ଭାରତୀୟ ମସଲା ଖୁବ ଚାହିଦା ରଖିଛି ବିଶ୍ୱରେ l ଅଧିକାଂଶ ମସଲା ଚାଷ ଭାରତରେ ଚାଷୀ ଚାଷ କରିଥାନ୍ତି l ତେବେ ଏବେ ଭାରତୀୟ ମସାଲାକୁ ନେଇ ଆସିଛି ଏକ ବଡ଼ ଖବର l ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ମସଲା ଏବଂ ସେମାନଙ୍କ ଉତ୍ପାଦର ରପ୍ତାନି ରେକର୍ଡ ୪.୪୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି l ମସଲା ବୋର୍ଡର ନିକଟରେ ପ୍ରକାଶିତ ତଥ୍ୟ ଦର୍ଶାଇଛି ଯେ ରପ୍ତାନି ହୋଇଥିବା ମସଲାର ପରିମାଣ ଏବଂ ମୂଲ୍ୟରେ ବିଶେଷ ଭାବରେ ନାଲି ଲଙ୍କା, ଅଳେଇଚ ଏବଂ ହଳଦୀ ରପ୍ତାନିରେ ଆୟ ବୃଦ୍ଧି ପାଇଛି । କୁହାଯାଇଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରୁ ୧୫,୩୯,୬୯୨ ଟନ୍ ମସଲା ରପ୍ତାନି ହୋଇଥିଲା ଯାହାର ମୂଲ୍ୟ ୩୬,୯୫୮.୮୦ କୋଟି ।
ନାଲି ଲଙ୍କାର ରପ୍ତାନି ୧.୫ ବିଲିୟନ ଡ଼ଲାର ରେକର୍ଡରେ ପହଞ୍ଚିଛି, ଯାହା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୩ ବିଲିୟନ ଡ଼ଲାରରୁ ୧୫ ପ୍ରତିଶତ ଅଧିକ l ଏହା ଦେଶର ମୋଟ ମସଲା ରପ୍ତାନୀର ୩୪ ପ୍ରତିଶତ ଅଟେ। ଏହାର ସର୍ବୋଚ୍ଚ ଚାହିଦା ଚୀନ୍ ଏବଂ ବାଂଲାଦେଶରୁ ଆସିଛି, ପରିମାଣ ଆଧାରରେ, ୨୦୨୩-୨୪ ଆର୍ଥିକ ବର୍ଷରେ ନାଲି ଲଙ୍କାର ରପ୍ତାନି ୫.୨୪ ଲକ୍ଷ ଟନ୍ ରୁ ୬.୦୧ ଲକ୍ଷ ଟନ୍କୁ ବୃଦ୍ଧି ପାଇଛି l
ପ୍ରମୁଖ ଆମଦାନୀ କରୁଥିବା ଦେଶଗୁଡିକର ଚାହିଦା ବୃଦ୍ଧି ହେତୁ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଲାଲ ଲଙ୍କା ରପ୍ତାନି ଏକ ଉଚ୍ଚ ସ୍ତରରେ ପହଞ୍ଚିଛି । ବିଶେଷକରି ଚୀନ୍ ଏବଂ ବାଂଲାଦେଶରୁ ରପ୍ତାନିରେ ବୃଦ୍ଧି ଭାରତୀୟ ମସଲାର ବଢ଼ୁଥିବା ବିଶ୍ୱ ଲୋକପ୍ରିୟତାକୁ ପ୍ରତିଫଳିତ କରେ l କେବଳ ଆଜି ନୁହେଁ, ଶତାବ୍ଦୀ ଧରି ଭାରତୀୟ ମସଲାର ସୁଗନ୍ଧକୁ ନେଇ ସାରା ବିଶ୍ୱରେ ଏହାର ଚାହିଦା ଖୁବ ଅଧିକ।
ଦୁନିଆର ଅଧିକାଂଶ ଦେଶ ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ଭାରତୀୟ ମସଲା ଆମଦାନି କରନ୍ତି l ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତୀୟ ମସଲାର ବିଶ୍ୱର ବଜାର ପ୍ରାୟ ୩୫ ହଜାର କୋଟି ଟଙ୍କା ରହିଛି । ଭାରତ ମଧ୍ୟ ବିଶ୍ୱର ସବୁଠାରୁ ବଡ ମସଲା ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଦେଶ l କିନ୍ତୁ ସାମ୍ପ୍ରତିକ ସମୟରେ, ବିଶ୍ୱର ଅନେକ ଦେଶ ଭାରତୀୟ ମସଲାର ଗୁଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାରି ମଧ୍ୟରେ ଭାରତୀୟ ମସଲା ଚାହିଦା ବଢ଼ିଥିବାର ସୂଚନା ନିହାତି ଏକ ବଡ଼ ଖବର l
ଅଧିକ ପଢ଼ନ୍ତୁ