଉଦ୍‌ଘାଟନ କରିଥିଲେ । ଏତେ କମ୍ ସମୟ ମଧ୍ୟରେ ଏହି ସଂସ୍ଥା ପାଇଥିବା ସଫଳତାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ଏହି ସଂସ୍ଥାରେ ଥିବା ଇଞ୍ଜିନିୟର ମାନେ ଉନ୍ନତ ମାନର ‘ଭାରତରେ ପ୍ରସ୍ତୁତ’ ଡ୍ରୋନର କାର୍ଯ୍ୟ ବିଷୟରେ ମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ବୁଝାଇ ଥିଲେ ।

କୃଷି ଉତ୍ପାଦନ ବୃଦ୍ଧି ପାଇଁ କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇ ଥିଲେ । ସେ କହିଥିଲେ ଯେ, ଏହା ପରିକଳ୍ପନା କରା ଯାଇଛି , ଏହି ଡ୍ରୋନ ଗୁଡିକ ଚାଷ ଜମିରେ କୀଟନାଶକ ବ୍ୟବହାରକୁ ସୁବ୍ୟବସ୍ଥିତ କରିବାରେ ସାହାଯ୍ୟ କରିବ, ଯାହା ଆମ ଚାଷୀ ମାନଙ୍କର ଲାଭକୁ ଆହୁରି ଅଧିକ କରିବ ।

ଚଳିତ ବର୍ଷ ମେ ମାସରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ସବୁଠୁ ବଡ ଡ୍ରୋନ ମହୋତ୍ସବ - ଭାରତ ଡ୍ରୋନ ମହୋତ୍ସବ ୨୦୨୨ର ଉଦ୍‌ଘାଟନ କରିଥିଲେ, ଯେଉଁଠାରେ ସେ କିଷାନ ଡ୍ରୋନ ପାଇଲଟ୍ ମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ । ଡ୍ରୋନ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ହେଉଛି ଉତ୍ତମ ଶାସନ ଏବଂ ଜୀବନର ସୁଗମତା ପାଇଁ ଆମର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ ଅନ୍ୟ ଏକ ପ୍ରୟାସ ଅଟେ ।

ଗରୁଡ ଡ୍ରୋନ୍ ସ୍କିଲିଂ ଆଣ୍ଡ ଟ୍ରେନିଂ ସମ୍ମିଳନୀ ଯାହା ସାରା ଦେଶର ୭୭୫ ଟି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି , ୧୦ ଲକ୍ଷ ଯୁବକ ମାନଙ୍କ ନିକଟରେ ପହଂଚିବ ବୋଲି ଆଶା କରା ଯାଉଛି । ଏକ ଲକ୍ଷ ଯୁବକଙ୍କୁ ତାଲିମ ଦେବା ଲକ୍ଷ୍ୟରେ, କେବଳ ଡ୍ରୋନ୍ ପାରିବେଶିକ ବ୍ୟବସ୍ଥା ନୁହେଁ କିମ୍ବା ଯୁବକ ମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ପାଇଁ ନୁହେଁ, କୃଷି, ଖଣି, ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ଉଦ୍ୟୋଗ ଗୁଡିକରେ ବ୍ୟାପକ ପ୍ରଭାବ ସୃଷ୍ଟି କରିବ ବୋଲି ଆଶା ରହିଛି ।

ମିଲେଟରେ ବିଶ୍ୱ ରାଜଧାନୀ ହେବାକୁ ଭାରତ ନିଶ୍ଚିତ ଭାବରେ ପ୍ରୟାସ କରିବ: ଶ୍ରୀ ପୀୟୁଷ ଗୋୟଲ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)