News

ଦିଲ୍ଲୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହେଲା କୃଷି ଜାଗରଣର 26 ତମ ପ୍ରତିଷ୍ଠା ଦିବସ

ରାଜଧାନୀ ଦିଲ୍ଲୀରେ ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ସହିତ ଅନୁଷ୍ଠିତ ହୋଇଯାଇଛି କୃଷି ଜାଗରଣର 26 ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦିଲ୍ଲୀର ସିଲଭର ଓକରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା ।

11 September, 2022 3:32 PM IST By: Shuvanshu Kar

ରାଜଧାନୀ ଦିଲ୍ଲୀରେ ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ସହିତ ଅନୁଷ୍ଠିତ ହୋଇଯାଇଛି କୃଷି ଜାଗରଣ(Krishi Jagran)ର 26 ତମ ପ୍ରତିଷ୍ଠା ଦିବସ(26th anniversary ) । ଏହି ଅବସରରେ ଦିଲ୍ଲୀର ସିଲଭର ଓକ(Silver Oak)ରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଲଫୋନ୍ସ କନ୍ନନଥାନମଙ୍କ ସମେତ ଅନେକ ମାନ୍ୟଗଣ୍ୟ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଅଂଶଗ୍ରହଣକାରୀ ନୃତ୍ୟ ପରିବେଷଣ କରିଥିଲେ । କୃଷିଜାଗରଣର ପ୍ରତିଷ୍ଠାତା ଏମସି ଡୋମିନିକ ସ୍ବାଗତ ଅଭିଭାଷଣ ରଖିବା ସହିତ ଚାଷୀଙ୍କ ହିତରେ ଏହି ମିଡିଆ ସଂସ୍ଥା କିଭଳି ଗତ 25 ବର୍ଷ ମଧ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ କାର୍ଯ୍ୟ କରିଛି, ଏହାର ଯାତ୍ରା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଅନ୍ୟପକ୍ଷେ ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିଲେ କୃଷି ଜାଗରଣର ନିର୍ଦ୍ଦେଶକ ସାଇନି ଡୋମିନିକ ।

ଚାଷୀଙ୍କ ହିତରେ ସ୍ବର ଉଠାଇ ଆସୁଥିବା କୃଷି ଜଗତର ପ୍ରତିଷ୍ଠିତ ମିଡିଆ ଗ୍ରୁପ କୃଷି ଜାଗରଣକୁ ଗତ 5 ସେପ୍ଟେମ୍ବରରେ 25 ବର୍ଷ ପୁରିଥିଲା ।କୃଷି ଜାଗରଣ କୃଷି ଏବଂ କୃଷକମାନଙ୍କୁ ଆଗକୁ ନେବା ପାଇଁ ସର୍ବଦା ଉଦ୍ୟମ କରିଆସୁଛି । କୃଷି ସାମ୍ବାଦିକତାର ବିସ୍ତାର ପାଇଁ, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଅଭିନବ ଚିନ୍ତାଧାରା ସହିତ ଆଗକୁ ବଢିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି ।

ଗତ 25 ବର୍ଷ ଧରି କୃଷି ଜାଗରଣ କ୍ରମାଗତ ଭାବରେ କୃଷକମାନଙ୍କ ସହ ଯୋଡି ହୋଇ ସବିଶେଷ ତଥ୍ୟ, ଜ୍ଞାନ, ସୂଚନା ଆପଣଙ୍କ ନିକଟକୁ ପହଞ୍ଚାଉଛି । ପତ୍ରିକା, ନ୍ୟୁଜ୍ ପୋର୍ଟାଲ୍, ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ସୋସିଆଲ୍ ମିଡିଆ ଭଳି ବହୁ ଯୋଗାଯୋଗର ମାଧ୍ୟମ ମାଧ୍ୟମରେ କୃଷି କ୍ଷେତ୍ର ସହିତ ସମ୍ପୃକ୍ତ ପାଠକ ଏବଂ ଦର୍ଶକଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିଆସୁଛି ।

ଚାଷୀମାନଙ୍କ ସହିତ 26 ତମ ପ୍ରତିଷ୍ଠା ଦିବସ ପାଳନ କଲା କୃଷି ଜାଗରଣ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)