ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ରାଜ୍ୟରେ ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ଏଣିକି ଭାରତରେ ଆତଙ୍କ ଖେଳାଇଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ବଢ଼ିବାରେ ଲାଗିଛି ।
କହିବାକୁ ଗଲେ, ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୪୦୦ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସାରା ଦେଶରେ ଓମିକ୍ରନ୍ ସଙ୍କଟ ବଢୁଥିବା ବେଳେ ୧୦ ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର ।
କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ । ୧୦ ଦିନ ପାଇଁ ଲାଗୁ ହେବ ରାତ୍ରକାଳୀନ କର୍ଫ୍ୟୁ । ଓମିକ୍ରନ କେସ୍ ବଢ଼ୁଥିବା ଦେଖି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ନାଇଟ କର୍ଫ୍ୟୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି ।
କର୍ଣ୍ଣାଟକ ସରକାର ଡିସେମ୍ବର ୨୮ ରୁ ୧୦ ଦିନ ଯାଏ ଏହି କଟକଣା ଲାଗୁ ହେବ ବୋଲି କହିଛନ୍ତି । ରାତି ୧୦ ଟାରୁ ଭୋର ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ।
ରାତ୍ରିକାଳୀନ କର୍ଫ୍ୟୁ ସହ ନୂଆବର୍ଷ ପାର୍ଟି ଓ ସେଲିବ୍ରେସନ ଆଦି ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବରିଷ୍ଠ ଅଧିକାରୀ ଓ କୋଭିଡ୍ ଟେକ୍ନିକାଲ ଆଡଭାଇଜରୀ କମିଟି ସହ ଆଲୋଚନା କରିବା ପରେ କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।
ନିରାଡମ୍ବର ଭାବେ ନୂଆବର୍ଷ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ ଡିଜେ ଓ ଜନଗହଳିକୁ ମଧ୍ୟ ବାରଣ କରାଯାଇଛି । କଟକଣା ପାଳନ ନ ହେଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।
କହିରଖୁଛୁ ଯେ, ଭାରତରେ କୋରୋନାର ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ଦିନକୁ ଦିନ ବଢି ବଢି ଚାଲିଛି । ନିକଟରେ ବହୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସଂକ୍ରମଣକୁ ଏବେ ଗୁରୁତର ସହ ଗ୍ରହଣ କରିଛନ୍ତି । ଏ ବାବଦେ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର । ଏଥିରେ ରାଜ୍ୟ ସରକାରମାନଙ୍କୁ ଜିଲ୍ଲାମାନଙ୍କର ପଜିଟିଭ କେସ୍ ଡବଲିଂ ହାର ଓ କ୍ଲଷ୍ଟର ଉପରେ ନଜର ରଖିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ସେହିପରି ସମସ୍ତ ସତର୍କତା ଏବଂ ନିୟମକୁ ସାବଧାନତାର ସହିତ କଡ଼ାକଡି ଭାବେ ପାଳନ ନିମନ୍ତେ ମଧ୍ୟ ଚେତାଇ ଦେଇଛନ୍ତି ।
ରାଜ୍ୟରେ ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ
Airtelର ବମ୍ପର ଧମାକା; ମାଗଣାରେ ମିଳିବ ହାଇ ସ୍ପୀଡ଼ି ଡାଟା ସହ ଇଣ୍ଟରନେଟ