News

ଖୋଲା ଆକାଶ ତଳେ ପଡିଛି ୧୩ ଲକ୍ଷ ବସ୍ତା ଧାନ; ଲକ୍ଷ୍ୟ ପୂରଣ ଦର୍ଶାଇ କିଣୁନାହାନ୍ତି ମିଲର

ପଦ୍ମପୁର: ପଦ୍ମପୁର ଉପ ଖଣ୍ତ ବିଭିନ୍ନ ମଣ୍ତିରେ ୧୨ଲକ୍ଷ ୯୬ ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଉପଖଣ୍ତରେ ୭୦ଟ ଧାନ କ୍ରୟ କେନ୍ଦ୍ର ରହିଛି। ପ୍ରଶାସନ ପକ୍ଷରୁ ମିଲର୍ସମାନଙ୍କୁ ଦିଆଯାଇଥିବା ଆବଶ୍ୟକ ଟାର୍ଗେଟ ପୂରଣ ହୋଇ ଯାଇଛି। ତେଣୁ ମଣ୍ତିରେ ଧାନ ପଡି ରହିଛି। ମିଲର୍ସ ପାଇଁ ନୂତନ ଟାର୍ଗେଟ ଆସିଲା ପରେ ଚାଷୀଙ୍କଠାରୁ ଧାନ କ୍ରୟ କରିବା ସମ୍ଭବ ବୋଲି ମିଲର୍ସ ସୂଚନା ଦେଇଛନ୍ତି। ମିଲର୍ସ ନିକଟସ୍ଥ ମଣ୍ତିରୁ ଧାନ ଉଠାଇ ନେଇଛନ୍ତି । କିନ୍ତୁ ଦୁରଦୁରାନ୍ତରେ ଥିବା ସୀମାନ୍ତ ମଣ୍ତିରୁ ଧାନ ଉଠାଯାଇନାହିଁ ।

30 December, 2020 12:27 PM IST By: KJ Staff

ପଦ୍ମପୁର: ପଦ୍ମପୁର ଉପ ଖଣ୍ତ ବିଭିନ୍ନ ମଣ୍ତିରେ ୧୨ଲକ୍ଷ ୯୬ ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଉପଖଣ୍ତରେ ୭୦ଟ ଧାନ କ୍ରୟ କେନ୍ଦ୍ର ରହିଛି। ପ୍ରଶାସନ  ପକ୍ଷରୁ ମିଲର୍ସମାନଙ୍କୁ ଦିଆଯାଇଥିବା  ଆବଶ୍ୟକ ଟାର୍ଗେଟ ପୂରଣ ହୋଇ ଯାଇଛି। ତେଣୁ ମଣ୍ତିରେ ଧାନ ପଡି ରହିଛି। ମିଲର୍ସ ପାଇଁ ନୂତନ ଟାର୍ଗେଟ ଆସିଲା ପରେ ଚାଷୀଙ୍କଠାରୁ ଧାନ କ୍ରୟ କରିବା ସମ୍ଭବ ବୋଲି  ମିଲର୍ସ ସୂଚନା ଦେଇଛନ୍ତି। ମିଲର୍ସ ନିକଟସ୍ଥ ମଣ୍ତିରୁ ଧାନ ଉଠାଇ ନେଇଛନ୍ତି । କିନ୍ତୁ ଦୁରଦୁରାନ୍ତରେ ଥିବା ସୀମାନ୍ତ ମଣ୍ତିରୁ ଧାନ ଉଠାଯାଇନାହିଁ । ଝାରବନ୍ଧ ବ୍ଲକ ସୀମାନ୍ତ ଡଭା ମାର୍କେଟ ୟାର୍ଡରେ ୫୮ହଜାର୯୯ବସ୍ତା, ଝାରବନ୍ଧରେ ୪୮ ହଜାର୧୮୫ ବସ୍ତା, ଅମଠୀରେ ୪୩ହଜାର, ପାଇକମାଲ ବ୍ଲକ ଧାରୋଲରେ ୪୭ହଜାର ୯୧୮, , ବାଦିକଟାରେ ୪୬ହଜାର ୨୨୩ ବସ୍ତା , ଲଖମରାରେ ୪୨ ହଜାର ୭୧୨ ବସ୍ତା ,ଗାଇସିଲେଟ ବ୍ଲକ ଡାଂଗବାହାଲରେ ୪୯ହଜାର୮୮୪ ବସ୍ତା   ଧାନ ଖୋଲା ଆକାଶ ତଳେ ପଡିଛି।କେତେକ ଚାଷୀମାନଂକର ସମୟସୀମା ସମାପ୍ତ ହେଉଛି ।୨୭ ତାରିଖ ସୁଦ୍ଧା ୨୯ହଜାର ୫୯୯ ଜଣ ଚାଷୀଂକ ଠାରୁ ୧୫ଲକ୍ଷ ୭୩ହଜାର ୧୨୩ ବସ୍ତା  ଧାନ କିଣା ସରିଛି। ଟୋକନ ସମସ୍ୟା,ଟାର୍ଗେଟ ସମୟ,ନିର୍ଦ୍ଧାରିତ ସମୟରେ ଟୋକନ ନ ଆସିବା ଆଦି ସମସ୍ୟା ଚାଷୀମାନଂକୁ ବିଚଳିତ କରିଦେଇଛି  ।ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁ ପ୍ରସାଦ ହରିପାଲ ଅଳ୍ପ ଦିନରେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଜଣାଇଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)