News

କୃଷି କ୍ଷେତ୍ରରେ ଐତିହାସିକ ପଦକ୍ଷେପ, AJAI ପୋର୍ଟାଲ ଲୋଗ ଲଞ୍ଚକଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ଭାରତୀୟ କୃଷି ସାମ୍ବାଦିକ ସଂଘ (AJAI)ର ଅଫିସିଆଲ ଓ୍ବେବସାଇଟ ଓ ଲୋଗୋ ଉପରୁ ହଟିଛି ପରଦା ।

21 July, 2022 5:33 PM IST By: Shuvanshu Kar

ବହୁ ପ୍ରତୀକ୍ଷାର ଘଟିଛି ଅନ୍ତ । ଭାରତୀୟ କୃଷି ସାମ୍ବାଦିକ ସଂଘ Agriculture Journalist Association of India (AJAI)ର ଅଫିସିଆଲ ଓ୍ବେବସାଇଟ ଓ ଲୋଗୋ ଉପରୁ ହଟିଛି ପରଦା । ଦିଲ୍ଲୀର ଏକ ବଡ କାର୍ଯ୍ୟକ୍ରମରେ ଭାରତୀୟ କୃଷି ସାମ୍ବାଦିକ ସଂଘ ଅର୍ଥାତ୍ AJAI ଏହାର ଅଫିସିଆଲ୍ ୱେବସାଇଟ୍ ଏବଂ ଲୋଗୋ ଲଞ୍ଚ କରିଛି । ଭାରତ ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ((Minister of Fisheries, Animal Husbandry and Dairying) ପୁରୁଷୋତ୍ତମ ରୂପାଲା(Parshottam Rupala)ଙ୍କ ଉପସ୍ଥିତିରେ ଏହି ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଛି ।

କୃଷି ଜାଗରଣ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ କୃଷି ସାମ୍ବାଦିକ (IFAJ)ର ଅଧ୍ୟକ୍ଷ ଶ୍ରୀମତୀ ଲୀନା ଜୋହାନସନଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ବର୍ତ୍ତମାନ ପରିଦୃଶ୍ୟରେ କୃଷି ସାମ୍ବାଦିକତାର ଗୁରୁତ୍ବ କଣ ଏହା ଉପରେ ନିଜର ବକ୍ତବ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା । ଏହାସହିତ ଏହି ଅବସରରେ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା AJAI କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅନନ୍ୟ ପଦକ୍ଷେପ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ।

କୃଷି ସାମ୍ବାଦିକତାରେ ଏବ ବଡ ବିଳ୍ପବ ଆଣଇବା AJAI ର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ଅଭିନଭ ପଦକ୍ଷେପ ଜରିଆରେ ବର୍ତ୍ତମାନ ପ୍ରତ୍ୟେକ ଗାଁରେ କୃଷି ସାମ୍ବାଦିକତାକୁ ଗୁରୁତ୍ବ ଦିଆଯିବ । ଚାଷୀଙ୍କ ସମସ୍ୟାକୁ ଖୋଜି ଏହାକୁ ସେମାନଙ୍କ ସ୍ବରକୁ ଅଧିକ ବଳ ଦେବାର କାର୍ଯ୍ୟ କରିବ AJAI ।

କେବଳ ଭାରତରେ ନୁହେଁ, ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ମଧ୍ୟ AJAI ନିଜର ସ୍ଥିତି ଜାହିର କରିବାକୁ ଯାଉଛି । ସମଗ୍ର ବିଶ୍ବର କୃଷି ସାମ୍ବାଦିକଙ୍କ ସହ ସମନ୍ବୟ ରଖି କୃଷି ସାମ୍ବାଦିକତାକୁ ଏକ ନୂଆ ରୂପ ଦେବାରେ ଏହା ସହାୟକ ହେବ ।

ଆଜି ନୂଆଦିଲ୍ଲୀରେ କୃଷି ସାମ୍ବାଦିକ ସଂଘ(AJAI)ର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦିଲ୍ଲୀ ମୁଖ୍ୟାଳୟରେ ଏବଂ ଜୁମ୍ ମିଟିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅଜୟ ହେଉଛି ଏକ ଜାତୀୟ ସ୍ତରର ସଂଗଠନ ଯାହା ଏମସି ଡୋମିନିକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥଇଲା | ଅଜୟର ଅଫିସିଆଲ ଲୋଗୋ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ଦ୍ବାରା ଉନ୍ମୋଚିତ ହୋଇଛି ।

ଆସନ୍ତା କାଲି AJAI ଅଫିସିଆଲ ଓ୍ବେବସାଇଟ ଲୋଗ ଉପରୁ ଉଠିବ ପରଦା

ଚାଷୀ ବି ହୋଇପାରିବେ ସାମ୍ବାଦିକ, କୃଷି ଜାଗରଣର ଅନନ୍ୟ ପଦକ୍ଷେପ