News

କୃଷି ଜାଗରଣ ଦ୍ୱାରା ଆୟୋଜନ ହେଲା MILLIONAIRE FARMERS 2023

ଆମେ ସମସ୍ତେ ଜାଣୁ ଯେ କୃଷି ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ କୃଷି ଏହାର ଅଭିବୃଦ୍ଧିରେ ସକ୍ରିୟ ସହଯୋଗ କରିଥାଏ | ଆଜି ଦେଶର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବାରେ କୃଷି ସାହାଯ୍ୟ କରିଛି l

07 July, 2023 3:15 PM IST By: Tanushree Mahapatra

ଆମେ ସମସ୍ତେ ଜାଣୁ ଯେ କୃଷି ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ କୃଷି ଏହାର ଅଭିବୃଦ୍ଧିରେ ସକ୍ରିୟ ସହଯୋଗ କରିଥାଏ | ଆଜି ଦେଶର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବାରେ କୃଷି ସାହାଯ୍ୟ କରିଛି l ଏବେ ଚାକିରୀ ଛାଡି ଅନେକ ଯୁବକ ଯୁବତୀ ନିଜକୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି l

ଯାହାଦ୍ୱାରା ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l ଆଉ ଏହି କୃଷି ଜଗତରେ ଆଜିକୁ ୨୭ ବର୍ଷା ହେବ ପାଦ କୁ ପାଦ ମିଶାଇ ଚାଲୁଛି ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା l ଆମ କୃଷି ରାଜ୍ୟର ସମସ୍ତ ଜଣ ଅଜଣା ,ନୂତନ ପୁରାତନ ,ଜ୍ଞାନ କୌଶଳକୁ ନେଇ କୃଷି ଜାଗରଣର ଭିନ୍ନତମ ରାଜ୍ୟ ରେ ଭାରତର ସମସ୍ତ କୋଣ ଅନୁକୋଣ କୁ ପହଞ୍ଚିବାକୁ,୨୩ ଟି ରାଜ୍ୟରେ ଏବଂ ୧୨ ଟି ଭାଷା ରେ କୃଷି ଜାଗରଣ ନିଜ କାର୍ଯ୍ୟ ଜାରି ରଖିଛି l କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । 

କୃଷି ଜାଗରଣ ଅନେକ ରାଜ୍ୟରେ କୃଷି ମେଳା ଆୟୋଜନ କରି ସଫଳତା ହାସଲ କରିଛି l ଆଜି ସେହିପରି ଆଉ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛି ଏହି ସଂସ୍ଥା l ଯେଉଁଥିରେ ଯୋଗଦେବେ କୃଷି କ୍ଷେତ୍ରରେ ସଫଳ ହୋଇଥିବା ଅନେକ ଚାଷୀ ଏବଂ ସଫଳ ବ୍ୟବସାୟୀ l  ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରହିଛନ୍ତି କେନ୍ଦ୍ର ମତ୍ସ୍ୟ ତଥା ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଏବଂ ରାଜ୍ୟ କୃଷି ଏବଂ କୃଷି କଲ୍ୟାଣ ମନ୍ତ୍ରୀ ଶ୍ରୀ କୈଳାଶ ଚୌଧରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l କୃଷକମାନଙ୍କୁ ଗ୍ଲାମରାଇଜ୍ କରିବା ଏବଂ ଆମର ଯୁବକମାନଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ଭାବରେ ଏହି ବୃତ୍ତି ବାଛିବା ପାଇଁ ଉତ୍ସାହିତ କରିବା ପାଇଁ କୃଷିକୁ ଆହୁରି ଉତ୍ସାହିତ କରିବା ପାଇଁ KRISHI JAGRAN MILLIONAIRE FARMERS ୨୦୨୩ର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମ ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ଦ ଅଶୋକା ହୋଟେଲରେ ଆୟୋଜନ କରାଯାଉଛି l

ତେବେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଚାଷୀ ନିଜ ଚାଷ କାର୍ଯ୍ୟ ପାଇଁ କୃଷି ବୈଜ୍ଞାନିକ ଏବଂ ପାଣିପାଗ ବିଭାଗ ସହିତ ନିୟମିତ ଭାବେ ଜଡିତ ରହିଛନ୍ତି l ଏହି ଚାଷୀ ପ୍ରତିବର୍ଷ ବାର୍ଷିକ ୧୦ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ଚାଷ କାର୍ଯ୍ୟ ଦ୍ୱାରା l ତେବେ ଏହି ଚାଷୀଙ୍କୁ ସମ୍ମାନିତ କରିବା ପାଇଁ ଡିସେମ୍ବର ମାସରେ ହେବାକୁ ଥିବା ଆୱାର୍ଡ ବିତରଣର ଆଜି ଲୋଗୋ ଉନ୍ମୋଚନ ସମାରୋହ ଅନୁଷ୍ଠିତ କରୁଛି ଏହି ସଂସ୍ଥା l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)