News

ସମ୍ବଲପୁର ଲଙ୍କାକୁ ଜିଆଇ ଟ୍ୟାଗ ,ଖୁସିରେ ବିଭୋର ଚାଷୀ

ସମ୍ବଲପୁରରୁ ଉତ୍ପାଦନ ହେଉଥିବା ଲଙ୍କାର ଏବେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବାର ଆଶା ଉଜ୍ଜଳ ହୋଇଛି ।ଯାହାକୁ ନେଇ ସେହି ଅଂଚଳର ଚାଷୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି |

13 June, 2022 3:18 PM IST By: Rajashree

ଓଡିଶା ପାଇଁ ଖୁସି ଖବର | ସମ୍ବଲପୁର କୁଚିଣ୍ଡାର ଲଙ୍କାକୁ ମିଳିପାରେ ଜିଆଇ ଟ୍ୟାଗର ମାନ୍ୟତା | ପରୀକ୍ଷାରୁ ଜଣାପଡିଛି ଯେ , ସମ୍ବଲପୁର କୁଚିଣ୍ଡାର(Sambalpur kuchinda) ଲଙ୍କା ସର୍ବୋତ୍ତମ । ରାଗ ଯେମିତି, ସ୍ୱାଦ ବି ସେମିତି ।

ସମ୍ବଲପୁରରୁ ଉତ୍ପାଦନ ହେଉଥିବା ଲଙ୍କାର ଏବେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବାର ଆଶା ଉଜ୍ଜଳ ହୋଇଛି ।ଯାହାକୁ ନେଇ ସେହି ଅଂଚଳର ଚାଷୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି | କୁଚିଣ୍ଡା ଅଞ୍ଚଳର ଲଙ୍କା ଗୁଣବତ୍ତା ନେଇ ଦୁଇଟି ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏହି ଲଙ୍କା ଉନ୍ନତ ମାନର ବୋଲି ରିପୋର୍ଟ ଆସିଛି ।

ପୁରାତନ କାଳରୁ ଅର୍ଥକାରୀ ଫସଲ ଭାବେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଲଙ୍କା ଚାଷ(Chilli farming)କରାଯାଉଛି । ଲଙ୍କାର ଗୁଣବତା ନେଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୨ଟି ପରୀକ୍ଷାଗାରରୁ ସର୍ବୋତ୍ତମ ଗୁଣବତ୍ତାର ରିପୋର୍ଟ ଆସିଛି ।

ସ୍ପାଇସ ବୋର୍ଡ଼ ଅଫ କୋଚି ଏବଂ ଚେନ୍ନାଇ ସ୍ଥିତ ଏସଜିଏସ ଲ୍ୟାବ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଆଉ ଜିଆଇ ଟ୍ୟାଗ୍ ପାଇଁ ଆଶା ଉଜ୍ଜଳ ହୋଇଛି । କୁୁଚିଣ୍ଡା ଅଞ୍ଚଳର ଲଙ୍କା ଜିଆଇ ଟ୍ୟାଗ ମାନ୍ୟତା ପାଇବାକୁ ଯାଉଥିବା ବେଳେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଲଙ୍କା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି କୁଚିଣ୍ଡା ଅଞ୍ଚଳର ଅଧିକାଂଶ ଚାଷୀ | ଏହି ଅଂଚଳର କିଛି ଚାଷୀ ଲଙ୍କା ଚାଷ (Chilli farm) କୌଳିକ ବୃତ୍ତି | କିନ୍ତୁ ଜଳସେଚନର ଅଭାବ, ବଜାର ସୁବିଧା, ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ ଚାଷ ପ୍ରତି ଲୋକେ ବିମୁଖ ହେଉଛନ୍ତି ।

ଅନ୍ୟପଟେ ଚାଷୀଙ୍କ ଉନ୍ନତି ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଚିଲି ପ୍ରୋସେସିଙ୍ଗ ୟୁନିଟ୍ କରାଯାଇଛି । ହେଲେ ତାହା ଠିକ୍ ଭାବେ ପରିଚାଳିତ ହେଉନାହିଁ । ଆଗକୁ ଲଙ୍କା ଚାଷୀଙ୍କୁ (Chilli farm )ତାଲିମ, ପ୍ରୋତ୍ସାହନ ଦିଆଯିବା ସହିତ ଲଙ୍କା ଚାଷ ପାଇଁ ସଚେତନ କରାଯିବାର ଯୋଜନା ରହିଥିବା କହିଛନ୍ତି ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ।

ବୈଜ୍ଞାନିକ ପଦ୍ଧତିରେ କେମିତି କରିବେ ଲଙ୍କା ଚାଷ, ଜାଣନ୍ତୁ...

ଲଙ୍କା ଚାଷ ବିଷୟରେ ଜାଣିଛନ୍ତି କି ??

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)