News

ମାଣ୍ଡିଆର କେତେ ପ୍ରକାର ନାଁ ଅଛି ଜାଣିଛନ୍ତି କି ?

ଆପଣ ମିଲେଟର ବିଭିନ୍ନ ନାଁ ଜାଣିଛନ୍ତି କି ? ତେବେ ଆମେ ଏଠାରେ କହି ରଖୁଛୁ ମିଲେଟର ଭିନ୍ନ ଭିନ୍ନ ପ୍ରକାର ଓ ନାଁ ସମ୍ପର୍କରେ..

07 October, 2022 4:36 PM IST By: Shuvanshu Kar

ଦେଶର ଖାଦ୍ୟ ଥାଳିରେ ପୁଣି ଥରେ ନିଜର ସ୍ଥିତି ଜାହିର କରିପାରିଛି ମାଣ୍ଡିଆ(Millets) । ସ୍ବାଧିନତାର ପରର ଏକ ଦଶନ୍ଧି ପର୍ଯ୍ୟନ୍ତ ଭାରତର ବୃହତ ଜନ ସମୁଦାୟ ମୋଟା ଶସ୍ୟ ଉପରେ ନିର୍ଭର କରୁଥିଲା । ହେଲେ ସବୁଜ ବିପ୍ଳବ ପରେ ଗହମ ଓ ଚାଉଳର ଉତ୍ପାଦନରେ ରେକର୍ଡ ବୃଦ୍ଧି ହେବାକୁ ଲାଗିଲା । ଏହାରି ମଧ୍ୟରେ ସମସ୍ତ ମାଣ୍ଡିଆ(Millets)କୁ ଭୁଲିବାକୁ ଲାଗିଲେ । ହେଲେ ଗତ ଏକ ଦଶନ୍ଧିରୁ ଦେଶରେ ମାଣ୍ଡିଆ(Millets)ର ଚାହିଦା ବଢିବାରେ ଲାଗିଛି ।

ଆସନ୍ତା ବର୍ଷ ଅର୍ଥାତ 2023କୁ ଅନ୍ତରାଷ୍ଟ୍ରୀୟ ମିଲେଟ ଦିବସ ରୂପେ ପାଳନ କରାଯିବ । ତେବେ ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରାଚୀନ ଏବଂ ପୌଷ୍ଟିକ ଖାଦ୍ୟଶସ୍ୟକୁ ପୁଣି ଥରେ ଖାଦ୍ୟ ଥାଳିକୁ ଆଣିବା ଉପରେ ସଚେତନତା ଓ ପ୍ରଚାର ଏବଂ ପ୍ରସାର କରିବା ନିମନ୍ତେ ପଦକ୍ଷେପ ନିଆ ଯିବା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ତେବେ ଆପଣ ମିଲେଟର ବିଭିନ୍ନ ନାଁ ଜାଣିଛନ୍ତି କି ? ତେବେ ଆମେ ଏଠାରେ କହି ରଖୁଛୁ ମିଲେଟର ଭିନ୍ନ ଭିନ୍ନ ପ୍ରକାର ଓ ନାଁ ସମ୍ପର୍କରେ..

ମୁଖ୍ୟତଃ 8 ପ୍ରକାରର ମିଲେଟ ଦେଖିବାକୁ ମିଳିଥାଏ । ସେଗୁଡିକ ହେଉଛି ସୋରଘୁମ, ପର୍ଲ ମିଲେଟ, ଫିଙ୍ଗର ମିଲେଟ, ଫୋକ୍ସଟେଲ ମିଲେଟ, ବର୍ଣ୍ଣୟାର୍ଡ ମିଲେଟ, କୁଡୋ ମିଲେଟ, ଲିଟିଲ ମିଲେଟ ଓ ପ୍ରୋଜୋ ମିଲେଟ ।

ଓଡିଶାରେ ମୁଖ୍ୟତଃ ମିଲେଟକୁ ମାଣ୍ଡିଆ କହିଥାନ୍ତି । ସୋରଗୁମ ପ୍ରକାରର ମିଲେଟକୁ ହିନ୍ଦି ଭାଷାଭାଷୀ ରାଜ୍ୟରେ ଜଓ୍ବାର କୁହାଯାଏ । ସେହିପରି କନ୍ନଡରେ ଏହାକୁ ଜୋଲା ବୋଲି କୁହନ୍ତି । ପର୍ଲ ମିଲେଟକୁ ବାଜରା ନାଁରେ ଜଣାଯାଏ । ସେହିପରି ବର୍ଣ୍ଣୟାର୍ଡକୁ ହିନ୍ଦୀରେ ସାନଓ୍ବା, ବେଙ୍ଗଲିରେ ସ୍ୟାମ ଓ କନ୍ନଡରେ ଓଡାଲୁ କୁହନ୍ତି ।

କୁଡୋ ମିଲେଟକୁ ହିନ୍ଦୀରେ କୋଡନ, ବେଙ୍ଗଲିରେ କୋଡୋ ଗୁଜୁରାଟିରେ କୋଡରା ଓ କନ୍ନଡରେ ହରକା ନାଁରେ ଜଣାଯାଏ । ସେହିପରିଲି ଲିଟିଲ ମିଲେଟକୁ ହିନ୍ଦିରେ କୁଟକି କିମ୍ବା ସାଭନ, ବେଙ୍ଗଲିରେ ସାମା, ଗୁଜୁରାଟିରେ ଗଜରୋ ଓ କୁରି ନାଁରେ ଜଣାଯାଏ ।

ମିଲେଟ ଉପରେ e-book ତିଆରି କରିବା ନେଇ ମନ କି ବାତରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରୁ ଲୋକମାନେ ମିଲେଟରୁ ତିଆରି ହେଉଥିବା ବ୍ୟଞ୍ଜନ ତଥା ନିଜର ଅନୁଭୂତି ଜଣାଇପାରିବେ ।

ମିଲେଟ ଉପରେ ପ୍ରସ୍ତୁତ ହେବ e-book ! ମନ କୀ ବାତରେ ପରାମର୍ଶ ମାଗିଲେ ମୋଦି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)