News

ବଢ଼ିଲା ମାସିକ ପେନସନ୍, ରାଜ୍ୟ ସରକାର କଲେ ଘୋଷଣା...

ଭିନ୍ନକ୍ଷମଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ନିଆରା ପଦକ୍ଷେପ । ତେଲେଙ୍ଗାନାରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଏବେ ମାସିକ ୪,୧୧୬ ଟଙ୍କା ପେନସନ୍ ପାଇବା ନେଇ ବ୍ୟବସ୍ଥା କରାଯାଇଛି, ଯାହା ପୂର୍ବ ପେନସନ୍ ଅର୍ଥରାଶି ଠାରୁ ୧୧୦୦ ଟଙ୍କା ଅଧିକ ରହିଛି । ଏହି ନିଷ୍ପତ୍ତି କାରଣରୁ ରାଜ୍ୟର ପ୍ରାୟ ପାଞ୍ଚ ଲକ୍ଷ ଭିନ୍ନକ୍ଷମ ଉପକୃତ ହେବା ନେଇ ଆଶା ପ୍ରକଟ କରିଛନ୍ତି କେ. ଚନ୍ଦ୍ର ଶେଖର ରାଓ ।

11 June, 2023 12:16 PM IST By: Priyambada Rana

ଭିନ୍ନକ୍ଷମଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ନିଆରା ପଦକ୍ଷେପ । ତେଲେଙ୍ଗାନାରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଏବେ ମାସିକ ୪,୧୧୬ ଟଙ୍କା ପେନସନ୍ ପାଇବା ନେଇ ବ୍ୟବସ୍ଥା କରାଯାଇଛି, ଯାହା ପୂର୍ବ ପେନସନ୍ ଅର୍ଥରାଶି ଠାରୁ ୧୧୦୦ ଟଙ୍କା ଅଧିକ ରହିଛି । ଏହି ନିଷ୍ପତ୍ତି କାରଣରୁ ରାଜ୍ୟର ପ୍ରାୟ ପାଞ୍ଚ ଲକ୍ଷ ଭିନ୍ନକ୍ଷମ ଉପକୃତ ହେବା ନେଇ ଆଶା ପ୍ରକଟ କରିଛନ୍ତି କେ. ଚନ୍ଦ୍ର ଶେଖର ରାଓ ।

ସୂଚନା ଅନୁସାରେ ଗତ ଆଠ ବର୍ଷ ମଧ୍ୟରେ ରାଜ୍ୟ ସରକାର ୫,୧୬,୮୯୦ ଭିନ୍ନକ୍ଷମଙ୍କୁ ସାମାଜିକ ସୁରକ୍ଷା ପେନସନରେ ୧୦,୩୧୦.୩୬ କୋଟି ଟଙ୍କା ପ୍ରଦାନ କରିଆସୁଛନ୍ତି । ଏଠାରେ ଇଣ୍ଟିଗ୍ରେଟେଡ୍ ଜିଲ୍ଲା କଲେକ୍ଟରେଟ୍ କମ୍ପେ୍ଲକ୍ସର ଉଦଘାଟନ କରିବା ଅବସରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେ.ସି ରାଓ କରିଛନ୍ତି ଯେ କଂଗ୍ରେସ ୪୯% ଇକ୍ୱିଟି କେନ୍ଦ୍ର ସରକାରଙ୍କୁ ବିକ୍ରି କରିଛି, ଯାହାଫଳରେ ସିଙ୍ଗାରେନି ପ୍ରଭାବିତ ହୋଇଛି ।

ଅନ୍ୟପଟେ ଯଦି ଆମେ ଦେଖିବା  ସେ କହିଛନ୍ତି ଯେ ବିଆରଏସ ସରକାରଙ୍କ ଅଧୀନରେ ଏସଆରସିଏଲ୍ ବୃଦ୍ଧି ପାଇଛି ଏବଂ ଏହାର ଲାଭ ମଧ୍ୟ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । କର୍ମଚାରୀଙ୍କ ନିଷ୍ଠା ଏବଂ ପରିଶ୍ରମ ପାଇଁ ଧନ୍ୟବାଦ ବା କୃତଜ୍ଞତା ରୂପରେ ମୁଖ୍ୟମନ୍ତ୍ରୀ ଏସ୍ସିସିଏଲ୍ କର୍ମଚାରୀଙ୍କ ପାଇଁ ପ୍ରାୟ ୭୦୦ କୋଟି ଟଙ୍କା ବୋନସ୍ ଘୋଷଣା କରିଛନ୍ତି, ଯାହା ୨୦୧୪ ପୂର୍ବରୁ ଘୋଷିତ ହୋଇଥିବା ୪୦ କୋଟି ବୋନସ୍ ଠାରୁ ଯଥେଷ୍ଟ ଅଧିକ ଅଟେ ।

ଏସଆରସିଏଲ୍ ଦ୍ୱାରା ହାସଲ ହୋଇଥିବା ପ୍ରଗତିକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ଯେ କମ୍ପାନୀର କାରବାର ୨୦୧୪ରେ ୧୧ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ବର୍ତ୍ତମାନ ୩୩ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏଥିସହ ୨୦୧୪ରେ ୩୦୦ କୋଟିରୁ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଏସସିସିଏଲର ମୁନାଫା ବର୍ତ୍ତମାନ ୨,୧୮୪ କୋଟିରେ ପହଞ୍ଚିଛି ।

ରାଜ୍ୟରେ ଲୁହାପଥର ପରି ଅନ୍ୟାନ୍ୟ ଖଣିଜ ପଦାର୍ଥ ଅନୁସନ୍ଧାନ ପାଇଁ ସରକାର ଯଓଜନା କରିଛନ୍ତି । ଏଥି ସହିତ କୋଇଲା ଖଣି ବାହାରେ ଏସ୍ସିସିଏଲ୍ର କାର୍ଯ୍ୟକଳାପକୁ ବିସ୍ତାର କରିବାକୁ ସରକାରଙ୍କ ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରିଛନ୍ତି । ଭାରତରେ କୋଇଲା ଭଣ୍ଡାର ୩୬୧ ବିଲିୟନ ଟନ୍ ଥିଲେ ମଧ୍ୟ ଦେଶରେ ବିଦ୍ୟୁତ୍ ଅଭାବକୁ ଦୃଷ୍ଟିରେ ରଖି ଶକ୍ତି ଏବଂ କୋଇଲା କ୍ଷେତ୍ରକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୧୫୦ ବର୍ଷ ପାଇଁ ସମସ୍ତ ଗ୍ରାହକଙ୍କୁ ଶକ୍ତି ଯୋଗାଇବା ପାଇଁ ଏହି ଭଣ୍ଡାରଗୁଡ଼ିକ ଯଥେଷ୍ଟ ।

7th Pay Commission:ପୁଣି ଥରେ ବୃଦ୍ଧି ପାଇବ DA!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)