News

Farmer Event: ସମୃଦ୍ଧ କିସାନ ଉତ୍ସବ 2024

ଚାଷୀ ଓ ଚାଷ ପାଇଁ ଆଉ ଏକ ମେଳାର କିମ୍ବା କୃଷି ଉତ୍ସବର ଆୟୋଜନ କରିବାକୁ ଯାଉଛି କୃଷି ଜାଗରଣ l ତେବେ ଏହି କୃଷି ଉତ୍ସବର ନାଁ ହେଉଛି " ସମୃଦ୍ଧ କିସାନ ଉତ୍ସବ " l

06 January, 2024 4:59 PM IST By: Tanushree Mahapatra

ବିଭିନ୍ନ ସମୟରେ କୃଷକଙ୍କ ପାଇଁ ଏନେକ ପ୍ରକାର ମେଳାର ଆୟୋଜନ ହୋଇଥାଏ l ଯେଉଁଠି ହଜାର ହଜାର କୃଷକ ନିଜର ଯୋଗଦାନ ଦେଇଥାନ୍ତି l ଶିଖିଥାନ୍ତି ଏବଂ ଶିଖାଇଥାନ୍ତି ଅନେକ କିଛି ନୂଆ ଚାଷକଥା l ମେଳା କିମ୍ବା ଉତ୍ସବରେ ନିଜର ଯୋଗଦାନ ଦେଇ କହିଥାନ୍ତି ନିଜର ଚାଷ ପ୍ରଣାଳୀ ଯାହା ପାଇଁ ଆଜି ସେମାନେ ସଫଳ ହୋଇଥାନ୍ତି l

କେବଳ ଏତିକି ନୁହେଁ କିଛି ଚାଷୀ ନିଜର ସମସ୍ୟା ମଧ୍ୟ ଉପସ୍ଥାପନା କରିଥାନ୍ତି l ଯାହାର ସମାଧାନ କରିଥାନ୍ତି ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ l ଆଉ ଏପରି କିଛି ମେଳାର ଆୟୋଜନ କରିଥାଏ ଦିଲ୍ଲୀସ୍ଥିତ କୃଷି ଜାଗରଣ ସଂସ୍ଥା l ନିକଟରେ ଅନେକ କୃଷି ମେଳା ଆୟୋଜନ କରିଥିଲା ଏହି ସଂସ୍ଥା l ଯାହାଦ୍ୱାରା ଅନେକ କୃଷକ ଲାଭବାନ ମଧ୍ୟ ହୋଇଥିଲେ l

ତେବେ ଅନେକ ସଫଳତା ହାସଲ କରିବା ପରେ ପୁଣି ଥରେ ଚାଷୀ ଓ ଚାଷ ପାଇଁ ଆଉ ଏକ ମେଳାର କିମ୍ବା କୃଷି ଉତ୍ସବର ଆୟୋଜନ କରିବାକୁ ଯାଉଛି କୃଷି ଜାଗରଣ l ଏଥର କୌଣସି ଖେଳ ପଡ଼ିଆ କିମ୍ବା କୌଣସି ବିଶ୍ୱବିଦ୍ୟାଳୟରେ ନୁହେଁ l ଆୟୋଜିତ କୃଷି ଉତ୍ସବଟି କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ କରାଯାଉଛି l ଯେଉଁଠି ସିଧାସଳଖ ଚାଷୀ ଓ କୃଷି ବିଜ୍ଞାନୀ ମିଶି ପାରିବେ l ସମାଧାନ ହୋଇପାରିବ ଅନେକ କିଛି ସମସ୍ୟାର l

ତେବେ ଏହି କୃଷି ଉତ୍ସବର ନାଁ ହେଉଛି " ସମୃଦ୍ଧ କିସାନ ଉତ୍ସବ " l ଗୁରୁଗ୍ରାମ ସ୍ଥିତ ସିକୋହପୁର ଠାରେ ଅବସ୍ଥିତ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଏହା ଆୟୋଜିତ କରାଯିବ l ଜାନୁଆରୀ ୯ ତାରିଖରେ ଏହା ଆୟୋଜିତ ହେବାକୁ ଯାଉଛି ସକାଳ ୧୦ ଘଟିକା ସମୟରେ l ଯେଉଁଠି ୨୫୦ ରୁ ଅଧିକ ଚାଷୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି l କୃଷି ଜାଗରଣ ଦ୍ୱାରା ଆୟୋଜିତ ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ଯାହାର ମୁଖ୍ୟ ପ୍ରାୟୋଜକ ମହିନ୍ଦ୍ରା ଟ୍ରାକ୍ଟର ଅନୁକୂଲ୍ୟରେ ଏହା ଆୟୋଜିତ ହେବାକୁ ଯାଉଛି ଏହି କୃଷି ବିଜ୍ଞାନ କେନ୍ଦ୍ରରେ l ଆୟୋଜିତ ହେବାକୁ ଥିବା ଏହି କୃଷି ଉତ୍ସବର ଆଲୋଚ୍ୟ ବିଷୟବସ୍ତୁ ହେଉଛି " ରବି ଋତୁରେ ଫସଲରୁ ରୋଗପୋକ ନିୟନ୍ତ୍ରଣ କରିବା ଏବଂ ଟ୍ରାକ୍ଟର ଶିଳ୍ପ, ଟ୍ରାକ୍ଟର ପରିଚାଳନା ଏବଂ ମିଲେଟ ଚାଷରେ ନୂତନତା " l

ଆୟୋଜିତ ଏହି ସମୃଦ୍ଧ କିସାନ ଉତ୍ସବରେ ଶ୍ରେଷ୍ଠ ଚାଷୀଙ୍କୁ ସମ୍ମାନିତ କରାଯିବ , କମ୍ପାନୀଗୁଡିକ ଷ୍ଟଲ୍ ଲଗାଇ ପାରିବେ , ମହିନ୍ଦ୍ରା, ହୁଣ୍ଡାଇ ପରି କମ୍ପାନୀଗୁଡିକ ଅଂଶଗ୍ରହଣନ କରୁଛନ୍ତି l ନିଜ ଆଶା ଅନୁଯାୟୀ କମ୍ପାନୀଗୁଡିକ ପ୍ରାୟୋଜକ ଭାବରେ ଅଂଶୀଦାର ମଧ୍ୟ ହୋଇପାରିବେ l ତେବେ ଆପଣମାନେ ମଧ୍ୟ ଯଦି ଚାହୁଁଛନ୍ତି ଏଭଳି ଏକ ମେଳାରେ ନିଜର ଅଂଶୀଦାର ହେବାକୁ l ଆପଣ ମଧ୍ୟ ଆବେଦନ କରି ପାରିବେ l ଆର୍ଟିକଲର ଶେଷ ଭାଗରେ ସମସ୍ତ ତଥ୍ୟ ଜାଣିବା ପାଇଁ ଏକ ଲିଙ୍କ ପ୍ରଦାନ କରାଯାଇଛି l କୃଷି ଉତ୍ସବ ସମ୍ପର୍କରେ କିମ୍ବା ଷ୍ଟଲ ବିଷୟରେ କୌଣସି ତଥ୍ୟ ଜାଣିବାକୁ ଚାହୁଁଥିଲେ ଆପଣ ସେହି ଲିଙ୍କ ପରିଦର୍ଶନ କରନ୍ତୁ l

Stall Booking form for Companies & other details

https://forms.gle/6QkLBhGKKzsJxg3QA

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)