News

ଆପଣଙ୍କ ବଗିଚାର ଲଙ୍କା ଗଛରେ ଲାଗୁଛନ୍ତି କି ଲାଲ ପିମ୍ପୁଡି ?

ଲଙ୍କା ଚାଷ କ୍ଷେତରେ ଓ ଗଛରେ ପିମ୍ପୁଡି ଲାଗିବା ଅନେକ ସମୟରେ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଲଙ୍କା ଗଛକୁ କିଭଳି ପିମ୍ପୁଡିମାନଙ୍କଠାରୁ ବଞ୍ଚାଯାଇପାରିବ ।

31 July, 2022 2:58 PM IST By: Shuvanshu Kar

ଆମ ରାଜ୍ୟରେ ଚାଷୀମାନେ ଲଙ୍କା ଚାଷ(chilli cultivation) କରିଥାନ୍ତି । ଘରର ଚାହିଦାକୁ ଦୃଷ୍ଟିରେ ରଖି ଚାଷୀମାନେ ବିଭିନ୍ନ ପ୍ରକାରର ଲଙ୍କା ଚାଷ କରନ୍ତି । ତେବେ ଲଙ୍କା ଚାଷ(chilli cultivation ) କ୍ଷେତରେ ଓ ଗଛରେ ପିମ୍ପୁଡି ଲାଗିବା ଅନେକ ସମୟରେ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଲଙ୍କା ଗଛକୁ କିଭଳି ପିମ୍ପୁଡିମାନଙ୍କଠାରୁ ବଞ୍ଚାଯାଇପାରିବ(get rid of ants from chilli plants) ।

ଖାଇବା ସୋଡା ଓ ଚିନି ପାଉଡର

ଆପଣ ଖାଇବା ସୋଡା ଏବଂ ଚିନି ପାଉଡର ସହିତ ପିମ୍ପୁଡ଼ି ପ୍ରତିରୋଧକ ଉପାଦାନ ପ୍ରସ୍ତୁତ କରିପାରିବେ । ଏହି ଦୁଇଟି ଉପାଦାନକୁ ଲବଙ୍ଗ କିମ୍ବା ନିମ୍ବ ତେଲ ସହିତ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଗଛର ନିକଟରେ ଛିଞ୍ଚି ଦିଅନ୍ତୁ । ଏହା ପିମ୍ପୁଡ଼ିକୁ ଆକର୍ଷିତ କରିଥାଏ ଏବଂ ସେମାନେ ଏହି ମିଶ୍ରଣ ସ୍ଥାନରେ ଏକାଠି ହେବା ପରେ ପଳାନ୍ତି ।

ଲେମ୍ବୁ ରସ

ଲେମ୍ବୁର ସାଇଟ୍ରସ୍ ଅମ୍ଳ ଗନ୍ଧ ପିମ୍ପୁଡ଼ିକୁ ରୋକିବା ପାଇଁ କାମ କରେ । ଏହାର ଅମ୍ଳୀୟ ଗୁଣ ପିମ୍ପୁଡ଼ିକୁ ନଷ୍ଟ କରିଥାଏ । ଲେମ୍ବୁ ରସକୁ ଗଛର ପତ୍ର ଉପରେ ଛିଞ୍ଚି ଦିଅନ୍ତୁ । ପିମ୍ପୁଡିମାନେ ଏହି ଗନ୍ଧ ଫଳରେ ଶୀଘ୍ର ପଳାଇବେ ।

କାକୁଡି ଚୋପା

ବଗିଚାରୁ ପିମ୍ପୁଡ଼ିକୁ ଘଉଡାଇବା ପାଇଁ କାକୁଡି ଚୋପା ବ୍ୟବହାର କରିପାରିବେ । ପିମ୍ପୁଡ଼ି ସ୍ବାଭାବିକ ଭାବରେ କାକୁଡିର ଗନ୍ଧ ପସନ୍ଦ କରନ୍ତି ନାହିଁ । ପିମ୍ପୁଡ଼ିରୁ ରକ୍ଷା ପାଇବା ପାଇଁ ଏହା ସର୍ବୋତ୍ତମ ଉପାୟ । ଏଥିପାଇଁ କାକୁଡି ଚୋପାକୁ ବଗିଚାରେ ଥିବା ଲଙ୍କା ଗଛ ନିକଟରେ ପକାଇ ଦିଅନ୍ତୁ । ସମସ୍ତ ପିମ୍ପୁଡ଼ି ପଳାଇବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରଖନ୍ତୁ ।

ଡାଲଚିନି ବ୍ୟବହାର

ଡାଲଚିନିର ବ୍ୟବହାର ପିମ୍ପୁଡି ଘଉଡାଇବା ପାଇଁ ଏକ ଉତ୍ତମ ଉପାୟ । ଏହାର ଗନ୍ଧରେ ପିମ୍ପୁଡି ପଳାଇଥାନ୍ତି । ଏକ କପ ପାଣିରେ ଡାଲଚିନି ତେଲ ମିଶାଇ ଏହାକୁ ଗଛରେ ଛିଞ୍ଚି ଦିଅନ୍ତୁ । ଗଛ ମୂଳରେ ଡାଲଚିନି ଗୁଣ୍ଡ ପକାଇ ଦିଅନ୍ତୁ । ଆଉ ପିମ୍ପୁଡି ହେବେନାହିଁ ।

ବୈଜ୍ଞାନିକ ପଦ୍ଧତିରେ କେମିତି କରିବେ ଲଙ୍କା ଚାଷ, ଜାଣନ୍ତୁ...

ବ୍ୟବସାୟିକ ପଦ୍ଧତିରେ ଲଙ୍କା ଚାଷ କରନ୍ତୁ, ଅଧିକ ଟଙ୍କା ରୋଜଗାର କରନ୍ତୁ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)