News

୧୦ମ ପାସ୍ କରିଥିଲେ ପୋଲିସ୍‌ ଚାକିରି ପକ୍କା

ଚାକିରିକୁ ନେଇ ଆସିଲା ଖୁସି ଖବର । ପୋଲିସ୍‌ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଜାଣନ୍ତୁ କେବେ କରିବେ ଆବେଦନ...

11 July, 2022 1:01 PM IST By: Sudesna Nayak

ଚାକିରିକୁ ନେଇ ଆସିଲା ଖୁସି ଖବର (GOOD NEWS) । ପୋଲିସ୍‌ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଜାଣନ୍ତୁ କେବେ କରିବେ ଆବେଦନ...

ସୂଚନା ଅନୁଯାୟୀ, ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍‌ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରିବା ନେଇ ଆଇଟିବିପି ଏକ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଜୁଲାଇ ୧୬ରୁ ଆରମ୍ଭ ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନର ଲିଙ୍କ୍ ଅଫିସିଆଲ୍ ୱେବସାଇଟ୍ recrutement.itbpolice.nic.in ରେ ଆକ୍ଟିଭ ହେବ ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ITBP ରେ ସବ୍ ଇନ୍ସପେକ୍ଟର ପାଇଁ ମୋଟ ୩୫ଟି ପଦବୀ ପୂରଣ ହେବ । ଏଥିରେ ୩୨ଟି ପୋଷ୍ଟ ପୁରୁଷଙ୍କ ପାଇଁ ଥିବା ବେଳେ ୫ଟି ପୋଷ୍ଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଦରମା,ଜାଣନ୍ତୁ...

ଏହି ପଦବୀରେ ନିଯୁକ୍ତି ପାଇବା ପରେ ହିଁ ପ୍ରାର୍ଥୀଙ୍କୁ ମାସିକ ୩୫୪୦୦ ରୁ ୧୧୨୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

୧୦ମ ପାସ୍ ସହିତ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ଥିବା ପ୍ରାର୍ଥୀମାନେ ହିଁ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ।

ବୟସ ସୀମା,ଜାଣନ୍ତୁ...

ପ୍ରାର୍ଥୀମାନଙ୍କ ବୟସ ୨୦ରୁ ୨୫ବର୍ଷ ମଧ୍ୟରେ ହେବା ଉଚିତ ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଶାରୀରିକ ଦକ୍ଷତା ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା, ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ମେଡିକାଲ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ । ଏହା ବ୍ୟତୀତ, ନିଯୁକ୍ତି ସମ୍ବନ୍ଧୀୟ ଯେକୌଣସି ପ୍ରକାରର ସୂଚନା ଏହାର ବିଜ୍ଞପ୍ତିରୁ ଦେଖିବାକୁ ମିଳିବ । ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ କରି ବିଜ୍ଞପ୍ତି ଦେଖନ୍ତି ।

JEE Main Results 2022: ପ୍ରକାଶ ପାଇଲା ପରୀକ୍ଷାଫଳ, ଏହିପରି ଚେକ୍ କରନ୍ତୁ ରେଜଲ୍ଟ

ରୋଜଗାର ପାଇଁ ବଡ ସୁଯୋଗ, ସରକାର ଆୟୋଜନ କରୁଛନ୍ତି ଜାତୀୟ ମେଳା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)