News

କୃଷିରେ ସାମ୍ବାଦିକଙ୍କ ଯୋଗଦାନ ଐତିହାସିକ: କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

AJAI ପୋର୍ଟାଲ ଉନ୍ମୋଚନ ଏକ ଅନନ୍ୟ ପଦକ୍ଷେପ । ଏହା ଅନେକ ପୂର୍ବରୁ ଆସିବାର ଥିଲା । ହେଲେ ଏବେ ଏହା ଆସିଛି ବୋଲି କହିଛନ୍ତି ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ।

21 July, 2022 6:57 PM IST By: Shuvanshu Kar

କୃଷି କ୍ଷେତ୍ରରେ ଆଜି ଐତିହାସିକ ଦିନ । କୃଷି ସାମ୍ବାଦିକକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ଉନ୍ମୋଚିତ ହୋଇଛି Agriculture Journalist Association of India (AJAI)ର ଅଫିସିଆଲ ଓ୍ବେବସାଇଟ ଓ ଲୋଗୋ । ଆଜିର ଏହି ଅବସରରେ ଯୋଗଦେଇ AJAIକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ।

AJAI ପୋର୍ଟାଲ ଉନ୍ମୋଚନ ଏକ ଅନନ୍ୟ ପଦକ୍ଷେପ । ଏହା ଅନେକ ପୂର୍ବରୁ ଆସିବାର ଥିଲା । ହେଲେ ଏବେ ଏହା ଆସିଛି ବୋଲି କହିଛନ୍ତି ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା । ଏହାସହିତ କୃଷି ସାମ୍ବାଦିକମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୃଷି ଭାରତରେ କୌଣସି ନୂଆ ବିଷୟ ନୁହେଁ । ଭାରତ ଓ କୃଷି ପରିପୂରକ ବିଷୟ । ଆମର ସଂସ୍କୃତି ହେଉଛି କୃଷି ସଂସ୍କୃତି । ଦେଶର ସମସ୍ତ ଗାଁରେ କୃଷି ସାମ୍ବାଦିକ ଜଗତର ପ୍ରତିନିଧିଙ୍କ ଯୋଗଦାନ ଏହା ସମଗ୍ର ଦେଶରେ ଗ୍ରାଉଣ୍ଡ ଡାଟା ସଂଗ୍ରହରେ ସହାୟକ ହେବ ବୋଲି ନିଜ ସମ୍ବୋଧନରେ କହିଛନ୍ତି ମନ୍ତ୍ରୀ ।

କୃଷିରେ ବିଶେଷତା, ବିଭିନ୍ନତା କୃଷି ବ୍ୟବସାୟ ସହ ଜଡିତ । ଏବେ ଟେକ୍ନୋଲୋଜୀ ଏହା ସହ ଯୋଡି ହୋଇଛି । ଏହାର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ବିକାଶ ଅନିବାର୍ଯ୍ୟ । ଏଥିରେ ସାମ୍ବାଦିକଙ୍କ ଯୋଗଦାନ ଐତିହାସିକ ବୋଲି କହିଛନ୍ତି ପୁରୁଷୋତ୍ତମ ରୂପାଲା ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କୃଷି ଉତ୍ପାଦକତା ଓ ଚାଷୀଙ୍କ ନୀତି, ଉତ୍ପାଦ ମୂଲ୍ୟ, ଏ ସମସ୍ତ ଜିନିଷ ପୂର୍ଣ୍ଣ ରୂପପେ କଭରେଜ କରିବା ଓ ସାମ୍ବାଦିକତା ଜରିଆରେ ପ୍ରସ୍ତୁତ କରିବା ବହୁତ ବଡ । କୃଷି ବିଭାଗରେ ଯେଭଳି ରବି ସମ୍ମିଳନୀ, ଖରିଫ ସମ୍ମିଳନୀ ଏହି କାର୍ଯ୍ୟକ୍ରମର ଅଂଶ । ଏହାର ଏଡଭାଇଜରୀ ଦେଶର ଚାଷୀଙ୍କୁ ଏହି ପ୍ଲାଟଫର୍ମ ଦ୍ବାରା ପହଞ୍ଚିଲେ ସରକାରୀ କାର୍ଯ୍ୟକ୍ରମକୁ ବଳ ମିଳିବ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବେଳେ ବେଳେ ସାମ୍ବାଦିକତା ଜରିଆରେ କୃଷି ସାମ୍ନାରେ ଛିଡା ହେଉଥିବା ସମସ୍ୟା ବିଷୟରେ ପୂର୍ବରୁ ଅବଗତ ହୋଇପାରିବା ଓ ସକାରାତ୍ମକତା ଦିଗରେ କାର୍ଯ୍ୟ କରିପାରିବା । କୃଷିର ପରିବର୍ତ୍ତିତ ଆଭିମୁଖ୍ୟ ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, କୃଷି ସହିତ ଆୟକୁ ଯୋଡିବାରେ କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଯେଭଳି ପ୍ରୟୋଗ ହୋଇଛି ତାହା ବିତର୍କର ବିଷୟ । ହେଲେ କୃଷକଙ୍କ ଆୟ ଏଥିରେ ଯୋଡିହେବା ନୀତିଗତ ପରିବର୍ତ୍ତନ । କୃଷି ସହ ଜଡିତ ଆଇନର ସଠିକ ଭାବରେ ନିରୂପଣ ହେବ ତେବେ ବହୁତ ବଡ ଡାଟାବେସ ଏହି ମଞ୍ଚ ପ୍ରସ୍ତୁତ କରିପାରିବ ।

ଅନେକ ଚାଷୀ ନିଜ କ୍ଷେତରେ ପରିଶ୍ରମ କରି ଟେକ୍ନୋଲୋଜୀର ସହାୟତା ନେଇ ଏଭଳି ଚମତ୍କାର ନିଜ ଜମିରେ କରିଛନ୍ତି, ଏହା ଉପରେ ସମସ୍ତ ଦେଶର ଚାଷୀ ଜାଣିବା ଉଚିତ । ଏଭଳି ସଫଳତା ଷ୍ଟୋରୀକୁ ଏହି ମଞ୍ଚରେ ଆଗକୁ ବଢାଇଲେ ସକାରାତ୍ମକ ବିଷୟ ଦେଶର ଚାଷୀଙ୍କ ସହିତ ବଣ୍ଟାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କୃଷି କ୍ଷେତ୍ରରେ ଐତିହାସିକ ପଦକ୍ଷେପ, AJAI ପୋର୍ଟାଲ ଲୋଗ ଲଞ୍ଚକଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ଆସନ୍ତା କାଲି AJAI ଅଫିସିଆଲ ଓ୍ବେବସାଇଟ ଲୋଗ ଉପରୁ ଉଠିବ ପରଦା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)